ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଛାତ୍ରଙ୍କ ଛୁରାମାଡ଼ରେ ୩ ଅଣ ଛାତ୍ର ଆହତ

Published By : Prameya | February 12, 2025 5:07 PM

ଖଲ୍ଲିକୋଟ ,୧୨।୨ ସ୍ଥାନୀୟ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ (ଆରସିଏମ କଲେଜ ) ରେ ଛୁରୀ ମାଡ଼ ହୋଇଛି। ଜଣେ ଯୁକ୍ତ ୩ ଛାତ୍ର ଙ୍କ ଛୁରୀ ମାଡ଼ ରେ ୩ ଜଣ ଅଣ ଛାତ୍ର ଆହତ ହୋଇଥିବା ବେଳେ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

କଲେଜ ରେ ଯୁକ୍ତ ୩ ଶ୍ରେଣୀ ର ପରୀକ୍ଷା ଚାଲିଥିଲା। ଏହି ସମୟ ରେ ଯୁକ୍ତ ୩ ପ୍ରଥମ ବର୍ଷ ର ଜଣେ ବାଣିଜ୍ୟ ଛାତ୍ର କଲେଜ କୁ ଲାଗି ରହିଥିବା ଖେଳ ପଡିଆ ରେ ପୂର୍ବ ଶତ୍ରୁତା କୁ ନେଇ ୩ ଜଣ ଅଣ ଛାତ୍ର ଙ୍କ ସହ ଝଗଡା ଲାଗିଥିଲା।ଝଗଡା ଭିତରେ ହଠାତ ଛାତ୍ର ଜଣକ ଛୁରୀ ଦ୍ୱାରା ୩ ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ରେ ଅଣ ଛାତ୍ର ବିଜୟ ନାୟକ, ରାଜା ଗୌଡ଼ ଏବଂ ରାଜା ସେଠି ଆହତ ହୋଇଥିଲେ। ତୁରନ୍ତ ସମସ୍ତ ଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ରାଜା ଗୌଡ଼ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ପୁଲିସ ଟିମ ସହିତ କଲେଜ ଯାଇ ଅଧ୍ୟକ୍ଷ ଙ୍କ ସହ ଆଲୋଚନା କରିଥିଲେ। ପ୍ରେମ ଜନିତ ବ୍ୟାପାର କୁ ନେଇ ଘଟଣା ଘଟିଥିବା ପୁଲିସ ସୂତ୍ର ରୁ ପ୍ରକାଶ। ତେବେ ଆଜି ଅନୁଷ୍ଠିତ ଯୁକ୍ତ ୩ ପରୀକ୍ଷା ରେ ଉକ୍ତ ଛାତ୍ର ଜଣକ ଅନୁପସ୍ଥିତ ଥିବା କଲେଜ ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ସ୍ୱାଇଁ ଙ୍କ ଠାରୁ ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.