ରାଉରକେଲା,୬।୧୦ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଡେଲି ମାର୍କେଟର ଦୁଇଟି ସ୍ଥାନରେ ଚଢାଉ କରି ୨୦ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଏଥିସହ ୨ ଜଣ ବ୍ୟବସାୟୀଙ୍କୁ ଅଟକ ରଖିଛି। ବ୍ୟବସାୟୀ ୨ ଜଣ ହେଲେ ଅଜୟ ଗୁପ୍ତା ଓ ରାକେଶ ଅଗ୍ରଓ୍ବାଲ।
ଦୀପାବଳୀରେ ବ୍ୟବସାୟ କରିବା ପାଇଁ ଡେଲି ମାର୍କେଟର ଦୁଇଟି ସ୍ଥାନରେ ବେଆଇନ ଭାବେ ବାଣ ଗଚ୍ଛିତ ରହିଥିଲା। ଖବର ପାଇ ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରିଥିଲା। ସେଠାରୁ ବିପୁଳ ପରିମାଣର ବାଣ ଜବତ କରିଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ। ସହରରେ ଅନ୍ୟ କେଉଁ ମାନେ ବେଆଇନ ଭାବରେ ବାଣ ଗଚ୍ଛିତ ରଖିଛନ୍ତି ତାର ଖୋଳ ତାଳ କରୁଛି ରାଉରକେଲା ପୋଲିସ ।