ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼, ୨ ଗୁରୁତର

Published By : Prameya | February 17, 2025 11:12 PM

ଅନୁଗୁଳ, ୧୭।୨ : ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗରରେ ଗୁଳିମାଡ଼। ଦୁଇ ଜଣଙ୍କ ଉପରକୁ ହୋଇଛି ଗୁଳିମାଡ଼। ଗୁରୁତର ଦୁଇଜଣ ହେଲେ ଶିବରାମ ନାଏକ ଏବଂ ଵିଷ୍ଣୁ ରାମ ନାଏକ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ କହ୍ନେଇ ନଗରକୁ  ୨ ଟି ବାଇକରେ ୫ ଜଣ ଆସି ଶିବରାମ ଓ ବିଷ୍ଣୁଙ୍କ ଉପରକୁ ଗୁଳିମାଡ କରିଥିଲେ। ଉଭୟଙ୍କ  ପେଟ ଏବଂ ଜଙ୍ଘରେ ଗୁଳି ବାଜିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ  ଅନୁଗୁଳ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।  ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁଳି କାଣ୍ଡର କାରଣ ଅଷ୍ପଷ୍ଟ ଥିଲା ବେଳେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି। ଅନୁଗୁଳ ଏବଂ ବନ୍ତଳା ପୋଲିସ ଘଟଣା ସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି। ଦେଶୀ ପିସ୍ତଲରୁ ଗୁଳିମାଡ଼ ହୋଇଥିବା ଜଣାଇପଡିଛି। ଗୁଳି ମାରିଥିବା ଦୁର୍ବୃତ୍ତମାନେ  ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.