ପ୍ରମୂଖ ଖବର
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଅଗ୍ନିପଥ ଯୋଜନାରେ ହୋଇପାରେ ପରିବର୍ତ୍ତନ; ଅଗ୍ନିବୀରଙ୍କୁ ନେଇ ସର୍ଭେ କରୁଛି ସେନା

image source: Livehindustan

ନୂଆଦିଲ୍ଲୀ,୨୩/୦୫: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ ହୋଇପାରେ। ଅବଶ୍ୟ ଏନେଇ ସରକାର କିମ୍ବା ସେନା ପକ୍ଷରୁ କୌଣସି ଅଫିସିଆଲ ବିଜ୍ଞପ୍ତି ଆସିନାହିଁ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସେନା ଏକ ଅନ୍ତରିଣ ସର୍ଭେ କରୁଛି, ଯେଉଁଥିରେ ଅଗ୍ନିବୀରଙ୍କ ସହିତ ଜଡ଼ିତ ପ୍ରଶ୍ନ ପଚରାଯାଉଛି। ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନିଯୁକ୍ତି ପ୍ରକ୍ରିୟାରେ ଯୋଜନାର ପ୍ରଭାବ ବିଶୟରେ ଜାଣିବା। ଆଶା କରାଯାଉଛି ଯେ, ଚଳିତ ମାସ ଶେଷ ସୁଦ୍ଧା ଏହି ସର୍ଭେ ଶେଷ ହୋଇପାରେ। 

ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ, ସେନା ଏକ ଅନ୍ତରିଣ ସର୍ଭେ କରୁଛି, ଯେଉଁଥିରୁ ମିଳିବାକୁ ଥିବା ସୂଚନା ଆଧାରରେ ଆଗକୁ କ୍ଷମତାକୁ ଆସିବାକୁ ଥିବା ସରକାରଙ୍କ ଆଗରେ ଯୋଜନାରେ କିଛି ପରିବର୍ତ୍ତନର ସୁପାରିଶ କରାଯାଇପାରିବ। ରିପୋର୍ଟ ଅନୁସାରେ, ଅଧିକାରୀମାନଙ୍କର କହିବା କଥା ହେଲା, ସେନାର ସର୍ଭେରେ ଅଗ୍ନିବୀର ନିଯୁକ୍ତ ଓ ଟ୍ରେନିଂ ଷ୍ଟାଫ୍‌ଙ୍କ ସମେତ ସମସ୍ତ ହିତାଧିକାରୀଙ୍କ ଠାରୁ କିଛି ସୂଚନା ଗ୍ରହଣ କରାଯାଇଛି। 

ଖବର ରହିଛି ଯେ, ଚଳିତ ମାସ ଶେଷ ସୁଦ୍ଧା ସବୁ ବର୍ଗର ସେନାଙ୍କୁ ଏକଜୁଟ କରାଯିବ। ଏହାପରେ ଆକଳନ କରିବା ପାଇଁ ଆଗାମୀ ପ୍ରକ୍ରିୟା ଆରମ୍ଭ କରାଯିବ। ଅଧିକାରୀଙ୍କର କହିବା କଥା ହେଲା, ଏଥିପାଇଁ ୧୦ ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଛି, ସର୍ଭେରେ ସାମିଲ ଲୋକଙ୍କୁ ଏହି ସବୁ ପ୍ରଶ୍ନ ପଚରାଯିବ, ଏବଂ ସେମାନଙ୍କ ଉତ୍ତର ଓ ପରାମର୍ଶ ଆଧାରରେ ଆଗାମୀ ଦିନରେ ଯିଏ ସରକାର ଗଢ଼ିବ, ତାଙ୍କ ଆଗରେ ତମାମ ସମସ୍ୟା ସୁବିଧା ଓ ପରାମର୍ଶ ଗୁଡ଼ିକୁ ରଖାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.