ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

‘କଟକ ଇନ୍‌ କଟକ’ରେ ବାଲିଡଙ୍ଗା, ଏଲ୍‌ଇଡିରେ ଝଲସିବ ୩୫ ଫୁଟ ଉଚ୍ଚ ବାଲୁକା କଳା

କଟକ,୨୫/୧୧: ଏଥର ବାଲିଯାତ୍ରାରେ  ଲୋକଙ୍କୁ ଆକର୍ଷିତ କରିବ ବାଲୁକା କଳା । ୩୫  ଫୁଟ ଉଚ୍ଚ ଏବଂ ୧୦୦ ଫୁଟ ଲମ୍ବରେ ନିର୍ମିତ  ହେବ ବାଲିଡଙ୍ଗା ଓ ଲାଇଟ୍‌ର ଝଲକ ଲୋକଙ୍କୁ  ମନୋରଂଜନ ଖୋରାକ ଯୋଗାଇବ । ୬୦  ହଜାରରୁ ଏଲ୍‌ଇଡି ଲାଇଟ୍‌, ସ୍ପଟ୍‌ ଲାଇଟ୍‌ ଏବଂ  ପାଲକୋ ଲାଇଟ୍‌ର ଚିକିମିକି ଆଲୁଅରେ ପୂରା  ପରିସର ଝଲସିବ । କଟକ ଇନ୍‌ କଟକରେ  ନିର୍ମିତ ହେଉଥିବା ଏହି ବାଲୁକା କଳାକୁ  କରିବା ପାଇଁ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ  ତାଙ୍କ ଶିଳ୍ପୀମାନଙ୍କୁ ନେଇ ଲାଗିପଡ଼ିଛନ୍ତି । 

ବାଲିଯାତ୍ରାକୁ ଆଉ ୨ ଦିନ । ଏଥିପାଇଁ  ପୂରା ପରିସରକୁ ସଜେଇବାକୁ ଲାଗିପଡ଼ିଛନ୍ତି  ପ୍ରଶାସନ । କଟକ ଇନ୍‌ କଟକରେ ଯେତେ ଅଧିକ ସୌନ୍ଦର୍ଯ୍ୟକରଣ ହୋଇପାରିବ, ସେତେ ଅଧିକ  ଚେଷ୍ଟା କରୁଛନ୍ତି । ଗାଁ ପରିବେଶ, ମତ୍ସ୍ୟ କନ୍ୟା  ପରେ ଏବେ ବାଲୁକା କଳାକୁ ସ୍ଥାନ ଦେଇଛି  ପ୍ରଶାସନ । ୧୦୦ ଫୁଟର ଲମ୍ବା ଏବଂ ୩୫ ଫୁଟ  ଉଚ୍ଚାର ବାଲି ଡଙ୍ଗା ବା ବୋଇତ ତିଆରି କରୁଛନ୍ତି ।  ବାଲୁକାଶିଳ୍ପୀ ସୁଦାମ ପ୍ରଧାନଙ୍କ ସହିତ ୧୦ ଜଣ  ଶିଳ୍ପୀ ଲାଗିପଡ଼ିଛନ୍ତି । ୧୫ ଟ୍ରିପ୍‌ ହାଇୱା ବାଲିରେ  ନିର୍ମିତ ହେଉଥିବା ଏହି ବାଲୁକା କଳାରେ ଖଞ୍ଜାଯିବ ଏଲ୍‌ଇଡି ଲାଇଟ୍‌, ସ୍ପଟ୍‌ ଲାଇଟ୍‌  ଏବଂ ପାଲକୋ ଲାଇଟ୍‌ । ବାଲୁକା  କଳାରେ ୧୦ ଜଣ କରିଗରଙ୍କ  ସମେତ କିଛି ମହିଳା ମଧ୍ୟ ରଙ୍ଗ ତିଆରି କାର୍ଯ୍ୟରେ ଲାଗିପଡ଼ିଛନ୍ତି ।  

୨୦୧୮ ମସିହାରେ ବାଲୁକାଶିଳ୍ପୀ  ଶ୍ରୀ ପ୍ରଧାନ ବାଲିଯାତ୍ରାରେ ବୋଇତ  ଏବଂ ହକି ବିଶ୍ୱକପ୍‌ର ଏକ  ଯୁଗଳବନ୍ଦୀ କରିଥିବା ୨୫ ଫୁଟର ବାଲୁକାକଳା ଲୋକଙ୍କୁ ବେଶ୍‌  ପସନ୍ଦ ଆସିଥିଲା । ଚଳିତ ବର୍ଷ  ଶ୍ରୀ ପ୍ରଧାନଙ୍କୁ ପ୍ରଶାସନ ଭିନ୍ନ ଧରଣ କରିବା ପାଇଁ  କହିଥିବା ବେଳେ ଲାଇଟ୍‌ ଏବଂ ବାଲି ଡଙ୍ଗା ଲୋକଙ୍କୁ  ଆକର୍ଷିତ କରିବ । ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ୨୩  ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୬ ତାରିଖରେ ଶେଷ ହେବ ବୋଲି ସେ କହିଛନ୍ତି ।

ଏଥର ବାଲିଯାତ୍ରାରେ ‘ଡିଜିଟାଲ୍‌ ଏସି ହ୍ୟାଙ୍ଗର୍‌’ ଆକର୍ଷଣ

  • prameyanews
  • PrameyaOdia
  • prameya
  • BaliYatra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.