ଭୁବନେଶ୍ୱର, ୧୮/୦୪: ଗତ ୧୪ ତାରିଖରେ ତିହିଡ଼ି ଥାନା ହାଟୁଆରୀ ଗ୍ରାମରେ ପାଟୁଆ ଶୋଭାଯାତ୍ରା ସମୟରେ ଘଟିଥିଲା ଅଘଟଣ । ଡିଜେ ଗାଡ଼ିରେ ୧୧ କେଭି ତାର ଲାଗି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ଯୁବକ ହାଟୁଆରୀ ଗ୍ରାମର ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ଗତ ୧୪ ତାରିଖରେ ତିହିଡ଼ି ଥାନା ହାଟୁଆରୀ ଗ୍ରାମରେ ପାଟୁଆ ଶୋଭାଯାତ୍ରା ସମୟରେ ଡିଜେ ଗାଡ଼ି ରେ ୧୧ କେଭି ତାର ଲାଗି ଦୁଇ ମୃତ୍ୟୁ ହୋଇଥିଲା ଓ ୧୦ ଗୁରୁତର ହୋଇଥିଲେ । ଏହି ଘଟଣାରେ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ଗ୍ରାମବାସୀ ଡିଜେ ନ ଆଣିବାକୁ କହିଥିବାବେଳେ କିଛି ଲୋକ ଅବଜ୍ଞା କରି ଡିଜେ ଆଣିଥିଲେ ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଡିଜେ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଡିଜେ ଗାଡ଼ିର ସ୍ପିକର୍ ବୋଝେଇ ଟ୍ରଲର ଜବତ କରାଯିବା ସହ ଏହାର ମାଲିକକୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି ।