ନୂଆଦିଲ୍ଲୀ – କେରଳର ତ୍ରିଶୂରରୁ ବିଜେପି ସାଂସଦ ହୋଇଥିବା ସୁରେଶ ଗୋପୀ ଏହି ସବୁ ଖବରକୁ ଖଣ୍ଡନ କରିଛନ୍ତି , ଯେଉଁଥିରେ ଦାବି କରାଯାଇଛି କି ସେ ମନ୍ତ୍ରୀ ପଦ ଛାଡ଼ି ପାରନ୍ତି। ସୁରେଶ ଗୋପୀ ରବିବାର ହିଁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସୁରେଶ ଗୋପୀ କହିଛନ୍ତି କି କିଛି ମିଡ଼ିଆ ପ୍ଲାଟଫର୍ମ ଗୁଡ଼ିକ ମିଛ ଖବର ପ୍ରସାର କରିଛନ୍ତି କି ମୁଁ ମୋଦି ସରକାରର ମନ୍ତ୍ରିପରିଷଦରୁ ଇସ୍ତଫା ଦେବାକୁ ଯାଉଛି। ଏହା ସଂପୂର୍ଣ୍ଣ ଭାବେ ମିଥ୍ୟା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ କେରଳର ବିକାଶ ଓ ସମୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ସେ ଏହି କଥା ନିଜ ଏକ୍ସ ଆକାଉଣ୍ଟରେ କହିଛନ୍ତି। ସୁରେଶ ଗୋପୀଙ୍କ ବିଷୟରେ ଏହା ବି କୁହାଯାଉ ଥିଲା କି ସେ କ୍ୟାବିନେଟ୍ ମନ୍ତ୍ରୀ ବା ରାଜ୍ୟ ମନ୍ତ୍ରୀର ସ୍ୱତନ୍ତ୍ର ପ୍ରଭାରୀ ପାଇଁ ଆଶା କରୁଥିଲେ। କିନ୍ତୁ ରାଜ୍ୟ ମନ୍ତ୍ରୀ କରାଯିବା ନେଇ ଅସନ୍ତୁଷ୍ଟ ଅଛନ୍ତି।
ଏହା ବ୍ୟତୀତ ମଲୟାଲୀ ଚ୍ୟାନେଲକୁ ତାଙ୍କ ତରଫରୁ ଦେଇଥିବା ସାକ୍ଷାତକାର ଅନୁସାରେ ଏହା ବି କୁହାଯାଇ ଥିଲା କି ସୁରେଶ ଗୋପୀଙ୍କ କହିବାନୁସାରେ, ସେ ଫିଲ୍ମରେ ବ୍ୟସ୍ତ ଅଛନ୍ତି। ଏଥିପାଇଁ ମନ୍ତ୍ରୀ ଭାବେ କାମ କରିବାକୁ ଚାହୁଁ ନଥିଲେ। ସୁରେଶ ଗୋପୀଙ୍କ କହିବା ହେଲା କି ସେ ଜଣେ ସାଂସଦ ଭାବେ ନିଜ କ୍ଷେତ୍ରର ଜନତାଙ୍କ ସେବା କରିବେ, କିନ୍ତୁ ମନ୍ତ୍ରୀ ପଦ ଚାହୁଁ ନାହାନ୍ତି।
କିନ୍ତୁ ଏବେ ସୁରେଶ ଗୋପୀ ନିଜେ ହିଁ ଏ କଥାକୁ ଖାରଜ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି , ସେ ମନ୍ତ୍ରୀ ପଦରେ ହିଁ ରହିବେ । କହି ରଖୁଛୁ କି ସୁରେଶ ଗୋପୀ କେରଳରୁ ଜିତି ଥିବା ବିଜେପିର ଏବେସୁଦ୍ଧା ପ୍ରଥମ ସାଂସଦ। ତାଙ୍କର ସଫଳତାରେ ବିଜେପି ରାଜ୍ୟରେ ଇତିହାସ ରଚିଥି। ସେଠାରେ ପ୍ରଥମ ଥର ପଦ୍ମ ଫୁଟିଛି।