ଭୁବନେଶ୍ବର,୧୭।୨ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଆଗତ କରିଛନ୍ତି। ନୂଆ ସରକାରଙ୍କ ଏହା ହେଉଛି ୨ୟ ବଜେଟ ଉପସ୍ଥାପନ ଏବଂ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ। ଏଥିରେ ନଗର ଉନ୍ନୟନକୁ ଫୋକସ ଦିଆଯାଇଛି।
ନଗର ଉନ୍ନୟନ ପାଇଁ ବଜେଟ୍ରେ ଅନେକ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ୧୧୦୦ କୋଟି ବ୍ୟୟବରାଦ କରାଯାଇଛି। ସେହିପରି ସୁଜଲ ବାବଦରେ ୭୩୨ କୋଟି, ସ୍ୱଚ୍ଛ ଓଡ଼ିଶା ପାଇଁ ୨୬୧ କୋଟି ଅନୁଦାନ ରହିଛି। ସ୍ୱଚ୍ଛ ଭାରତ ମିଶନ ( ସହରାଞ୍ଚଳ ) ପାଇଁ ୬୦୦ କୋଟି ବ୍ୟୟ ବରାଦ କରାଯାଇଚି । ସେହିପରି ଗ୍ରାମାଞ୍ଚଳରେ ଜଳ ଜୀବନ ମିଶନ ପାଇଁ ୭୦୦୦କୋଟି, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ପାଇଁ ୨୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୪୫୦୦ କୋଟି ବ୍ୟୟ ବରାଦ ହୋଇଛି।
ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଏକ ହଜାର ୮୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂଆ ସେତୁ ପାଇଁ ୨ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଐତିହ୍ୟ ବିଦ୍ୟାଳୟ ଯୋଜନାରେ ୬୦ କୋଟି ଟଙ୍କା ବଜେଟରେ ରହିଛି।