ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

Indias Got Latent: ରଣବୀର-ସମୟଙ୍କୁ ସମନ ପଠାଇଲେ ମହିଳା କମିଶନ, ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ

Published By : Tapas Panda | February 11, 2025 11:00 PM

ନୂଆଦିଲ୍ଲୀ: ରଣବୀର ଆହ୍ଲାବାଦିଆଙ୍କ ଅଡ଼ୁଆ କମ୍‌ ହେବାର ନାଁ ଧରୁନାହିଁ । ସେପଟେ ସମୟ ରୈନାଙ୍କ ବିବାଦୀୟ ୟୁଟ୍ୟୁବ ଶୋ’ରେ ଲାଗିଛି ଗ୍ରହଣ । ବିବାଦ ପରେ ମହାରାଷ୍ଟ୍ର ସାଇବର ସେଲ୍ ୟୁଟ୍ୟୁବ୍ ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ବିରୋଧରେ ମାମଲା ଦାୟର କରିଛି । ମୋଟ ୩୦ ରୁ ୪୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।  ଶୋ’ର ପ୍ରଥମ ଏପିସୋଡ୍ ଠାରୁ ଷଷ୍ଠ ଏପିସୋଡ୍ ପର୍ଯ୍ୟନ୍ତ ଏଥିରେ ଜଡିତ ସମସ୍ତ ଲୋକଙ୍କ ବିରୋଧରେ ମାମଲା ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ ନୋଟିସ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ।  ସମସ୍ତଙ୍କୁ ସେମାନଙ୍କର ବୟାନ ରେକର୍ଡ କରିବା ପାଇଁ ଡାକିବ ସାଇବର ସେଲ୍‌ । ଜଣେ ପୋଲିସ ଅଧିକାରୀ ଏନେଇ ପିଟିଆଇକୁ ସୂଚନା ଦେଇଛନ୍ତି । ଏହି ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍ ଏବେ କ’ଣ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି ତା ଉପରେ ସମସ୍ତଙ୍କ ନଜର ରହିବ ।

Ranveer Allahbadia: ୟୁଟ୍ୟୁବରଙ୍କୁ ଶକ୍ତ ଝଟ୍‌କା, ରଣବୀର ଆହ୍ଲାବାଦିଆ ଏବଂ ସମୟ ରୈନାଙ୍କ ଶୋ’କୁ ବଲିଉଡ୍‌ର ବୟକଟ୍‌ !

ସାଇବର ସେଲ୍ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନର ଧାରା ଅନୁଯାୟୀ ମାମଲା ରୁଜୁ କରିଛି ଏବଂ କମେଡି ଶୋ’ର ସମସ୍ତ ଏପିସୋଡ୍ (ମୋଟ ୧୮) ହଟାଇବା ପାଇଁ ଦାବି କରିଛି ।  ଅଂଶଗ୍ରହଣକାରୀ ଏବଂ ଅତିଥିମାନଙ୍କ ସମେତ ଶୋ’ ସହିତ ଜଡିତ ଅନ୍ୟ ଲୋକମାନେ କାର୍ଯ୍ୟକ୍ରମରେ 'ଅଶ୍ଳୀଳ' ଭାଷା ବ୍ୟବହାର କରୁଥିବା ଜଣାପଡ଼ିଛି । ସାଇବର ସେଲ୍ ଶୋ’ର ବିଚାରକ ଏବଂ ଅତିଥିମାନଙ୍କ ସମେତ ୩୦ ରୁ ୪୦ ଜଣଙ୍କ ତାଲିକା ପ୍ରସ୍ତୁତ କରିଛି । ଯେଉଁମାନଙ୍କୁ ସମନ ପଠାଯିବ । ସେହିଭଳି ଜାତୀୟ ମହିଳା ଆୟୋଗ (NCW) ରଣବୀର ଆହ୍ଲାବାଦିଆ, ସମୟ ରୈନା, ଅପୂର୍ବ ମୁଖୀଜା, ଆଶିଷ ଚଞ୍ଚଲାନି, ଯଶପ୍ରୀତ ସିଂହ ଏବଂ ଶୋ'ର ପ୍ରଯୋଜକଙ୍କୁ ସମନ କରିଛି। 

କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ, ବାପାମା’ଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ବୟାନ

ଶୋ’ରେ ଦିଆଯାଇଥିବା ମନ୍ତବ୍ୟକୁ ନେଇ ବ୍ୟାପକ ଜନଆକ୍ରୋଶ ସୃଷ୍ଟି ହୋଇଛି ।  ବିଶେଷକରି ସମାନତା ଏବଂ ପାରସ୍ପରିକ ସମ୍ମାନକୁ ବଜାୟ ରଖୁଥିବା ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ ଏବଂ ମର୍ଯ୍ୟାଦାକୁ ଏହି ମନ୍ତବ୍ୟ ଉଲ୍ଲଂଘନ କରୁଛି ବୋଲି ଜାତୀୟ ମହିଳା ଆୟୋଗଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଉଛି । ଶୋ’ରେ ଥିବା ସମସ୍ତ ବ୍ୟକ୍ତି କମିଶନଙ୍କ ଆଗରେ ହାଜର ହେବାକୁ କୁହାଯାଇଛି । ମହିଳା କମିଶନନଙ୍କ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ୧୭ ଫେବୃଆରୀ, ୨୦୨୫ ଦିନ ମଧ୍ୟାହ୍ନ ୧୨ଟାରେ ଏହି ମାମଲାର ଶୁଣାଣି ହେବ । କମେଡିଆନ ସମୟ ରୈନାଙ୍କ ଦ୍ୱାରା ଆୟୋଜିତ ଏକ ଶୋ’ରେ ଉପସ୍ଥିତ ଥିବା YouTuber ରଣବୀର ଆହ୍ଲାବାଦିଆଙ୍କ ଆପତ୍ତିଜନକ ମନ୍ତବ୍ୟକୁ ଏହି ବିବାଦ ଆରମ୍ଭ ହୋଇଛି ।

'ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ' ବ୍ୟାନ୍‌ କରିବାକୁ ଉଠିଲା ଦାବି; ମୁମ୍ବାଇରୁ ଦିଲ୍ଲୀ ଯାଏଁ ମାଳମାଳ ଅଭିଯୋଗ, ଫଶିଲେ ରଣବୀର ଆହ୍ଲାବାଦିଆ-ସମୟ ରୈନା


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.