ପ୍ରମୂଖ ଖବର
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଭଦ୍ରକ ହେବ ଶିଳ୍ପ ପ୍ରତିଷ୍ଠାର ଇପି ସେଣ୍ଟର : ସୁରେଶ ପୂଜାରୀ

Published By : Prameya | April 8, 2025 8:40 PM

ଭଦ୍ରକ,୮/୪ : ଭଦ୍ରକ ଜିଲ୍ଲାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସିତାନ୍ସ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି ।

ତେବେ ଦୁଇ ମାସ ମଧ୍ୟରେ ଭଦ୍ରକ ଜିଲ୍ଲାରେ ଥିବା ଲଘୁ ଖଣିଜର ସ୍ଥିତି ସହ ଆର୍ଥିକ ସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଡାଟା ବେସ୍ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଭଦ୍ରକ ଜିଲ୍ଲାର ଧାମରା ଶିଳ୍ପ କ୍ଷେତ୍ରରେ ହବ ହେବା ପାଇଁ ଯାଉଛି । ଭଦ୍ରକ ଜିଲ୍ଲା ହେବ ଇଣ୍ଟରପ୍ରିନରଙ୍କ ପାଇଁ ହବ୍ । ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତଭୂମୀ , ରାସ୍ତା ଘାଟର ସୁବିଧା ଓ ଅନ୍ୟାନ୍ୟ ସୁବିଧାକୁ ଉପଲବ୍ଧ ହେବ । ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜମି ପ୍ରଦାନ, ଶିକ୍ଷା ଓ ସ୍ବାସ୍ଥ୍ୟ, ପାନୀୟ ଜଳ ସଂଯୋଗୀକରଣ ଆଦି ବିଷୟରେ ସମୀକ୍ଷା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।  

ଜିଲ୍ଲାର ସମ୍ପୂର୍ଣ୍ଣ ଡାଟାବେସ ଆସିବା ପରେ ପୁଣି ସମୀକ୍ଷା ହେବ। ଗରିବ କଲ୍ୟାଣ ଯୋଜନାର ଅଗ୍ରଗତି, ଶିକ୍ଷାନୁଷ୍ଠାନ ଗୁଡିକୁ ଜମି ପଟ୍ଟା ବଣ୍ଟନ, ଜଙ୍ଗଲ ଜମିର ସୁରକ୍ଷା ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଆଧୁନିକ ଓ ବିକଶିତ ଓଡ଼ିଶା ଗଠନ ହେବ। ୧୪୫ଏମ୍ଓୟୁରେ ୧୩ଲକ୍ଷ କୋଟି ନିବେଶ ପାଇଁ ଚୁକ୍ତି ହୋଇଛି । ଆହୁରି ଅଧିକ ୨୦ ଶିଳ୍ପ ସଂସ୍ଥା ଚୁକ୍ତି ପାଇଁ ନିବେଶକାରି ଆସିବେ ବୋଲି ପ୍ରତିଶ୍ରୁତି ମିଳିଛି । ସମୁଦାୟ ୨୭ ଲକ୍ଷ କୋଟି ନିବେଶ ହେବ । ସେମାନଙ୍କ ପାଇଁ ଜଳ, ଜମି ଆଦି ଉପଲବ୍ଧ ହେବ ବୋଲି କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.