ନୂଆଦିଲ୍ଲୀ,୧୮/୦୨: ଦୁନିଆରେ ସବୁଠୁ ବଡ ଯୋଦ୍ଧା ମା' । ସେ କେବେ ଥକେନି କି ହାରେନି । ତାର କେତେ ଯେ ରୂପ । ସେ ଜଣେ ମାଆ, ଜଣେ କର୍ତ୍ତବ୍ୟପରାୟଣ ଭାବେ ନିଜକୁ ସଫଳ କରିଥାଏ । କୋଳରେ କୁନି ପିଲା । ତଥାପି ନିଜ କର୍ତ୍ତବ୍ୟ କରିବାକୁ ଭୁଲି ନାହାନ୍ତି ଜଣେ ଆରପିଏଫ ମହିଳା । ମମତାଠୁ ଡ୍ୟୁଟିକୁ ବଡ ବୋଲି ବୁଝିଛନ୍ତି । ସେଥିପାଇଁ ପିଲାକୁ କୋଳରେ ଧରି ଡ୍ୟୁଟି କରୁଛନ୍ତି । ଦିଲ୍ଲୀ ରେଳ ଷ୍ଟେସନରେ କୋଳରେ କୁନି ଛୁଆକୁ ଧରି କର୍ତ୍ତବ୍ୟ ପାଳନ କରିଛନ୍ତି ଆରପିଏଫ କନେଷ୍ଟେବଳ ରୀନା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ରୀନାଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । କୋଳରେ ସନ୍ତାନ ହାତରେ ଲାଠି ଧରି ଧରି ଷ୍ଟେସନରେ ଡ୍ଯୁଟି କରିଛନ୍ତି ଜଣେ ମହିଳା ।
She serves, she nurtures, she does it all—
— RPF INDIA (@RPF_INDIA) February 17, 2025
A mother, a warrior, standing tall…
Constable Reena from 16BN/RPSF performing her duties while carrying her child, representing the countless mothers who balance the call of duty with motherhood every day.#NariShakti #HeroesInUniform… pic.twitter.com/enzaw0iDYo
ଦିଲ୍ଲୀ ରେଳ ଷ୍ଟେସନରେ ଗତ ୧୫ ତାରିଖରେ ହୋଇଥିବା ଦଳାଚକଟା ଘଟଣାରେ ୧୮ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଉଛି । ଯାହାକୁ ଦେଖି ଲୋକେ ପ୍ରଶଂସା କରିଛନ୍ତି । ଦିଲ୍ଲୀ ରେଳ ଷ୍ଟେସନରେ କନେଷ୍ଟବଳ ରିନା ତାଙ୍କ ଛୋଟ ଛୁଆକୁ ଧରି ଡ୍ୟୁଟି କରୁଥିବାର ଦେଖିବାକୁ ମିଳିଛି । ମମତା ସହ ଡ୍ୟୁଟି କରିବାକୁ ଭୁଲି ନାହାନ୍ତି ସେ । ସେଥିପାଇଁ ପିଲାକୁ ଧରି ଡ୍ୟୁଟି କରୁଛନ୍ତି । ଦିଲ୍ଲୀ ରେଳ ଷ୍ଟେସନରେ କୋଳରେ କୁନି ଛୁଆକୁ ଧରି କର୍ତ୍ତବ୍ୟ ପାଳନ କରିଛନ୍ତି ଆରପିଏଫ କନେଷ୍ଟେବଳ ରୀନା । ଯାହାକୁ ଆରପିଏଫ ଇଣ୍ଡିଆ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛି । ତାକୁ ଦେଖି ୟୁଜର୍ସ ଭୁରି ଭୁରି ପ୍ରଶଂସା କରିଛନ୍ତି ।
ଅଧିକ ପଢନ୍ତୁ...ପ୍ରେମ ବୁଝେ ନାହିଁ ବୟସର ଗଣନା... ୬୦ ବର୍ଷୀୟ ଗୀତାଙ୍କୁ ବିବାହ କଲେ ୪୦ ବର୍ଷୀୟ ନିଖିଲ
ଭିଡିଓରେ ଦେଖିବାକୁ ମିଳିଛି ରୀନା ତାଙ୍କ କୁନି ପିଲାକୁ ଛାତିରେ ଭିଡି ଦେଇଛନ୍ତି । ହାତରେ ପୋଲିସ ବାଡି ଖଣ୍ଡେ ଧରି ଡ୍ୟୁଟି କରିଛନ୍ତି । ଲୋକଙ୍କ ସମସ୍ୟା ବୁଝୁଥିବା ଦେଖିବାକୁ ମିଳିଛି । ରୀନା ୧୬ବିଏନ/ଆରପିଏସଏଫରେ କନଷ୍ଟେବଳ ଭାବେ କାର୍ଯ୍ୟରତ । ଯିଏ କି ମାଆର ମମତା ସହ ଡ୍ୟୁଟିକୁ ବାଲାନ୍ସ କରିଛନ୍ତି । ଜଣେ ପୋଲିସ ଅଧିକାରୀ ଓ ମା ହିସାବରେ କର୍ତ୍ତବ୍ୟ ପାଳନ କରିଛନ୍ତି । ରୀନାଙ୍କ ସ୍ବାମୀ ମଧ୍ୟ ଜମେ ସିଆରପିଏଫ କନଷ୍ଟେବଳ । ସେ ଜମ୍ମୁ କାଶ୍ମୀରେ ନିଯୁକ୍ତ ଅଛନ୍ତି । ତାଙ୍କ ଘରେ କେହି ନଥିବାକୁ ସେ ପିଲାକୁ କୋଳରେ ଧରି ଡ୍ୟୁଟି କରିଛନ୍ତି । ଏହା ମୋ ପାଇଁ ସାଧାରଣ କଥା ମୁଁ କେବଳ ଗୋଟିଏ ଜିନିଷକୁ ଗୁରୁତ୍ବ ଦିଏ ଯେପରି ପିଲାର କିଛି ସମସ୍ୟା ନ ହୁଏ ବୋଲି କହିଛନ୍ତି ରୀନା ।