ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦି ସରକାର ୩.୦ରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଧିକା ଦାୟିତ୍ୱ , ଏହି ମନ୍ତ୍ରୀଙ୍କୁ ମିଳିଲା ୨-୨ଟି ହେଭି ୱେଟ୍‌ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ନୂଆ ମନ୍ତ୍ରିପରିଷଦର ସାଥିଙ୍କ ମଧ୍ୟରେ ଦାୟିତ୍ୱ ଓ ତାଙ୍କ ବିଭାଗର ବଣ୍ଟନ କରିଛନ୍ତି। ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କର ଦାୟିତ୍ୱ ବଢାଇ ତାଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି। ଖଟ୍ଟରଙ୍କୁ ଉର୍ଜା ଓ ସହରୀ ବିକାଶ ମନ୍ତ୍ରଣାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି। ଏହିପରି ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କର ମଧ୍ୟ ଦାୟିତ୍ୱ ବଢାଇ ଦିଆଯାଇଛି। ତାଙ୍କୁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। 

ସରକାରରେ ଦ୍ୱିତୀୟ ନମ୍ୱରରେ ଥିବା ରାଜନାଥ ସିଂହ ପୂର୍ବ ଭଳି ପୁଣି ଥରେ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ଏହାସହ ନଂ-୩ରେ ରହିଥିବା ଅମିତ ଶାହଙ୍କୁ ପୁଣି ଥରେ ଗୃହ ଓ ସହକାରିତା ମନ୍ତ୍ରଣାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି। ସଙ୍ଗଠନରୁ ସରକାରକୁ ଆସିଥିବା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ମଧ୍ୟ ଦାୟିତ୍ୱ ବୃଦ୍ଧି କରାଯାଇଛି। ତାଙ୍କୁ ମଧ୍ୟ ଚଳିତ ଥର ଦୁଇଟି ବଡ଼ ବଡ଼ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ତାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବ୍ୟତୀତ ରାସାୟନିକ ଓ ସାର ମନ୍ତ୍ରଣାଳୟ ମଧ୍ୟ ପ୍ରଦାନ କରାଯାଇଛି।   ନିର୍ମଳା ସୀତାରମଣଙ୍କୁ ଅର୍ଥ ବ୍ୟତୀତ କମ୍ପାନୀ ମାମଲାର ମଧ୍ୟ ମନ୍ତ୍ରୀ କରାଯାଇଛି, ଏସ୍‌ ଜୟଶଙ୍କର ପୂର୍ବଭଳି ବିଦେଶ ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିବେ। 

ଆଉ ଯେଉଁ ଅନ୍ୟ ମନ୍ତ୍ରୀଙ୍କୁ ଦୁଇ ଦୁଇଟି ହେଭି ୱେଟ୍‌ ବିଭାଗ ଦିଆଯାଇଛି, ଏଥିରେ ଗତ ସରକାରରେ ରେଳ ମନ୍ତ୍ରୀ ଥିଲା ଅଶ୍ୱିନୀ ବୈଷ୍ଣବ ମଧ୍ୟ ସାମିଲ ଅଛନ୍ତି। ତାଙ୍କୁ ଏହିଥର ୩-୩ଟି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ପୂର୍ବଭଳି ଅଶ୍ୱିନୀ ରେଳ ଓ ଆଇଟି ମନ୍ତ୍ରଣାଳୟ ଦେଖିବେ । ତାଙ୍କୁ ମଧ୍ୟ ଏହିଥର ସୂଚନା-ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଦିଆଯାଇଛି। ବିହାରରେ ଜେଡିୟୁ କୋଟାରେ ମନ୍ତ୍ରୀ ହୋଇଥିବା ରାଜୀବ ରଞ୍ଜନ ଓରଫ ଲଲ୍ଲନ ସିଂହଙ୍କୁ ମଧ୍ୟ ଦୁଇ ଦୁଇଟି ମନ୍ତ୍ରଣାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି। ତାଙ୍କୁ ପଞ୍ଚାୟତି ରାଜ ଓ ପଶୁପାଳନ , ଡାଏରୀ ଏବଂ ମତ୍ସପାଳନ ବିଭାଗ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.