ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଦେବାଳିଆ ହୋଇଯିବ ଆମେରିକା; କାହିଁକି ଏମିତି କହିଲେ ଏଲନ ମସ୍କ ? ବଢିଲା ଟ୍ରମ୍ପଙ୍କ ଟେନସନ୍

Published By : Ankita S | February 12, 2025 10:33 AM

ୱାଶିଂଟନ,୧୨ /୦୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘୀୟ ଖର୍ଚ୍ଚରେ କମ୍ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା କୋଟିପତି ଏଲନ ମସ୍କ ଏକ ଚେତାବନୀ ଦେଇଛନ୍ତି । ଯଦି ଆମେରିକା ତାର ବଜେଟ କମ୍ କଲା ନାହିଁ ତେବେ ଦେଶ ଦେବାଳିଆ ହୋଇଯିବ । ଟ୍ରମ୍ପଙ୍କ ନୂଆ ସରକାର ଦ୍ବାରା ପ୍ରସ୍ତୁତ ଏଜେନ୍ସିଂ ଡିଓସିଇର ମୁଖ୍ୟ ଏଲନ ମସ୍କ ହ୍ବାଇଟ୍ ହାଉସରେ ସହ ପ୍ରେସମିଟରେ ଏହି କଥା କହିଛନ୍ତି । ଟ୍ରମ୍ପଙ୍କର ଏହି ଚେତବନୀ ଟ୍ରମ୍ପଙ୍କ ଟେନସର ବଢାଇଛି ।

କାହିଁକି ଏମିତି କହିଲେ ମସ୍କ-  ବିଶେଷ କରି ଦେଶରେ ବଜେଟ୍ କମ୍ କରିବା ଦିଗରେ ଏଲନ ମସ୍କ ଚିନ୍ତା ପ୍ରକଟ କରିଛନ୍ତି ।  ଆମେରିକାର ଗତ ଆର୍ଥିକ ବର୍ଷରେ ବ୍ୟୟ ୧.୮ ମିଲିୟନ ଡଲାର ରହିଥିଲା । ସେ କହିଛନ୍ତି ଖର୍ଚ୍ଚ କମ କରିବାକୁ ଏବେ କେବଳ ବିକଳ୍ପ ନୁହେଁ ବାଧ୍ୟ । ମାତ୍ର ଟ୍ରମ୍ପ ପ୍ରଶାସନର ଶକ୍ତ ଆର୍ଥିକ ନୀତି ଆଇନ ବାବିଦାରେ ଫସୁଛି । ନିକଟରେ ଟ୍ରମ୍ପ ଅନେକ କାର୍ଯ୍ୟକାରୀର ଆଦେଶ ଦେଇଛନ୍ତି । ଯାହାର ମକଦ୍ଦମା ସରକାରୀ ଖର୍ଚ୍ଚକୁ କମ କରିବା ମାତ୍ର ନୀତିଗୁଡିକ ପାଇଁ ସଂଘୀୟ ଏଜେନ୍ସିଂ ବନ୍ଦ ହେବା ସହ ଛଟେଇ ହୋଇଛି। 

ଏହା ବି ପଢନ୍ତୁ...US News: ନିର୍ବାଚନି ସୁରକ୍ଷା ସହ ଜଡିତ କର୍ମଚାରିମାନଙ୍କୁ ସାମୁହିକ ଛୁଟିରେ ପଠାଇଲା ଆମେରିକା ପ୍ରଶାସନ, ସୁରକ୍ଷା ସହାୟତା ଉପରେ ପଡିପାରେ ପ୍ରଭାବ

ଏଲନ ମସ୍କ ଟେଲସା ଓ ଏକ୍ସର ସିଇଓ ଅଛନ୍ତି । ଆମେରିକା ସହ ତାଙ୍କର ଏକାଧିକ ଚୁକ୍ତିନାମା ରହିଛି ।   ଯଦି ଆମେରିକା ତାର ବଜେଟରେ ଖର୍ଚ୍ଚ କମ କରିବ ନାହିଁ ତେବେ ଖୁବଶୀଘ୍ର ଦେବାଳିଆ ହୋଇଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.