ପ୍ରମୂଖ ଖବର
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

’ଟିଏମ୍‌ସି ଅପେକ୍ଷା ବିଜେପିକୁ ଭୋଟ ଦେବା ଭଲ’, ନିର୍ବାଚନୀ ରାଲିରେ କହି ବିବାଦରେ କଂଗ୍ରେସ ନେତା ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧।୫: ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଭିତରେ ବନ୍ଧୁତ୍ବକୁ ନେଇ ଆଶଙ୍କା ଜାରି ରହିଛି। ପୂର୍ବରୁ ବହୁବାର ପଶ୍ଚିମବଙ୍ଗରେ ଟିଏମ୍‌ସି ଓ କଂଗ୍ରେସର ବିବାଦ ସାମନାକୁ ଆସି ସାରିଛି। ଏବେ ପୁଣିଥରେ ଦୁଇ ଦଳ ଭିତରେ ଦେଖିବାକୁ ମିଳିଲା। ଟିଏମସି ପୁଣିଥରେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଓ ବରହାମପୁର କଂଗ୍ରେସ ପ୍ରାର୍ଥୀ ଅଧିର ଚୌଧୁରୀଙ୍କ ଏକ ଭିଡିଓ କ୍ଲିପ ସେୟାର କରି ରାଜ୍ୟରେ ବିଜେପି-ବାମ-କଂଗ୍ରେସ ଭିତରେ ଦୋସ୍ତି ଚାଲିଛି ବୋଲି ଅଭିଯୋଗ କରିଛି। ଭିଡିଓରେ ଅଧୀର କହୁଛନ୍ତି, ଟିଏମ୍‌ସି ବଦଳରେ ବିଜେପିକୁ ଭୋଟ ଦେବା ଭଲ।’

ମଙ୍ଗଳବାର ଅଧୀରରଞ୍ଜନ ଚୌଧୁରୀ ଜଙ୍ଗିପୁର କଂଗ୍ରେସ ପ୍ରାର୍ଥୀ ମୁର୍ତଜା ହୁସେନଙ୍କ ସମର୍ଥନରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ। ଏହି ବୈଠକରେ ସିପିଏମ୍‌ର ରାଜ୍ୟ ସଚିବ ଓ ମୁର୍ସିଦାବାଦ କେନ୍ଦ୍ରର ବାମପନ୍ଥୀ ପ୍ରାର୍ଥୀ ମହମ୍ମଦ ସଲିମ୍ ମଧ୍ୟ ଉପସ୍ଥିତ ଥିଲେ। ସୋସିଆଲ ମିଡିଆରେ ଟିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଅଧୀର ଏହା କହୁଛନ୍ତି ଯେ, ଟିଏମ୍‌ସିକୁ ଭୋଟ ଦେବା ଅପେକ୍ଷା ବିଜେପିକୁ ଭୋଟ ଦେବା ଦରକାର। ବହୁ ଟିଏମ୍‌ସି ସାଂସଦ ଓ ନେତା ଏକ୍ସରେ କ୍ଲିପର ପୋଷ୍ଟ ସେୟାର କରି ଏହାକୁ ଅଧୀର ଓ ବିଜେପିର କନେକ୍ସନ ବୋଲି କହିଛନ୍ତି। ଏପରିକି କଂଗ୍ରେସ ସହଯୋଗୀ ପାର୍ଟି ସିପିଏମ୍‌କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। 

ଆନନ୍ଦ ବଜାର ପତ୍ରିକାର ରିପୋର୍ଟ ଅନୁସାରେ  ପ୍ରଦେଶ କଂଗ୍ରେସ ମୁଖପାତ୍ର ସୋମ୍ୟା ଆଇଚ ରୟ କହିଛନ୍ତି, ଟିଏମ୍‌ସି ଭିଡିଓକୁ ଅଧିକ କରି ଦେଖାଉଛି। ତୃଣମୂଳ ସ୍ତରରେ ଲୋକମାନେ ଭୟଭୀତ ଅଛନ୍ତି। ଟିଏମ୍‌ସିକୁ ମୁର୍ସିଦାବାଦ ଜିଲ୍ଲାର ତିନିଟି ଆସନରେ ହାରିବାର ଭୟ ରହିଛି, ତେଣୁ ସେ ଏସବୁ କରୁଛନ୍ତି।’ ସେ କହିଛନ୍ତି, ତୃଣମୂଳ ସହିତ ବିଜେପି ପରୋକ୍ଷ ମେଣ୍ଟ ବିଷୟରେ ସମସ୍ତେ ଜାଣନ୍ତି। ଯେଉଁଭଳି ନରେନ୍ଦ୍ର ମୋଦି ଭାରତକୁ କଂଗ୍ରେସ ମୁକ୍ତ କରିବାକୁ ଚାହାନ୍ତି, ସେଭଳି ଟିଏମ୍‌ସି ମଧ୍ୟ ପଶ୍ଚିମବଙ୍ଗକୁ କଂଗ୍ରେସ ମୁକ୍ତ କରିବାକୁ ଚାହେଁ।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.