ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କେବେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ? ମିଶନ ନେଇ ସରକାର ଦେଲେ ସୂଚନା

Published By : Ankita S | February 7, 2025 1:30 PM

ନୂଆଦିଲ୍ଲୀ,୦୭/୦୨: ଚନ୍ଦ୍ରଯାନ-୩ ମିଶନ ସଫଳତା ପରେ ଏବେ ଚନ୍ଦ୍ରଯାନ ୪ ନେଇ ଯୋଜନା କରୁଛି ଇସ୍ରୋ । କେବେ ଲଞ୍ଚ ହେବ ଚନ୍ଦ୍ରଯାନ-୪ । ୨୦୨୮ ନା ୨୦୨୭ ମିଶନର ସମୟ ନେଇ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।  ୨୦୨୮ ନୁହେଁ ୨୦୨୭ରେ ଲଞ୍ଚ ହେବ ଚନ୍ଦ୍ରଯାନ-୪ ।  ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ । ଏହି ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରୁ ନମୁନା ଭାବେ ପଥର ଖଣ୍ଡ ସଂଗ୍ରହ କରାଯିବ । ଯାହା ଦ୍ବାରା ଚନ୍ଦ୍ରପୃଷ୍ଠ ବାବଦରେ ଅନେକ ତଥ୍ୟ ମିଳିବ ।

ଇସ୍ରୋ ଚନ୍ଦ୍ରଯାନ-୪ ମିଶନକୁ ହେଭିଲିଫ୍ଟ ଲଞ୍ଚ ଭେହିକଲ LVM-3 ସାହାଯ୍ୟରେ ଉତକ୍ଷେପଣ କରିବ । ଏହାକୁ ଦୁଇଟି ଅଲଗା ଲଞ୍ଚ ସହ ୫ଟି ଅଲଗା ଅଲଗା କମ୍ପୋନେଣ୍ଟକୁ କକ୍ଷପଥରେ ଏକାଠୀ କରାଯିବ । ଅନ୍ତରୀକ୍ଷରେ ପରସ୍ପରର ସହ ଯୋଡା ଯିବ । ଚନ୍ଦ୍ରମା ସହିତ ନମୂନା ସଂଗ୍ରହ କରିବା ଓ ପୃଥିବୀକୁ ଫେରିବା ଚନ୍ଦ୍ରଯାନ-୪ର ଲକ୍ଷ୍ୟ । ଚନ୍ଦ୍ରଯାନ-୪ ସହିତ ମହାକାଶକୁ ପଠାଯିବକୁ ଥିବା ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଚ୍ୟାଲେଞ୍ଜି କାମ କରିବ । ଚନ୍ଦ୍ରପୃଷ୍ଠର ନମୁନାକୁ ପୃଥିବୀ ପୃଷ୍ଠରେ ବିଶ୍ଲେଷଣ କରି ଅନେକ ତଥ୍ୟ ହାସଲ କରି ହେବ । ଚନ୍ଦ୍ରପୃଷ୍ଠରେ ଜଳ ଓ ଗୁରୁତ୍ବପୂର୍ଣ୍ଣ ସମ୍ବଳ ବିଷୟରେ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।  ଅସନ୍ତାବର୍ଷ ଅର୍ଥାତ ୨୦୨୬ରେ ଗଗନଯାନ ମହାକାଶକୁ ପଠାଯିବ । ନ୍ୟୁଜ ଏଜେନ୍ସିଂ ପିଟିଆଇକୁ ସାକ୍ଷାତକାରରେ ଏହା କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ।

ଏହା ବି ପଢନ୍ତୁ...ଗଗନଯାନ, ଚନ୍ଦ୍ରଯାନ-୪ ପରେ ସ୍ପେସ୍‌ ଷ୍ଟେସନ...୨୦୪୦ ପର୍ଯ୍ୟନ୍ତ ଇସ୍ରୋର ପ୍ରସ୍ତୁତି

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଆହୁରି କହିଛନ୍ତି, ଭାରତର ପ୍ରଥମ ମାନବ ମିଶନ ଗଗନଯାନକୁ ଆସନ୍ତାବର୍ଷ ଲଞ୍ଚ କରାଯିବ । ଭାରତୀୟ ମହାକାଶଚାରୀଙ୍କ ପୃଥିବୀର ନିମ୍ନ କକ୍ଷପଥକୁ ପଠାଯିବ । ସେହିପରି ସମାନ ବର୍ଷ ସମୁଦ୍ର ଯାନ ମିଶନ ଲଞ୍ଚ କରାଯିବ । ଯାହାକି ୩ ଜଣ ବୈଜ୍ଞାନିକଙ୍କୁ ନେଇ ୬୦୦୦ମିଟର ଗଭୀର ସମୁଦ୍ରକୁ ଯିବ । ଏହି ମିଶନ ଭାରତର ପ୍ରମୁଖ ମିଶନ ମଧ୍ୟରୁ ଅନ୍ୟତମ ହେବ । ଏହି ମିଶନ ଜରିଆରେ ସାମୁଦ୍ରିକ ଜୈବ ବିବିଧତା ଓ ଅନ୍ୟାନ୍ୟ ଗଚ୍ଛିତ ସମ୍ବଳ  ସମ୍ପର୍କରେ ତଥ୍ୟ ମିଳିବ । ୧୯୬୯ରେ ଇସ୍ରୋ ପ୍ରତିଷ୍ଠା ହୋଇଥିଲା । ୧୯୯୩ରେ ପ୍ରଥମ ଲଞ୍ଚ ପ୍ୟାଡ୍ ସ୍ଥାପନ ହୋଇଥିଲା । ୨୦୦୪ରେ ଦ୍ବିତୀୟ ଲଞ୍ଚ ପ୍ୟାଡ ସ୍ଥାପିତ ହୋଇଥିଲା । ଗତ ୧୦ ବର୍ଷ ମଧ୍ୟରେ ଭାରତର ସ୍ପେସ୍ ସେକ୍ଟର ବହୁ ଆଗକୁ ବଢିଛି ସଫଳତା ହାସଲ କରିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.