ପ୍ରମୂଖ ଖବର
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ସିଡନୀ ଟେଷ୍ଟରୁ ବାଦ୍ ରୋହିତ, ଅସମୟରେ ସରିଗଲା ଟେଷ୍ଟ କ୍ୟାରିୟର !

Published By : Ankita S | January 3, 2025 10:38 AM

ନୂଆଦିଲ୍ଲୀ,୦୩/୦୧: ଚର୍ଚ୍ଚା, ଆଲୋଚନା ଆକଳନ ସବୁ ସତ ହେଲା । ଖେଳ ମଝିରୁ ପ୍ଲେଇଙ୍ଗ ଇଲେଭେନରୁ ବାଦ ପଡିଛନ୍ତି ରୋହିତ ଶର୍ମା । ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯାଉଛି । ଏଥିରୁ ବାଦ ପଡିଛନ୍ତି ରୋହିତ । ତାଙ୍କ ସ୍ଥାନରେ ଯଶପ୍ରୀତ ବୁମରା ଦଳର କମାଣ୍ଡ ସମ୍ଭାଳିଛନ୍ତି । ବିଶ୍ବକପ ଜିତିବାର ୬ମାସ ପରେ ଦଳରୁ ଆଉଟ ହୋଇଛନ୍ତି ହିଟମ୍ୟାନ୍ । ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଟେଷ୍ଟରେ ୫ଟି ପାଳି ଖେଳି ସେ ମାତ୍ର ୩୮ ରନ କରିଛନ୍ତି । ଦୁର୍ବଳ ଫର୍ମ ପାଇଁ  ଅସମୟରେ ରୋହିତଙ୍କ ଟେଷ୍ଟ କ୍ୟାରିୟର ଶେଷ ହୋଇଥିବା ଚର୍ଚ୍ଚା ହେଉଛି । ୧୧ ବର୍ଷ ପରେ ଭାରତକୁ ଆଇସିସି ଟ୍ରଫି ଭେଟି ଦେଇଥିବା ରୋହିତ । ୨୦୨୪ ଟି ୨୦ ବିଶ୍ବକପ ବିଜୟୀ ହୋଇଥିଲା ଭାରତ ।

୨୦ ବର୍ଷ ତଳର ଇତିହାସ ରିପିଟ- ୨୦୦୫ ମସିହା କଥା ।  ସୌରଭ ଗାଙ୍ଗୁଲି ଦଳର ଅଧିନାୟକ ଥିଲେ । ଗ୍ରେଗ୍ ଚାପେଲ ଦଳର ହେଡ୍ କୋଚ ଥିଲେ । ସେ ସମୟରେ ଯାହା ଘଟିଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା । କେବଳ ଅଧିନାୟତ୍ବ ପଦ ଚାଲିଯାଇନଥିଲା ବରଂ ଜାତୀୟ ଦଳରୁ ସ୍ଥାନ ହରାଇଥିଲେ ସୌରଭ ଗାଙ୍ଗୁଲି । କୋଚ୍ ଗ୍ରେଗ୍ ଚାପେଲ ଜିମ୍ବାୱେ ବିପକ୍ଷ ଏକ ମ୍ୟାଚ ପୂର୍ବରୁ ଅଚାନକ ଗାଙ୍ଗୁଲିଙ୍କୁ ଅଧିନାୟକ ପଦ ଛାଡିବାକୁ କହିଥିଲେ । ଖାଲି ସେତିକି ନୁହେଁ ଭାରତୀୟ କ୍ରିକେଟ ଟିମର ଜାତୀୟ ଦଳ ସ୍କ୍ବାର୍ଡରୁ ବାଦ ପଡିଥିଲେ ସୌରଭ ଗାଙ୍ଗୁଲି । ୨୦୨୫ ମସିହାର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି ଟିମ୍ ଇଣ୍ଡିଆ । ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯାଉଛି । ଏଥିରେ ୨୦ ବର୍ଷ ପୁରୁଣା ଘଟଣା ଘଟିଛି । ଦଳରୁ ବାଦ୍ ରହିଛନ୍ତି ରୋହିତ ଶର୍ମା । ୨୦୧୪ ପରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଏପରି ପ୍ରଥମ ଥର ହୋଇଛି । କୌଣସି ଅଧିନାୟକଙ୍କୁ ସିରିଜ ମଝିରେ ଦଳରୁ ବାଦ ଦିଆଯାଇଛି । ୧୯୭୪ରେ ଇଂଲଣ୍ଡର ମାଇକ ଟେନେସ ମ୍ୟାଚ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ ।  ଚଳିତ ବର୍ଷ ରୋହିତ ମୋଟ ୬ଟି ଟେଷ୍ଟ ଖେଳି ମାତ୍ର ୩୧ ରନ କରିଛନ୍ତି । ଦୁର୍ବଳ ଫର୍ମକୁ ନେଇ ସିଡନୀ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି । ହିଟମ୍ୟାନଙ୍କ ଫର୍ମକୁ ନେଇ କୋଚ୍ ଗମ୍ଭୀର ଖପ୍ପା ହୋଇଥିବା ଚର୍ଚ୍ଚା ହେଉଥିଲା  । ରୋହିତଙ୍କ ଅଧିନାୟକତ୍ବରେ ଭାରତ ୨୦୨୪ ଟି-୨୦ ବିଶ୍ବକପ ଜିତିଥିଲା । ମାତ୍ର ଏହା ପରେ ସେ ଫର୍ମ ହରାଇଥିଲେ । ସିଡନୀ ଟେଷ୍ଟରେ ରୋହିତଙ୍କ ସ୍ଥାନରେ ଦଳର ନେତୃତ୍ବ ନେଇଛନ୍ତି ଯଶପ୍ରୀତ ବୁମରା । ବିଦ୍ଧିବଧ ଭାବେ ଘୋଷଣା କରିନଥିଲେ ସୁଦ୍ଧା ରୋହିତଙ୍କର ଏହା ଶେଷ ଟେଷ୍ଟ ହୋଇପାରେ ।

