ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

US News: ନିର୍ବାଚନି ସୁରକ୍ଷା ସହ ଜଡିତ କର୍ମଚାରିମାନଙ୍କୁ ସାମୁହିକ ଛୁଟିରେ ପଠାଇଲା ଆମେରିକା ପ୍ରଶାସନ, ସୁରକ୍ଷା ସହାୟତା ଉପରେ ପଡିପାରେ ପ୍ରଭାବ

Published By : Bijay Swain | February 11, 2025 11:47 PM

Image courtesy: amarujala

ନୂଆଦିଲ୍ଲୀ: ଆମେରିକାରେ ଥିବା ସାଇବର ସିକ୍ୟୁରିଟି ଏଜେନ୍ସି ସାଇବର ସିକ୍ୟୁରିଟି ଆଣ୍ଡ ଇନଫ୍ରାଷ୍ଟ୍ରକଚର ସିକ୍ୟୁରିଟି ଏଜେନ୍ସି (ସିଏସ୍ଏ) ଏହାର ଅନେକ ସୁରକ୍ଷା କର୍ମଚାରୀମାନଙ୍କୁ ପ୍ରଶାସନିକ ଛୁଟିରେ ପଠାଇ ଦେଇଛି। ଯାହାପାଇଁ ସମଗ୍ର ଦେଶରେ ଥିବା ରାଜ୍ୟ ତଥା ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟକୁ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସହାୟତା ଉପରେ ପ୍ରଭାବ ପକାଇପାରେ। ସୂଚନାନୁସାରେ, ନିକଟରେ ୧୭ ଜଣ ସିଏସ୍ଏ କର୍ମଚାରୀଙ୍କୁ ଛୁଟିରେ ପଠାଯାଇଛି। ଏହି କର୍ମଚାରୀମାନେ ସାଇବର ଆକ୍ରମଣ, ରେମ୍ସୱେୟାର ଏବଂ ଭୌତିକ ବିପଦରୁ ରକ୍ଷା କରିବା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରୁଥିଲେ ବୋଲି ସୂଚନା ମିଳିଛି।

ଏହି ନିଷ୍ପତ୍ତିକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀମାନେ ଉଦ୍ବୋଗ ପ୍ରକାଶ କରିଛନ୍ତି। କଣ୍ଟୁକିର ରିପବ୍ଲିକାନ୍ ଦଳର ସଚିବ ମାଇକେଲ ଆଡାମସ୍ କହିଛନ୍ତି ଯେ ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟରେ ସିଏସ୍ଏର କର୍ମଚାରୀମାନେ ବହୁତ ସାହାଯ୍ୟ କରିଛନ୍ତି। ଏହା ସହିତ ମିସିଗନର ଡେମୋକ୍ରାଟ୍ ସଚିବ ଜୋକେଲିନ୍ ବେନସନ ମଧ୍ୟ କହିଛନ୍ତି ଯେ ନିର୍ବାଚନ ସୁରକ୍ଷା ପାଇଁ ସିଏସ୍ଏ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବେ କର୍ଯ୍ୟ ସମ୍ପାଦନ କରିଛନ୍ତି ବୋଲି କହିଛନ୍ତି।

ନିର୍ବାଚନ ସୁରକ୍ଷା ତଥା ଭୁଲ ତଥ୍ୟକୁ ରୋକିବା ପାଇଁ ଏଜେନ୍ସିର ବିଭିନ୍ନ ନୀତିକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଏଜେନ୍ସି ଉପରେ କ୍ଷୁବ୍ଧ ଅଛନ୍ତି। ଟ୍ରମ୍ପଙ୍କ କ୍ଷୁବ୍ଧ ହେବାପରେ ସିଆଇଏସଏର ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଛି। ନିକଟରେ ଟ୍ରମ୍ପଙ୍କ ନୂତନ ସୁରକ୍ଷା ସଚିବ କ୍ରିଷ୍ଟି ନୋଏମ କହିଛନ୍ତି ଯେ ସିଏସ୍ଏ ଏହାର ପ୍ରକୃତ ମିଶନରୁ ବିଚ୍ୟୁତ ହୋଇଛି ବୋଲି ମନ୍ତବ୍ୟ ଦେଇଛନ୍ତି।

ଆମେରିକାର ଡ୍ୟାମ, ଆଣବିକ କାରଖାନା, ବ୍ୟାଙ୍କ ଏବଂ ଭୋଟିଂ ସିଷ୍ଟମ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷା ଦେବା ପାଇଁ ପୂର୍ବଥରର ଟ୍ରମ୍ପ ପ୍ରଶାସନ ସମୟରେ ସିଆଇଏସଏର ଆରମ୍ଭ କରାଯାଇଥିଲା। କିନ୍ତୁ ୨୦୨୦ ନିର୍ବାଚନ ଏବଂ କୋଭିଡ-୧୯ ସହିତ ଜଡିତ ଭୁଲ ତଥ୍ୟ ପାଇଁ ଏଜେନ୍ସିର ଭୂମିକାକୁ ନେଇ ବିବାଦ ଜାରି ରହିଛି। ସିଆଇଏସଏର ଭବିଷ୍ୟତ ଯୋଜନା ସମ୍ପର୍କରେ ଏପର୍ଯ୍ୟନ୍ତ ଯାଏଁ କୈଣସି ସରକାରୀ ବିବୃତ୍ତି ଆସିନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.