ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ରାଜ୍ୟରେ ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର, ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ

Published By : Prameya | February 14, 2025 2:58 PM

ଭୁବନେଶ୍ଵର, ୧୪/୦୨ : ରାଜ୍ୟରେ ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର। ପିଲା ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ। ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପାଠ ପଢି ପାସ୍ ହୋଇଛନ୍ତି ୩୪ ହଜାର ୪୭୧। ହେଲେ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ପିଲା। ରାଜ୍ୟରେ ବର୍ତ୍ତମାନ ୧୯ ହଜାର ୧୮୨ ଇଞ୍ଜିନିୟରିଂ ପଢି ବେକାର ବସିଛନ୍ତି। 

ସେହିପରି ଡିପ୍ଲୋମାରେ ସ୍ଥିତି ଆହୁରି ସାଙ୍ଘାତିକ। ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପଢି ପାସ କରିଛନ୍ତି ୫୪ ହଜାର ୧୮୯ ଜଣ ପିଲା। ଚାକିରୀ ପାଇଛନ୍ତି ମାତ୍ର ୨୦ ହଜାର ୯୬ ଜଣ ପିଲା। ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ପଢି ବେକାର ବସିଛନ୍ତି। ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ। 

ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି, ଅଷ୍ଟମ ଶ୍ରେଣୀ ପିଲା ଜାଣି ନାହାଁନ୍ତି ଫେଡ଼ାଣ ହରଣ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.