୨୦୨୩/୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ର ସହ ରୋହିତଙ୍କ ଟେଷ୍ଟ କ୍ୟାରିୟର ଶେଷ ହେବ ବୋଲି ୨ବର୍ଷ ତଳୁ ଅନୁମାନ କରାଯାଉଥିଲା । କାରଣ ଚଳିତ ସଂସ୍କରଣ ଶେଷ ହେବା ବେଳକୁ ରୋହିତ ୩୮ବର୍ଷରେ ପହଞ୍ଚି ସାରିଥିବେ । ଟେଷ୍ଟ ଚାଲିଥିବାବେଳେ ମଝିରେ ରୋହିତଙ୍କ ଭଳି ଜଣେ ସିନିୟର ଖେଳାଳି ବିଦା ହେବା ଦୁଃଖର ବିଷୟ । ୬ମାସ ତଳେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତାଇଥିବା ଜଣେ ଅଧିନାୟକଙ୍କ ଠାରୁ ସିରିଜ ଅଧାରୁ ନେତୃତ୍ୱ ଛଡ଼ାଇ ନେବା ଓ ଦଳରୁ ବାଦ ଦେବା ଅସମ୍ମାନ କହିଲେ ଭୁଲ ହେବ ନାହିଁ । ରୋହିତ ମୋଟ ୬ଟି ଟେଷ୍ଟ ଖେଳି ମାତ୍ର ୩୧ ରନ କରିଛନ୍ତି । ଦୁର୍ବଳ ଫର୍ମକୁ ନେଇ ସିଡନୀ ଟେଷ୍ଟରୁ ତାଙ୍କୁ ବାଦ ଦିଆଯାଇଛି । ହିଟମ୍ୟାନଙ୍କ ଫର୍ମକୁ ନେଇ କୋଚ୍ ଗମ୍ଭୀର ଖପ୍ପା ହୋଇଥିବା ଅନୁମାନ କରାଯାଉଛି । ରୋହିତଙ୍କ ସ୍ଥାନରେ ଦଳର ନେତୃତ୍ବ ନେଇଛନ୍ତି ଯଶପ୍ରୀତ ବୁମରା । ୨୦୧୯ ପରଠୁ ରୋହିତ ଟେଷ୍ଟ କ୍ରିକେଟ୍‌ରେ ଭାରତ ପକ୍ଷରୁ ସର୍ବାଧିକ ୨୭୧୬ ରନ୍‌ ସଂଗ୍ରହ କରିଛନ୍ତି । ଏହି ୫ବର୍ଷ ମଧ୍ୟରେ ସର୍ବାଧିକ ୯ଟି ଶତକ ମଧ୍ୟ ରୋହିତଙ୍କ ନାମରେ ରହିଛି । ବିଦ୍ଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ସୁଦ୍ଧା ରୋହିତଙ୍କର ଏହା ଶେଷ ଟେଷ୍ଟ ମ୍ୟାଚ ବୋଲି ଚର୍ଚ୍ଚା ହେଉଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.