ମୁମ୍ବାଇ, ୧୪/୦୨: ହମ୍ ଜିନ୍ଦେଗୀ କେ ଭିଡ୍ ମୈଁ ଏସେ ଖୋ ଗେୟେ କି... ପତା ନେହିଁ ଚଲା ଗୋଲ ଗପେ କବ୍ ଦଶକେ ୩ ହୋ ଗେୟେ... ଜବ ମନ କୋ କୁଛ ନା ଭାୟେ ତୋ ପାନିପୁରୀ ଜରୁର ଖାଏଁ... ଗୁପଚୁପ...ଖାଇବା କଥା ତ ଦୂରରେ ଥାଉ ଭାବି ଦେଲେ ପାଟିରୁ ଲାଳ ବାହାରି ଆସେ । ଖଟାମିଠା ପାଣି ସାଙ୍ଗକୁ ଆଳୁ ଭର୍ତ୍ତି ଗୁପଚୁପ ଟିଏ ପାଟିକୁ ନେଇ ଗଲେ ଓଃ କି ସ୍ବାଦ କହିବାକୁ ମନ ବାଧ୍ୟ୍ୟ ହୁଏ । ଗୁପଚୁପ ବିକାଳୀ ଦେଖିବା ମାତ୍ରେ ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଯାଏ । ପିଲାଙ୍କଠୁ ନେଇ ବୃଦ୍ଧ ସମସ୍ତଙ୍କର ଏହି ଷ୍ଟ୍ରିଟଫୁଡ ପ୍ରଥମ ପସନ୍ଦ ହୋଇଛି । ବଜାରକୁ ଗଲେ କଣ ହେଉ କି ନ ହେଉ ଗୁପଚୁପ ଖାଇବାଟା ନିଶ୍ଚିନ୍ତ । ବାଜରଘାଟ, ଭୋଜିରେ ଗୁପଚୁପ ଷ୍ଟଲ ଆଗ ଖୋଜାପଡେ ।
ଆପଣ ଭାବୁଥିଲେ ଆମେ ଆପଣଙ୍କୁ ଏତେ କଥା କାହିଁକି କହୁଛୁ । ସମସ୍ତଙ୍କ ପ୍ରିୟ ଚଟପଟା ଗୁପଚୁପ ଖାଇବାକୁ ଯଦି ଆପଣଙ୍କୁ କିଏ ଅନଲିମିଟିଟେଡ୍ ଅଫର ଦିଏ ତେବେ ଆପଣ କଣ କରିବେ ? ସେମିତି ଜଣେ ଗୁପଚୁପ ବିକାଳୀଙ୍କ ଅଫର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଥରେ ପେମେଣ୍ଟ କଲେ ଜୀବନସାରା ମାଗଣା ଖାଆନ୍ତୁ ବୋଲି ଅଫର ଦେଇଛନ୍ତି ଜଣେ ଗୁପଚୁପ ବିକାଳୀ । ତେବେ କଣ ସେହି ଅଫର ଆସନ୍ତୁ ଜାଣିବା ।
ମହାରାଷ୍ଟ୍ର ନାଗପୁର ଜଣେ ଗୁପୁଚୁପ ବିକାଳୀ ବିଜୟ ମିୱାଲାଲ ଗୁପ୍ତା ଗ୍ରାହକଙ୍କ ପାଇଁ ଏକ ଅଫର ଦେଇଛନ୍ତି । ଯଦି କେହି ଗ୍ରାହକ ତାଙ୍କୁ ଏକକାଳୀନ ୯୯,୦୦୦ ଟଙ୍କା ପେମେଣ୍ଟ କରନ୍ତି ତେବେ ସେ ସାରା ଜୀବନ ମାଗଣାରେ ଅନଲିମିଟେଡ ଗୁପଚୁପ ଖାଇପାରିବେ । ଯେତେବେଳ ଚାହିଁବେ ମୁଡ ହେଲା ମାନେ ନିଶ୍ଚିନ୍ତରେ ଗୁପଚୁପ ଖାଇ ପାରିବେ । ଗୁପଚୁପ ବିକାଳୀଙ୍କର ନିଆରା ଅଫର ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଗୁପଚୁପ ପ୍ରେମୀଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । କେଉଁଠି କିଏ ଏହି ଅଫର ଦେଇଛି ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।
ସୋସିଆଲ ମିଡିଆରେ ଏହି ଅଫରକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । ଏବେ ସୁଦ୍ଧା ପୋଷ୍ଟକୁ ୪୭ ହଜାରରୁ ଅଧିକ ଲୋକ ଲାଇକ କରିସାରିଛନ୍ତି । ପୋଷ୍ଟକୁ ମଜାଳିଆ ଢଙ୍ଗରେ ମିମ୍ସ କରି ସେୟାର କରୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, '' ଏହି ଅଫର ଲାଇଫଟାଇମ ପାଇଁ ନା ଦୋକାନୀଙ୍କ ପାଇଁ ? ସେହପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି ବ୍ୟଙ୍କରେ ୯୯ ହଜାର ଟଙ୍କା ଡିପୋଜିଟ୍ କରିଦେଲେ ପ୍ରତିଦିନ ୨୫ଟଙ୍କା ସୁଧ ମିଳିବ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଭାବ ତୁମେ ଯଦି ୧୦ ଟଙ୍କାରେ ଗୋଟିଏ ପ୍ଲେଟ୍ ଗୁପଚୁପ ଖାଇବ ତେବେ ପାଖାପାଖି ୨୭ ବର୍ଷ ଯାଏ ଖାଇବ । ଗୁଡ ପ୍ଲାନ ।''