ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବୋମାର ଆତଙ୍କ ଥମୁ ନାହିଁ। କିଛି ଦିନ ପୂର୍ବେ ୨୦୦ରୁ ଅଧିକ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇମେଲ୍ ପଠାଯାଇ ଥିଲା। ପୂରା ଏନସିଆରରେ ଭୟଙ୍କର ସ୍ଥିତି ଉପୁଜି ଥିଲା। ଏହାପରେ ଅନେକ ବଡ଼ ବଡ଼ ହସ୍ପିଟାଲ ଓ ଦିଲ୍ଲୀ ଏୟାରପୋର୍ଟକୁ ମଧ୍ୟ ଉଡ଼ାଇ ଦେବାର ଧମକ ଦିଆ ଯାଇଛି। ଏଥିରେ ଏବେ ଦିଲ୍ଲୀ ପୁଲିସ କହିଛି କି , ଏକ ଡର୍ଜନରୁ ଅଧିକ କଲେଜ୍କୁ ବୋମାର ଧମକ ବିଷୟରେ କଲ୍ ମିଳିଥିଲା।
ଘଟଣା ସ୍ଥଳକୁ ଦମକଳ ଗାଡ଼ି ପଠାଯାଇଛି। ସେଠାରେ ଏକ କଲେଜ୍ରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର ପ୍ରୋଗ୍ରାମ ହେବାର ଥିଲା, ଯାହାକୁ ବୋମାର ଧମକ ପରେ ସୁରକ୍ଷା କାରଣରୁ ସ୍ଥଗିତ କରି ଦିଆଯାଇଛି।
ଦିଲ୍ଲୀ ପୁଲିସ ମୁତାବିକ, ଲେଡି ଶ୍ରୀରାମ କଲେଜ୍ ସମେତ ଏକ ଡର୍ଜନ କଲେଜକୁ ଉଡ଼ାଇ ଦେବାର ଧମକ ମିଳିଥିଲା। ଏଥିରେ ହଂସରାଜ କଲେଜ, ଗାର୍ଗୀ କଲେଜ୍, ରାମଜସ କଲେଜ୍, ଜାକିର ହୁସୈନ କଲେଜ, ଇନ୍ଦ୍ରପ୍ରସ୍ଥ କଲେଜ ଫର୍ ୱିମେନ , ଲେଡି ଇରୱିନ କଲେଜ୍, କିରୋଡିମଲ କଲେଜ ଭାସ୍କରାଚାର୍ଯ୍ୟ କଲେଜ , ଦୀନ ଦୟାଲ ଉପାଧ୍ୟାୟ କଲେଜ୍, ଶ୍ରୀ ଭେଙ୍କଟେଶ୍ୱର କଲେଜ ଏବଂ ପିଜିଡିଏଭି କଲେଜ ସାମିଲ ଅଛି। ଡିୟୁର କଲେଜ୍ ବ୍ୟତୀତ , ଦିଲ୍ଲୀ ଫର୍ମାସ୍ୟୁଟିକଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି , ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକଚର(ଏସପିଏ) ସମେତ ଅନ୍ୟ ରାଜ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ମଧ୍ୟ ଧମକ ମିଳିଥିଲା।
ଉଲ୍ଲେଖନୀୟ ଯେ, ଡିୟୁର ଶ୍ରୀ ଭେକଣ୍ଟେଶ୍ୱର କଲେଜ୍ରେ ମଧ୍ୟ ବୋମା କଲ୍ ମିଳିଛି, ହେଲେ ପୁଲିସ ଯାଞ୍ଚରେ ଏଠାରେ କିଛି ମଧ୍ୟ ସଦିଗ୍ଧ ଜିନିଷ ମିଳି ନାହିଁ। ଧମକପୂର୍ଣ୍ଣ କଲ୍ ପରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କର କାର୍ଯ୍ୟକ୍ରମ ଏଠାରେ ସୁରକ୍ଷା କାରଣରୁ ସ୍ଥଗିତ କରି ଦିଆ ଯାଇଛି। ସେଠାରେ ଏହି ମାମଲାକୁ ନେଇ ଦିଲ୍ଲୀ ପୁଲିସ କହିଛି କି କଲେଜ୍ ଗୁଡ଼ିକରେ ବୋମାର ଧମକ ନେଇ କିଛି କଲ୍ ମିଳିଥିଲା। ଯାଞ୍ଚରେ ସବୁ କଲ୍ ଫେକ୍ ମିଳିଥିଲା। ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ।
ସୂଚନା ଯେ, ଦିଲ୍ଲୀରେ ବୋମାର ଆତଙ୍କ ୩୦ ଅପ୍ରେଲରୁ ଆରମ୍ଭ ହୋଇଛି , ଯେବେ ଚାଚା ନେହରୁ ହସ୍ପିଟାଲକୁ ଉଡାଇ ଦେବାର ଧମକ ମିଳିଥିଲା। ସେପଟେ ୧ମେ’ ରେ ୨୦୦ରୁ ଅଧିକ ସ୍କୁଲକୁ ଧମକ ପୂର୍ଣ୍ଣ ମେଲ୍ ମିଳି ଥିଲା। ଏହାପରେ ଦିଲ୍ଲୀର ପାଖାପାଖି ୨୦ଟି ବଡ଼ ବଡ଼ ହସ୍ପିଟାଲ ପାଖକୁ ଧମକ ଆସିଥିଲା।