ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୀନ୍କୁ ଯେଶାକୁ ତେସା ନୀତିରେ ଜବାବ୍, ତିବ୍ଦତର ୩୦ ସ୍ଥାନର ବଦଳାଇବ ଭାରତ

ନୂଆଦିଲ୍ଲୀ,୧୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନେଇଛନ୍ତି ଶପଥ। ମୋଦିଙ୍କ ତୃତୀୟ କାର୍ଯ୍ୟକାଳରେ ଏବେ ଚୀନ୍‌କୁ ଦିଆଯିବ ଯେଶାକୁ ତେସା ନୀତିରେ ଜବାବ୍। କୁହାଯାଉଛି ଯେ, ଅରୁଣାଚଳ ପ୍ରଦେଶରେ ଚୀନ୍‌ର ଜବରଦଖଲ ଗତିବିଧିର ଜବାବ୍‌ ଏବେ ତା’ ଭାଷାରେ ଦିଆଯିବ।  ଭାରତ ଏବେ ତିବ୍ଦତର ୩୦ଟି ସ୍ଥାନର ନାଁ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛି।

ମଙ୍ଗଳବାର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପଦଭାର ଗ୍ରହଣ କରିଛନ୍ତି। ସେ ମଧ୍ୟ ଚୀନ୍ ସହ ଜାରି ସୀମା ବିବାଦର ସମାଧାନ କରିବାକୁ ଅଗ୍ରାଧିକାର ଦେଇଛନ୍ତି। ଭାରତ ସରକାର ତିବ୍ଦତର ୩୦ଟି ସ୍ଥାନର ନାଁ ବଦଳାବା ଉପରେ ମୋହର ଲଗାଇ ଦେଇଛନ୍ତି। ଏହି ନାଁ ଐତିହାସିକ ଗବେଷଣା ଓ ତିବ୍ଦତୀୟ ଅଞ୍ଚଳର ଆଧାର ଉପରେ ରଖାଯିବ।   ଭାରତୀୟ ସେନା ଏହି ନାଁକୁ ଜାରି କରିବ। ଏହାପରେ ଏଲଏସିର ମ୍ୟାପ୍‌ରେ ଏହି ସ୍ଥାନର ନାଁକୁ ଅପଡେଟ୍ କରି ଦିଆଯିବ। ସବୁଠାରୁ ଖାସ୍ କଥା ଏହା ଯେ, ସରକାରଙ୍କ ପକ୍ଷରୁ ପଦକ୍ଷେପ ଏଭଳି ସମୟରେ ନିଆଯାଇଛି, ଯେତେବେଳେ ଚୀନ୍ ଏପ୍ରିଲରେ ଅରୁଣାଚଳ ପ୍ରଦେଶର ୩୦ ସ୍ଥାନର ନାଁ ବଦଳାଇ ଦେଇଥିଲା। ଏହି ନିଷ୍ପତ୍ତି ଉପରେ ଭାରତ ପକ୍ଷରୁ କଡା ବିରୋଧ କରାଯାଇଥିଲା ଲିଷ୍ଟରେ ୧୧ ଆବାସିକ ଅଞ୍ଚଳ, ୧୨ ପାହାଡ, ୪ ନଦୀ, ଗୋଟିଏ ହ୍ରଦ, ଗୋଟିଏ ମାଉଣ୍ଟେନ୍ ପାସ୍ ଓ ଏକ ଟୁକୁଡା ରହିଛି । ଚୀନ୍ ପକ୍ଷରୁ ବାରମ୍ବାର ଦାବି କରାଯିବା ପରେ ମଧ୍ୟ ଭାରତ ସ୍ପଷ୍ଟ କରିଛି ଯେ, ଅରୁଣାଚଳ ପ୍ରଦେଶ ଦେଶର ଅଭିନ୍ନ ଅଙ୍ଗ। 

ଜୟଶଙ୍କର କହିଛନ୍ତି, ଭାରତ ଓ ଚୀନ୍ ଭିତରେ ଥିବର ସୀମା ବିବାଦ ପ୍ରସଙ୍ଗର ସମାଧାନକୁ ଅଗ୍ରାଧିକାର ଦେବୁ। ‘ଭାରତ ପ୍ରଥମ’ ଓ ’ବସୁଧୈବ କୁଟୁମ୍ବକମ୍’ ହେବ ଭାରତୀୟ ବୈଦେଶିକ ନୀତିର ଦୁଇ ସିଦ୍ଧାନ୍ତ। ପୂର୍ବ ଲଦାଖରେ ୪ ବର୍ଷରୁ ଅଧିକ ସମୟ ହେବ ଜାରି ସୀମା ବିବାଦ କାରଣରୁ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ଖୁବ୍ ଖରାପ ହେବାରେ ଲାଗିଛି। କେବଳ ସେତିକି ନୁହେଁ ଜୟଶଙ୍କର ପାକିସ୍ତାନର ସୀମାପାର ଆତଙ୍କବାଦୀ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଥିଲେ, ସବୁ ପ୍ରକାର ଚ୍ୟାଲେଞ୍ଜର ସାମନା କରିବାକୁ ଆମେ ପ୍ରସ୍ତୁତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.