ଭୁବନେଶ୍ୱର, ୦୯/୦୪: ବିଜୟା ଦଶମୀ ନଗର ପରିକ୍ରମା ଦେଖି ଫେରିବା ବେଳେ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ୨ ବାଇକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ମୁଖ୍ୟ ରାସ୍ତାର ଜରାନିବାସ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ମଙ୍ଗଳବାର ଧାମନଗର ଅଞ୍ଚଳରେ ବିଜୟା ଦଶମୀ ଅବସରରେ ନଗର ପରିକ୍ରମା ଦେଖି ଫେରୁଥିବା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ମୁହାଁଣପଡା ଗ୍ରାମର ଜଣେ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହା ସହ ଗୁରୁତରଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରିଛି ପୋଲିସ ।