ନୂଆଦିଲ୍ଲୀ,୦୪/୦୨: ଉତ୍ତରପ୍ରଦେଶରେ ମାଲବାହୀ ଟ୍ରେନ ଦୁର୍ଘଟଣା । ଦୁଇ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି । ଉତ୍ତରପ୍ରଦେଶର ଫତେହପୁର ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାରେ ଟ୍ରେନର ଦୁଇ ଲୋକ ପାଇଲଟ ଗୁରୁତର ହୋଇଥିବା ସୂଚନା ରହିଛି । ଟ୍ରେନ ଧକ୍କା ଯୋଗୁଁ ଟ୍ରାକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିବା ବେଳେ ଟ୍ରେନର ଇଞ୍ଜିନ ଖସିଯାଇଥିବା ସୂଚନା ମିଳିଛି। ତେବେ ଘଟଣାଟି ଆଜି ସକାଳ ପ୍ରାୟ ୮ ଟା ସମୟରେ ଘଟିଛି ।
ଏହା ମଧ୍ୟ ପଢନ୍ତୁ- ଜିପ୍କୁ ଧକ୍କା ଦେଲା କାର୍; ୫ମୃତ , ୮ ଗୁରୁତର
ଏହି ଟ୍ରାକରେ କେବଳ ମାଲବାହୀ ଟ୍ରେନ୍ ଚାଲିଥାଏ। ତେଣୁ ଏହି ଘଟଣା ଯୋଗୁଁ କୌଣସି ଯାତ୍ରୀବାହୀ ଟ୍ରେନ ପ୍ରଭାବିତ ହୋଇନାହିଁ। ସେପଟେ ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଉଭୟ ଟ୍ରେନର ଲୋକୋ ପାଇଲଟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରାକ ସଫା କରାଯାଉଛି। କାନପୁର ଏବଂ ଫତେହପୁର ମଧ୍ୟରେ ଖାଗାର ପାମ୍ଭିପୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ରେଳବାଇ ସୂତ୍ରରୁ ଜଣାପଡିଛି ଯେ ଟ୍ରାକରେ ଲାଲ ସିଗନାଲ ଥିଲା। ଏପରି ପରିସ୍ଥିତିରେ, ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା। ତେବେ ହଠାତ୍ ପଛରୁ ଦ୍ରୁତ ଗତିରେ ଏକ ମାଲବାହୀ ଟ୍ରେନ୍ ଆସି ତାକୁ ଧକ୍କା ଦେଲା। ଦୁର୍ଘଟଣା ଯୋଗୁଁ, ମାଲ ପରିବହନ କରିଡରରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଅନେକ ମାଲବାହୀ ଟ୍ରେନ୍ ଅଟକି ରହିଛି।