ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

୨୦୨୪-୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବା ଆକଳନ

Published By : Prameya | February 15, 2025 10:22 PM

ଭୁବନେଶ୍ବର, ୧୫।୨  : ୨୦୨୪-୨୫ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଆଗତ ହୋଇଛି। ଓଡ଼ିଶାର ଅଭିବୃଦ୍ଧି ୭.୨ ପ୍ରତିଶତ ରହିବା ଆକଳନ କରାଯାଇଛି। ସେହି ସମୟ ମଧ୍ୟରେ ସର୍ବଭାରତୀୟ ସ୍ତରରେ ଅଭିବୃଦ୍ଧି ହାର ୬.୪% ରହିବା ନେଇ ଆକଳନ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତିର ଆକାର ୧୦ ପ୍ରତିଶତ ବଢି  ୯.୫ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ବାର୍ଷିକ ମୁଣ୍ଡ ପିଛା ଆୟ ୧୦.୬% ବଢ଼ି ୧.୮୩ ଲକ୍ଷରେ ପହଞ୍ଚିଛି ।  ଅନ୍ୟ ରାଜ୍ୟ ତୁଳନାରେ ମୁଣ୍ଡ ପିଛା ଆୟ ହିସାବରେ ଏକାଦଶ ସ୍ଥାନରେ ଓଡ଼ିଶା ରହିଛି।

 କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଯୋଗଦାନ ପ୍ରାୟ ୧୯ ପ୍ରତିଶତ ରହିବ। କୃଷି ଓ ଆନୁସଙ୍ଗିକ ଅଭିବୃଦ୍ଧି ହାର ୩.୩ ପ୍ରତିଶତ ରହିବ ଯାହାକି  ସର୍ବଭାରତୀୟ ସହ ପ୍ରାୟ ସମାନ । ସେହିପରି ଶିଳ୍ପକ୍ଷେତ୍ରରେ ଯୋଗଦାନ ୪୪% ରହିବ।  ଅଭିବୃଦ୍ଧି ହାର ୬.୧%  ରହିଛି। ସେବା କ୍ଷେତ୍ରରେ ଯୋଗଦାନ ୩୭% ହେବ।  ଅଭିବୃଦ୍ଧି ୧୦% ଆକଳନ  କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.