ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆଡ୍‌ଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିଲା ‘ଯୱାନ’, ମୁମ୍ବାଇରେ ୧୫ ମିନିଟ୍‌ରେ ହାଉସ୍‌ଫୁଲ

ମୁମ୍ବାଇ ୨୯/୦୮: କିଙ୍ଗ୍‌ ଖାନଙ୍କ ଅପ୍‌କମିଙ୍ଗ ଫିଲ୍ମ ଯୱାନ’ ଏବେ ଆଡ୍‌ଭାନ୍ସ ବୁକିଂକୁ ନେଇ ଖବରରେ । ମୁମ୍ବାଇର କିଛି ଅଞ୍ଚଳରେ ଫିଲ୍ମର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଛି । ରିପୋର୍ଟ ଅନୁସାରେମୁମ୍ବାଇ-ଥାନେରେ ଫିଲ୍ମର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହେବାର ୧୫ ମିନିଟ୍‌ ଭିତରେ ଶୋ’ ହାଉସ୍‌ଫୁଲ୍‌ ହୋଇଗଲା ଏବେ ଫିଲ୍ମର ଟିକେଟ୍‌ ପାଖାପାଖି ୧୧ଶହ ଟଙ୍କାରେ ବିକ୍ରି ହେଉଛି । ଆମେରିକାରେ କେବଳ ଟେକ୍ସାସ ଓ କାଲିଫର୍ଣ୍ଣିଆରେ ଆଡ୍‌ଭାନ୍ସ ବୁକିଂରୁ ଯୱାନ’ ଏପର୍ଯ୍ୟନ୍ତ ୧.୬୫ କୋଟି ଟଙ୍କା ଆୟ କରିଛି 


ସିନେ ସମୀକ୍ଷକଙ୍କ ଅନୁସାରେଫିଲ୍ମ ରିଲିଜ୍‌ର ୧୧ ଦିନ ପୂର୍ବରୁ ଆମେରିକାର ୪୫୦ ସ୍ଥାନରେ ଫିଲ୍ମର ୧୩,୭୫୦ ଟିକେଟ୍‌ ଅଗ୍ରୀମ ବିକ୍ରି ହୋଇସାରିଛି । ଫିଲ୍ମ ରିଲିଜ୍‌ର ୨୦ ଦିନ ପୂର୍ବରୁ ଆମେରିକାରେ ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ଆମେରିକା ଓ କାନାଡ଼ାକୁ ମିଶାଇ ଅଗ୍ରୀମ ବୁକିଂରୁ ଫିଲ୍ମ ୧.୮୫ କୋଟି କଲେକ୍ସନ୍‌ କରିଛି । ବ୍ରିଟେନରେ ଅଗ୍ରୀମ ବୁକିଂରୁ ୭୭ ଲକ୍ଷ ଟଙ୍କା କଲେକ୍ସନ୍‌ କରିଛି । ବ୍ରିଟେନରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ତାଲିକାର ଶୀର୍ଷରେ ଅଛି ପଠାନ୍‌’ । ଏହା ପ୍ରାୟ ୪୫ କୋଟି କଲେକ୍ସନ୍‌ କରିଥିଲା । ଓପ୍‌ନିଂ ଡେରେ ୩ କୋଟି ଆୟ କରିଥିଲା । ଉତ୍ତର ଆମେରିକାରେ ପଠାନ୍‌’ ରିଲିଜ୍‌ ହେବା ଦିନ ୧୫ କୋଟି ଆୟ କରିଥିଲା । ଯୱାନ’ ସହଜରେ ପଠାନ୍‌ର ଓପ୍‌ନିଂ-ଡେ’ ରେକର୍ଡ ଭାଙ୍ଗିବ ବୋଲି ସିନେ ବିଶେଷଜ୍ଞମାନେ ଆଶା କରୁଛନ୍ତି ।

ଆଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆସନ୍ତା ମାସ ୭ ତାରିଖରେ ମୁକ୍ତିଲାଭ କରିବ । ଏଥିରେ ଶାହରୁଖଙ୍କ ସହ ବିଜୟ ସେତୁପତି ଓ ନୟନତାରା ନଜର ଆସିବେ । ହିନ୍ଦୀତାମିଲ ଓ ତେଲୁଗୁରେ ଏହା ସାରାବିଶ୍ୱରେ ମୁକ୍ତିଲାଭ କରିବ । ଫିଲ୍ମରେ ସାନ୍ୟା ମଲହୋତ୍ରା ଓ ପ୍ରିୟାମଣି ନଜର ଆସିବେ । ଦୀପିକା ପାଦୁକୋନଙ୍କ ଝଲକ୍‌ ବି ଦେଖିବାକୁ ମିଳିବ ।

  • entertainment
  • bollywood
  • jawan
  • shahrukhkhan
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.