ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୩ ରାଜ୍ୟରେ ବିଜେପିର କମାଲ, ମୋଦୀ କହିଲେ- ସବକା ସାଥ୍‌, ସବକା ବିକାଶ ଭାବନାର ବିଜୟ ହୋଇଛି

ନୂଆଦିଲ୍ଲୀ: ୩ଟି ରାଜ୍ୟରେ ବିଶାଳ ବିଜୟ ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ସହ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ବଡ଼ ବ୍ୟବଧାନରେ ବିଜେପି ବିଜୟୀ ହୋଇଥିବା ବେଳେ ସରକାର ଗଢ଼ିବାକୁ ଯାଉଛି । କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ ଅବସରରେ ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । 

ସେ କହିଛନ୍ତି, କଂଗ୍ରେସ ସମାଜକୁ ଜାତି ଆଧାରରେ ବାଣ୍ଟିବାକୁ ଚେଷ୍ଟା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି, ବିରୋଧୀ ସମାଜକୁ ଜାତି ଆଧାରରେ ବିଭାଜିତ କରିବାକୁ ଚେଷ୍ଟା କରିଛି । ହେଲେ ଆମେ ଦେଶର ୪ଟି ମୁଖ୍ୟ ଜାତି ଥିବା କଥା କହିଥିଲୁ । ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଏବଂ ଗରିବ ପରିବାର ଭଳି ୪ ପ୍ରମୁଖ ଜାତିକୁ ସଶକ୍ତ କରିବା ଦ୍ବାରା ଦେଶ ସଶକ୍ତ ହେବ । ବର୍ତ୍ତମାନ ସମୟରେ ବଡ଼ ସଂଖ୍ୟାର ଓବିସି ଏବଂ ଆଦିବାସୀ ଏହି ଜାତିରେ ଆସୁଛନ୍ତି ବୋଲି ମୋଦୀ କହିଛନ୍ତି ।

 ବିଜେପି ମୁଖ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି, ଆଜିର ଏହି ବିଜୟ ଐତିହାସିକ । ସବକା ସାଥ, ସବକା ବିକାଶ ଭାବନାର ବିଜୟ ହୋଇଛି । ବିକଶିତ ଭାରତ ଆହ୍ବାନର ବିଜୟ ହୋଇଛି । ଆତ୍ମନିର୍ଭର ଭାରତ ଜିତିଛି । ଭାରତର ବିକାଶ ପାଇଁ ରାଜ୍ୟର ବିକାଶ ଚିନ୍ତାଧାରାର ବିଜୟ ହୋଇଥିବା ବେଳେ ସଚ୍ଚୋଟପଣିଆ ଜିତିଛି ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶରେ ବିଜେପି ଅପରିବର୍ତ୍ତିତ ଥିବା ବେଳେ ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସକୁ ଗାଦିଚ୍ୟୁତ କରିଛି । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିର ଏହି ଫଳାଫଳ ଅନ୍ୟ ଏକ ଚିତ୍ର ସ୍ପଷ୍ଟ କରିଦେଇଛି । ଦେଶର ଯୁବପିଢ଼ି ବିକାଶ ଚାହୁଁଛି । ଯେଉଁ ସରକାର ଯୁବକଙ୍କ ବିରୋଧରେ କାମ କରିଛି ତାକୁ ଶାସନରୁ ବିଦା ହେବାକୁ ପଡ଼ିଛି । ରାଜସ୍ଥାନ, ଛତିଶଗଡ଼ ଏବଂ ତେଲେଙ୍ଗାନା ଏହାର ଉଦାହରଣ । ଏହି ୩ ରାଜ୍ୟରେ ଶାସନରେ ଥିବା ଦଳକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି ବୋଲି ମୋଦୀ କହିଛନ୍ତି । ଦୁର୍ନୀତି ବିରୋଧରେ ଏହା ଜନସମର୍ଥନ ହୋଇଥିବା ବେଳେ ୨୦୨୪ ଲୋକସଭା ନିର୍ବାଚନରେ ହ୍ୟାଟ୍ରିକ୍‌ର ଗ୍ୟାରେଣ୍ଟି । 

 ନିର୍ବାଚନ ଫଳାଫଳ କଂଗ୍ରେସ ଏବଂ ଏହାର ମେଣ୍ଟ ପାଇଁ ଝଟକା ବୋଲି ମୋଦୀ କହିଛନ୍ତି ।  ସବୁ ପରିବାରବାଦୀ ଗୋଟିଏ ମଞ୍ଚରେ ଛିଡ଼ା ହୋଇଗଲେ ବି ଦେଶର ଭରସା ଜିତିପାରିଲେ ନାହିଁ । ଜନତାଙ୍କ ହୃଦୟ ଜିଣିବାକୁ ହେଲେ ରାଷ୍ଟ୍ର ସେବା ପାଇଁ ଉତ୍ସାହ ଥିବା ଦରକାର ବୋଲି ପ୍ରଦାନମନ୍ତ୍ରୀ କହିଛନ୍ତି । 

 ଅନ୍ୟପଟେ, ତେଲେଙ୍ଗାନାର ଜନତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ଧନ୍ୟବାଦ ଦେଉଛି ବୋଲି କହିବା ସହ ପ୍ରତି ନିର୍ବାଚନରେ ରାଜ୍ୟରେ ବିଜେପିର ଗ୍ରାଫ୍‌ ବଢ଼ୁଛି ବୋଲି ମୋଦୀ କହିଛନ୍ତି । ରାଜ୍ୟର ଲୋକମାନଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି । ସେପଟେ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଏହି ନିର୍ବାଚନ ପରିଣାମର ଧ୍ବନି ବହୁ ଦୂରକୁ ଯିବ । ସମଗ୍ର ବିଶ୍ବରେ ଏହି ଧ୍ବନି ଗୁଞ୍ଜରିତ ହେବ । ବିଶ୍ବବ୍ୟାପୀ ନିବେଶକଙ୍କୁ ଏହି ପରିଣାମ ବିଶ୍ବାସ ଦେବ ।

 

  • Narendra Modi
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.