ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମେଳା ଦେଖି ବାଇକରେ ଘରକୁ ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ୩ ଯୁବକଙ୍କ ଜୀବନ

Published By : Prameya | February 8, 2025 8:09 PM

ମୋରଡା, ୮।୨ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ  ବାଇକକୁ ଅଜଣା ଗାଡି ଧକ୍କା ଦେବାରୁ  ତିନିଜଣ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକମାନେ ହେଲେ ଧାତିକା ଗ୍ରାମର ବିପିନ ଦେଓ,ରବୀନ୍ଦ୍ର ଦେଓ ଓ଼ ବାଦଲ ନାଏକ

ଶୁଳିଆପଦା ଥାନା ଅଧୀନ ଧାତିକା ଗ୍ରାମର ବିପିନ ଦେଓ,ରବୀନ୍ଦ୍ର ଦେଓ ଓ଼ ବାଦଲ ନାଏକ ବାଘଡା ପଞ୍ଚାୟତର ସିଙ୍ଗଡା ଭୀମ ମେଳା ଦେଖିବାକୁ ଏକ ବାଇକ ଯୋଗେ ଯାଇଥିଲେ l ତେବେ ଅପରାହ୍ନ ସମୟରେ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଦିମିଆ ଗାଁ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା।  ତିନି ଜଣ ବାଇକରୁ ଛିଟିକି ପଡିଥିଲେ ।  ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ଖବର ପାଇ ଶୁଳିଆପଦା ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା  ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.