ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ତାଲା ଭାଙ୍ଗି ମାଆ ବରୁଣାଇଁଙ୍କ ମନ୍ଦିରରୁ ଲୁଟ୍‌, ସୁନା ଅଳଙ୍କାର ସହ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଦୁର୍ବୃତ୍ତ

Published By : Harapriya Sethi | April 10, 2025 10:25 AM

ଭୁବନେଶ୍ୱର, ୧୦/୦୪: ତାଲା ଭାଙ୍ଗି ବରୁଣାଇଁ ମନ୍ଦିରରୁ ଲୁଟ୍‌ । ମନ୍ଦିରର ତାଲା ଭାଙ୍ଗି ମାଆଙ୍କ ସୁନା ମୁକୁଟ, ଆଖି, ହାର ସହ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟ୍‌ ହୋଇଥିବା ଗହଣା ଓ ଟଙ୍କାର ମୂଲ୍ୟ ୩ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଧୁଷୁରୀ ପୋଲିସ ପହଞ୍ଚି ଛାନଭିନ୍ କରୁଛି । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ ବରୁଣେଇଙ୍କ ମନ୍ଦିରରୁ ଏହି ଲୁଟ୍‌ ହୋଇଛି । 

ସୂଚନା ମୁତାବକ, ବୁଧବାର ମାଆ ବରୁଣାଇଁଙ୍କ ସନ୍ଧ୍ୟା ଆଳତୀ କରି ପୂଜକମାନେ ଘରକୁ ଯାଇଥିଲେ । ରାତିରେ ମନ୍ଦିରରେ କେହି ନଥିବାର ଫାଇଦା ଉଠାଇଥିଲେ ଦୁର୍ବୃତ୍ତ । ମନ୍ଦିର ଗେଟ୍‌ ତାଲା ଭାଙ୍ଗି ମାଆଙ୍କ ସୁନା ମୁକୁଟ, ସୁନା ହାର, ଆଖି ଲୁଟି ନେଇଥିଲେ ଲୁଟେରା । ପରେ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ମଧ୍ୟ ନେଇ ଯାଇଥିଲେ । ସକାଳେ ପୂଜକ ପୂଜା କରିବା ପାଇଁ ଆସି ମନ୍ଦିରର ତାଲା ଭଙ୍ଗା ହୋଇଥିବା ଦେଖିବା ପରେ ପୋଲିସଙ୍କୁ ଖବର ଦେଇଥିଲେ । ଖବର ପାଇ ଧୁଷୁରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.