ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସହର ସଫେଇ ଦାୟିତ୍ୱ ନେଇଥିବା ସଂସ୍ଥାର ମନମାନି ଜମା ହେଉନି ବହୁ କର୍ମଚାରୀଙ୍କ ଇପିଏଫ!

Published By : Prameya | March 27, 2025 12:05 AM

ଜୟପୁର,୨୬ା୩(ବ୍ୟୁରୋ): ସଫେଇ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ଜମା କରାଯାଉନି । ଏକ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇ ପୌରପାଳିକାରେ କାମ କରୁଥିବା ଅଧିକାଂଶ କର୍ମଚାରୀ ଏବେ ଦ୍ୱନ୍ଦ୍ୱରେ । ପ୍ରତି ମାସରେ ଇପିଏଫ ବାବଦରେ କେତେ ଟଙ୍କା ଜମାକରାଯାଉଛି ଏବଂ ମୋଟ କେତେ ଜମାହୋଇଛି, ସେ ସମ୍ପର୍କରେ ଅନ୍ଧାରରେ ରହିଛନ୍ତି । ପଚାରିଲେ ଚାକିରିରୁ ବାହାର କରିଦେବାର ଧମକ ଦିଆଯାଉଥିବା କେତେକ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । 

ସେମାନେ କହିଛନ୍ତି, ସହର ସଫାସୁତର ରଖିବାକୁ ପୌରପାଳିକା ସହ ଚୁକ୍ତି କରିଥିବା ସଂସ୍ଥା ଅଧୀନରେ ୩୬୧ ଜଣ କାମ କରୁଛନ୍ତି । ସରକାରଙ୍କ ଧାର୍ଯ୍ୟଦରରେ ପାରିଶ୍ରମିକ ମିଳୁଛି । ଇପିଏଫ ଲାଗି କାଗଜପତ୍ର ନିଆଯାଇଥିଲା । ପାଠ ପଢିନଥିବାରୁ ଏହାର ନିୟମ ଏବଂ ଇଫିଏଫରେ କେତେ ଟଙ୍କା ଜମା ରହିଛି, ମାସକୁ କେତେ କଟାଯାଉଛି ଜାଣିପାରୁନାହାନ୍ତି । ଇପିଏଫ ନମ୍ବର ଦିଆଯାଉନଥିବାରୁ ଦ୍ୱନ୍ଦ୍ୱରେ ପଡ଼ ିଛନ୍ତି । ଏ ଭିତରେ ଅନେକ କାମ ଛାଡିଦେଇଥିଲେ ବି ସେମାନଙ୍କୁ ଇପିଏଫ ବାବଦରେ ଟଙ୍କାଟିଏ ହେଲେ ମିଳିନି । ଯେଉଁ କର୍ମଚାରୀ ପାଟି ଖୋଲିପାରୁଛନ୍ତି କିମ୍ବା ଇଫିଏଫ ସମ୍ପର୍କରେ ଜାଣିଛନ୍ତି ସେମାନଙ୍କ ଟଙ୍କା ଜମା କରାଯାଉଛି । 

ଅନ୍ୟମାନଙ୍କ ଟଙ୍କା ଦରମାରୁ କଟାଯାଉଥିଲେ ବି ଇପିଏଫ୍‌ରେ ଜମା କରାଯାଉନି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର । କେତେଜଣ କର୍ମଚାରୀଙ୍କ ଟଙ୍କା ଜମା କରାଯାଉଛି ତାହା ସ୍ପଷ୍ଟ ହେବା ଦରକାର । ନିରକ୍ଷର ସଫେଇ କର୍ମଚାରୀମାନେ କିପରି ସେମାନଙ୍କ ଇପିଏଫ ଟଙ୍କା ପାଇବେ, ତାହାର ବ୍ୟବସ୍ଥା କରାଯିବା ଆବଶ୍ୟକ । ଯଦି କର୍ମଚାରୀଙ୍କୁ ଠକାଯାଇଛି, ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଇପିଏଫ୍‌ ଦାୟିତ୍ୱରେ ଥିବା ଡାଟା ଏଣ୍ଟ୍ର ି ଅପରେଟର କେ. ଦିଲ୍ଲୀପ କହିଛନ୍ତି, ନିୟମ ଅନୁସାରେ ଇପିଏଫ ଜମା କରାଯାଉଛି । କମ୍ପାନି ସହ ଯୋଗାଯୋଗ କରିବା ପରେ ହିଁ ଏହାର ତାଲିକା ଦେଇପାରିବେ । ଉପଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରିବାକୁ ସଫେଇ କର୍ମଚାରୀମାନେ ନିବେଦନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.