ମାଲକାନଗିରି /କାଲିମେଳା /ଏମଭି ୭୯, ୮/୨ (ଆପ୍ର ) : ଦୁଇ ନିଖୋଜ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଦୁଇ ଜଣ ହେଲେ ଏମଭି ୭୨ଗ୍ରାମର ଜ୍ୟୋତି ହାଲଦାର (୧୨) ଓ ଏମଭି ୧୨୬ ଗ୍ରାମର ମନ୍ଦିରା ସୋଡି (୧୩)। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଆତ୍ମ ହତ୍ୟା କି ହତ୍ୟା ସନ୍ଦେହ ଘେର ରେ ରହିଛି।
ଏମଭି ୭୨ଗ୍ରାମର ତିମିର ହାଲଦାରଙ୍କ କନ୍ୟା ଜ୍ୟୋତି ହାଲଦାର,(୧୨) ଓ ଏମଭି ୧୨୬ଗ୍ରାମର ୱାଗା ସୋଡିଙ୍କ କନ୍ୟା ମନ୍ଦିରା ସୋଡି (୧୩) ଗୁରୁବାର ବିଦ୍ୟାଳୟକୁ ଆସି ଆଉ ଘରକୁ ଫେରି ନ ଥଲେ। ପରିବାର ପକ୍ଷରୁ ଏମଭି ୭୯ଥାନାରେ ଦୁଇ ଛାତ୍ରୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ ।ପୋଲିସ ତଦନ୍ତ ଜାରି ରଖିଥିଲା। ଶନିବାର ସକାଳେ ବିଦ୍ୟାଳୟ ଠାରୁ ପ୍ରାୟ ୩କିଲୋମିଟର ଦୂର ବିଲିଗୁଡା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରେ ଏକ ଆମ୍ବ ଗଛରେ ଦୁଇଜଣ ଛାତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଝୁଲୁଥିବାର ଗ୍ରାମର କିଛି ମହିଳା ଦେଖି ଥିଲେ। ପରେ ଖବର ପ୍ରଚାର ହେବା ପରେ ମାଲକାନଗିରି ଏସ୍ଡ଼ିପିଓ ସଚିନ ପାଟେଲ ଓ ଏମଭି ୭୯ ଥାନା ପୁଲିସ ଘଟଣା ସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କୋରାପୁଟ ଠାରୁ ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଚ୍ଛେଦ କରାଯିବ।