ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ଯୁବକକୁ ୨୦ ବର୍ଷ ଜେଲ୍‌

Published By : Prameya | March 27, 2025 10:53 PM

କେନ୍ଦୁଝର,୨୭/୩ : କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଘଟଗାଁ ଥାନା ଅନ୍ତର୍ଗତ କାଳିପଶି ଗ୍ରାମର ଅଭିଯୁକ୍ତ ରୟା ମୁଣ୍ଡା(୨୮)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି। ଏଥିସହ ପୀଡିତାଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା  ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି। ୨୦୨୪ ଜୁନ୍‌ ୧୭ ତାରିଖ ରାତି ୧୧ଟା ସମୟରେ ୧୫ ବର୍ଷର ନାବାଳିକା ପୀଡିତାଙ୍କ ପରିବାର ଲୋକ ରାତି ଖିଆପିଆ ସାରି ଶୋଇଥିବା ସମୟରେ ପୀଡିତା ଅନ୍ୟ ଏକ କୋଠରୀରେ ଶୋଇଥିଲେ। ଏହି ସମୟରେ ଅଭିଯୁକ୍ତ ମନ୍ଦ ଉଦ୍ଦେଶ୍ୟ ରଖି ଜୋର ଜବରଦସ୍ତ ଘରୁ ପୀଡିତାଙ୍କୁ ଅପହରଣ କରି ନେଇ ଯାଇଥିଲା। 

ତେବେ ସକାଳୁ ପୀଡିତାକୁ ନପାଇ ଘର ଲୋକ ଖୋଜାଖୋଜି କରିବାରେ ଜାଣିବାକୁ ପାଇଲେ ଅଭିଯୁକ୍ତ ରୟା ମୁଣ୍ଡା ପୀଡିତାକୁ ବଳପୂର୍ବକ ଅପହରଣ କରି ନେଇ ଡୁବୁରୀ ଅଞ୍ଚଳରେ ଏକ ଭଡା ଘରେ ରଖିଛି। ଉକ୍ତ ବିଷୟକୁ ନେଇ ପୀଡିତାର ବାପା ତା ୨୪/୬/୨୦୨୪ ରିଖ ଘଟଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୨୬୧/୨୪ ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଡାଙ୍ଗିଆ ଲାକ୍ରା ତଦନ୍ତ କରିବା ପରେ ଆସାମୀକୁ ଡୁବୁରୀ ଅଞ୍ଚଳରୁ ଗିରଫ କରି ପୀଡିତାକୁ ଉଦ୍ଧାର କରିଥିଲେ। ପୀଡିତାକୁ ପଚାରିବାରେ ତା'ସହ ଜୋର ଜବରଦସ୍ତ ବଳାତ୍କାର ହୋଇଥିବା ବୟାନ ଦେଇଥିଲା। ପୀଡିତାର ବୟାନକୁ ଆଧାର କରି ଅଭିଯୁକ୍ତକୁ ପିଙ୍ଗଳ କୋର୍ଡ ଧାରା ୩୬୩/୩୬୬/୩୭୬(୩)/୩୭୬(୨)(ଏନ୍‌) ଓ ପକ୍ସୋ ଧାରା ୬ ଅନୁସାରେ କୋର୍ଟ ଚାଲାଣ କରିଥିଲା । ଗୁରୁବାର ଦିନ ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ସରକାରଙ୍କ ତରଫରୁ ୧୨ ଜଣ ଓ ଆସାମୀଙ୍କ ତରଫରୁ ଜଣେ ସାକ୍ଷୀଙ୍କ ବୟାନ ଓ ପୁଲିସର ଅନୁସନ୍ଧାନ ରିପୋର୍ଟକୁ ଆଧାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.