ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଖଲ୍ଲିକୋଟ ଦିଲ୍ଲୀପ ପାହାନ ହତ୍ୟା ଘଟଣା ; ରାଜକୋଟରୁ ଗିରଫ ହେଲେ ଆଉ ୨ଅଭିଯୁକ୍ତ, ଗିରଫ ସଂଖ୍ୟା ୧୯ରେ ପହଞ୍ଚିଲା

ଖଲ୍ଲିକୋଟ,୭/୬ : ଶ୍ରୀ କୃଷ୍ଣ ଶରଣପୁର ଗ୍ରାମରେ ରାଜନୈତିକ ହିଂସାରୁ ଗତ ମାସ ୧୫ତାରିଖରେ ଘଟିଥିବା ଦିଲ୍ଲୀପ ପାହାନ ହତ୍ୟା ଘଟଣାରେ ପୂର୍ବରୁ ୧୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଆଜି ଆଉ ୨ ଜଣ ଅଭିଯୁକ୍ତଙ୍କୁ ରାଜକୋଟରୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ । ଏଥିସହ ହତ୍ୟାରେ ବ୍ୟବହୃତ ଆଉ ଏକ ଖଣ୍ଡାକୁ ମଧ୍ୟ ପୋଲିସ ଜବତ କରିଛି । ଆଜି ଗିରଫ ହୋଇଥିବା ୨ଜଣ ହେଲେ ଶ୍ରୀ କୃଷ୍ଣ ଶରଣପୁର ଗ୍ରାମର ଗୌରୀ ଗୌଡ଼ ଓ କେଶପୁରର ଆଶିଷ କୁମାର ସାହୁ ଓରଫ ପାଣ୍ଡା । 

ଗିରଫ ୨ ଜଣଙ୍କୁ ପଚରାଉଚରା ପରେ ପୋଲିସ ଗୁରୁଣ୍ଠି ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରୁ ଆଉ ଏକ ଖଣ୍ଡାକୁ ଜବତ କରିଥିଲେ। ପୂର୍ବରୁ ରାମଚନ୍ଦ୍ର ପୁର ଗ୍ରାମ ନିକଟସ୍ଥ ପଡିଆ ରେ ପୋତା ଯାଇଥିବା ଏକ ଖଣ୍ଡାକୁ ପୋଲିସ ଜବତ କରିଥିଲେ । ଖଲ୍ଲିକୋଟ ଥାନା ଏସଆଇ ପାର୍ଥ ପ୍ରତିମ ଦେବତାଙ୍କ ନେତୃତ୍ୱରେ ଏକ ୪ଜଣିଆ ପୋଲିସ ଟିମ ଗୁଜୁରାଟ ରାଜକୋଟ ଯାଇ ଉକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରି ଏସଆଇଟିକୁ ହସ୍ତାନ୍ତର କରିଥିଲେ । ଏହି ୨ଜଣଙ୍କୁ ମିଶାଇ ଦିଲ୍ଲୀପ ହତ୍ୟାକାଣ୍ଡ ଘଟଣାରେ ଗିରଫ ସଂଖ୍ୟା ୧୯ରେ ପହଞ୍ଚିଛି । ଏସଆଇଟି ଟିମ ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାରେ ଆହୁରି ୪ଅଭିଯୁକ୍ତ ବାହାରେ ବୁଲୁଥିବା ଆଇଆଇସି ସୂଚନା ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.