ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସୁନ୍ଦରଗଡ଼ ସଡ଼କ ଦୁର୍ଘଟଣାରେ ୨ ଶ୍ରମିକ ମୃତ, ୯ ଗୁରୁତର

ସୁନ୍ଦରଗଡ଼, ୩୧।୫: ସୁନ୍ଦରଗଡ଼ରେ ସଡ଼କ ଦୁର୍ଘଟଣାରେ ୨ ଶ୍ରମିକ ମୃତ, ୯ ଗୁରୁତର । କିଛି ଶ୍ରମିକ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଥିବା ସୂଚନା । ସୁନ୍ଦରଗଡ଼ ହେମଗିର ଥାନା ଅନ୍ତର୍ଗତ ଓସ୍ତାଳି ଘାଟିଠାରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି । 

ହେମଗିର ଚନ୍ଦନ ନଗରଠାରୁ ବାଲାଜୀ କମ୍ପାନୀର ଏକ କ୍ୟାମ୍ପରରେ ମହିଳା ପୁରୁଷ ଓ ଚାଳକ ସମେତ ୯ ଜଣ ଡୁଡୁକାସ୍ଥିତ ବାଲାଜୀ କମ୍ପାନୀର ସାଇଡକୁ କାମକରି ବାକୁ ଯାଉଥିଲେ । ମହେନ୍ଦ୍ର ପିକପଟି ଓସ୍ତାଲି ଘାଟିଠାରେ ଭାରସାମ୍ୟ ହରାଇ ଘାଟି ତଳକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ହେମଗିର ଓ ସୁନ୍ଦରଗଡ଼ ଡାକ୍ତରଖାନାରେକୁ ପଠାଛନ୍ତି । ମୃତ ମହିଳାମାନେ ଶେମବାଇ ଗନ୍ଧର୍ବ, ମୋତି ଗନ୍ଧର୍ବ ବୋଲି ଜଣାପଡ଼ିଛି । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ କ୍ଷତିପୂରଣ ଦାବିରେ ରାସ୍ତାରୋକ ମଧ୍ୟ କରାଯାଇଛି । ଘଟଣାସ୍ଥଳରେ ହେମଗିର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.