କଟକ,୧୩।୨ : ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ରେଭେନ୍ସା ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ଘଟିଛି ଘଟଣା । ଛାତ୍ରୀନିବାସରେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ଜଣକ ଢେଙ୍କାନାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଛାତ୍ରୀଙ୍କ ମୃତ୍ୟୁ ଖବର ପାଇଁ ପରିବାର ଲୋକ ସ୍କୁଲରେ ପହଞ୍ଚିଥିଲେ। ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ମୃତ ଛାତ୍ରୀ ଙ୍କ ବାପା ପୋଲିସ ରେ କାର୍ଯ୍ୟରତ ବୋଲି ଜଣାପଡିଛି । ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି।