ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଷୋଡ଼ଶ ଅର୍ଥ କମିଶନ, ରାଜ୍ୟର ପ୍ରମୁଖ ଅଧିକାରୀଙ୍କ ସହ କରିବେ ଆଲୋଚନା

Published By : Harapriya Sethi | February 6, 2025 8:01 AM

ଭୁବନେଶ୍ୱର, ୦୬/୦୨: ୪ ଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଆଜି ଅର୍ଥାତ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଆଗାମୀ ୫ ବର୍ଷ ପାଇଁ ୧୨.୫୬ ଲକ୍ଷ କୋଟିର ଦାବି ରଖିବ ଓଡ଼ିଶା । ଆଜି ଦ୍ବିପହରରେ ସମ୍ବାଦିକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଫେବୃଆରୀ ୪ ତାରିଖରୁ ଆସିଥିବା ଏହି ୧୫ ଜଣିଆ ଟିମ୍‌ ଆସନ୍ତା କାଲି ଅର୍ଥାତ ଫେବୃଆରୀ ୭ ତାରିଖରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଗଲା ପିକଅପ୍‌, ଗାଡ଼ି ଛାଡ଼ି ଡ୍ରାଇଭର ଫେରାର

ଓଡ଼ିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ସଦସ୍ୟମାନେ ଦ୍ୱିତୀୟ ଦିନରେ ଶ୍ରୀକ୍ଷେତ୍ର ଗସ୍ତରେ ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହ ସହରର ଉନ୍ନତୀକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ବୈଠକରେ ପୌର ପ୍ରଶାସନ ଶ୍ରଦ୍ଧାଳୁ ଓ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ସହରର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ବ୍ୟବସ୍ଥିତ ଓ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ । ଏହି ଟିମ୍‌ ରାଜ୍ୟର ବିଭିନ୍ନ ଅଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.