ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

କାର୍ ସହ ୩୦କିଲୋ ଗଞ୍ଜେଇ ଜବତ, ୨ ଗିରଫ

Published By : Prameya | April 11, 2025 8:29 PM

ଫିରିଙ୍ଗିଆ, ୧୧/୪ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିବା ବେଳେ ଏହି ଗଞ୍ଜେଇ କାରବାରକୁ ସମୂଳେ ବିନାଶ କରିବା ପାଇଁ ଜିଲ୍ଲା ପୋଲିସ ମଧ୍ୟ ଲାଗିପଡିଛି I କିଛିଦିନ ହେଲା ଲଗାତାର ଭାବରେ ଫିରିଙ୍ଗିଆ ପୋଲିସ ବିଭିନ୍ନ ଜାଗାରେ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ବାନ୍ଧି କୋର୍ଟ ମଧ୍ୟ ଚାଲାଣ କରୁଛି I ତଥାପି ଅଂଚଳରୁ ଗଞ୍ଜେଇ କାରବାର ଥମିବାର ନା ଧରୁନି I ବିଶେଷ କରି ବାହାର ଜିଲ୍ଲାର କିଛି ଗଞ୍ଜେଇ ମାଫିଆ ଏହି ଗଞ୍ଜେଇ କାରବାର ପାଇଁ ଏହି ଫିରିଙ୍ଗିଆ ଅଞ୍ଚଳରେ ଡେରା ପକେଇବା ସହ ରିତିମତ ଭାବେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି I 

ତେବେ ଏହି ପରିପେକ୍ଷୀରେ ଫିରିଙ୍ଗିଆ ପୋଲିସ ଏକ କାର ସହ ୩୦କିଲୋ ଗଞ୍ଜେଇକୁ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣ ଅନ୍ତଜିଲ୍ଲା ପେସାଦାର ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି I ତେବେ ଗିରଫ ମାଫିଆମାନଙ୍କ ମଧ୍ୟ୍ୟରେ ଜଣେ ଜଗତସିଂହପୁର ଜିଲ୍ଲା ପାରାଦୀପ ଥାନା ନୂଆପାଟଣା ଯୋଭସ୍ଲୋଭାକିଆ କଲୋନୀର ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କ ପୁଅ ଦେବାଶିଷ ପାଣିଗ୍ରାହୀ ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକା ଗାଁର ଭରତ ଜେନାଙ୍କ ପୁଅ ନାରାୟଣ ଜେନା ବୋଲି ଜଣାପଡିଛି I ଗିରଫ ଦୁଇ ଜଣ ଗଞ୍ଜେଇ ମାଫିଆ ଜଣେ ଜଣେ ପେସାଦର ଗଞ୍ଜେଇ ମାଫିଆ ବୋଲି ପୋଲିସ ତରଫରୁ ସୂଚନା ମିଳିଥିବା ବେଳେ ଏମାନେ ବହୁବାର ଏହି ଫିରିଙ୍ଗିଆ ଅଂଚଳରୁ ରାଜଧାନୀ ଭୁବନେଶ୍ୱରକୁ ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଜଣାପଡିଛି I 

ସୂଚନା ଅନୁସାରେ ଗତକାଲି ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ଆସିଥିଲା I ପରେ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନିର୍ଦେଶକ୍ରମେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଫିରିଙ୍ଗିଆ ବାଲିଗୁଡା ରାସ୍ତାର ମୁଣ୍ଡାସାହି ଛକ ନିକଟରେ କାର ଟିକୁ ଧରିବାରେ ସଫଳ ହୋଇଥିଲେ I ଅନ୍ୟପଟେ ଏହି ଘଟଣାରେ ଫିରିଙ୍ଗିଆ ଥାନାରେ ୮୬/୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଜକ୍ତ ଦୁଇ ଗଞ୍ଜେଇ ମାଫିଆ ଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଘଟଣାର ତଦନ୍ତ ଦାୟିତ୍ୱ ରେ ଥିବା ପୋଲିସ ଏସଆଇ ଦୀପକ କୁମାର ରାଉତ ସୂଚନା ଦେଇଛନ୍ତି I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.