ପ୍ରମୁଖ ଖବର
  • ମେ'୨୦ ପରେ ସିବିଏସ୍‌ଇ ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ସୂଚନା ଦେଲା ବୋର୍ଡ
  • ||
  • ପବିତ୍ର ଅକ୍ଷୟ ତୃତୀୟା: ଆଜିଠୁ ଶ୍ରୀଜିଉଙ୍କ ୪୨ ଦିନିଆ ଚନ୍ଦନ ଯାତ୍ରା, ନରେନ୍ଦ୍ର ଜଳରେ ଜଳକ୍ରୀଡ଼ା କରିବେ ଦଶ ଦିଅଁ
  • ||
  • IPL 2024: ଅହମ୍ମଦାବାଦରେ ଟାଇଟନ୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଗୁଜରାଟ ପାଇଁ ଶେଷ ସୁଯୋଗ
  • ||
  • ଶୁକ୍ରବାର ରାଜଧାନୀରେ ମୋଦିଙ୍କ ସୋ’, ସନ୍ଧ୍ୟାରେ ରାମମନ୍ଦିରରୁ ବାଣୀବିହାର ମେଗା ରୋଡ୍‌ ସୋ
  • ||
  • ଗରମ ନୁହେଁ ନରମ ରହିବ ପାଗ: ଖରା କମ୍‌, କାଳବୈଶାଖୀ ଦେବ ଆଶ୍ୱସ୍ତି, ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଚାମଚ ବଦଳରେ ହାତରେ ଖାଦ୍ୟ ଖାଇବା ଉଚିତ , ଜାଣନ୍ତୁ ଆୟୁର୍ବେଦ ଓ ବିଜ୍ଞାନର କଣ ମତ

ନୂଆଦିଲ୍ଲୀ : ଭାତ ହେଉବା ସମ୍ବର ,ଖାଇବା ଜିନିଷକୁ ସବୁ ଲୋକେ ଚାମଚରେ ଖାଇବାକୁ ପସନ୍ଦ କରନ୍ତି। ହେଲେ, ସାଉଥ୍‌ ଇଣ୍ଡିଆରେ ଏସବୁ ଜିନିଷ ହାତରେ ଖିଆ ଯାଏ। ଭାରତୀୟ ପରମ୍ପରା ମୁତାବିକ ଖାଇବାକୁ ସର୍ବଦା ତଳେ ବସି ଓ ହାତରେ ଖାଇବା ଉଚିତ। ହେଲେ ଆଜିକା ସମୟରେ ଲୋକେ ରୁଟି ମଧ୍ୟ ଚାମଚ ବା ଫୋର୍କ ଦ୍ୱାରା ଖାଇଥାନ୍ତି। କିନ୍ତୁ ଆପଣ କଣ ଜାଣନ୍ତି ହାତରେ ଖାଦ୍ୟ ଖାଇବା ଦ୍ୱାରା ସବୁଠୁ ଭଲ। ହାତରେ ଖାଇବାକୁ ନେଇ ବେଦ ,ଗ୍ରନ୍ଥମାନଙ୍କରେ ମଧ୍ୟ ଏହାର ଫାଇଦା ବିଷୟରେ କୁହାଯାଇଛି। ସେପଟେ ବିଜ୍ଞାନ ମଧ୍ୟ ହାତରେ ଖାଇବାର ଫାଇଦାକୁ କହିଥାଏ। ଏଠାରେ ଆସନ୍ତୁ ଜାଣିବା ଖାଦ୍ୟକୁ କାହିଁକି ହାତରେ ଖାଇବା ଉଚିତ -

ଆୟୁର୍ବେଦ କଣ କହେ – ଆୟୁର୍ବେଦିକ ଏକ୍ସପର୍ଟ ଦୀକ୍ଷା ଭାବସାର ମଧ୍ୟ ହାତରେ ଖାଇବାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି କି , ଆୟୁର୍ବେଦ ଅନୁସାରେ - ହାତରେ ଖାଇବା ଏହା କେବଳ ସ୍ୱାସ୍ଥ୍ୟବର୍ଦ୍ଧକ ହୋଇ ନଥାଏ , ଏହା ଆପଣଙ୍କର ଇନ୍ଦ୍ରିୟ ଓ ପାଚନ ପାଇଁ ମଧ୍ୟ ଫଳପ୍ରଦ ହୋଇଥାଏ। ବାସ୍ତବରେ , ଆୟୁର୍ବେଦ କୁହେ , ପ୍ରତି ଆଙ୍ଗୁଠି ପଞ୍ଚତତ୍ତ୍ୱ ମଧ୍ୟରୁ ଗୋଟିଏ ଗୋଟିଏ ପ୍ରତିନିଧିତ୍ୱ କରିଥାନ୍ତି। ଏଥିରେ ଯେବେ ଆମେ ନିଜର ହାତରେ ଖାଇଥାନ୍ତି , ତ ଆମେ ଏକ ଇସାରା କରିଥାନ୍ତି , ଯାହା ଏହି ତତ୍ତ୍ୱ ଗୁଡ଼ିକୁ ସକ୍ରିୟ କରିଥାଏ ଏବଂ ଆମ ଶରୀରରେ ଏନର୍ଜିକୁ ସନ୍ତୁଳିତ କରିଥାଏ। ଏହା ବ୍ୟତୀତ ଯେବେ ଆମେ ଆମ ଖାଦ୍ୟକୁ ଆଙ୍ଗୁଠିରେ ଛୁଇଁ ଥାଉ , ତ ଆମେ ଆମ ମସ୍ତିଷ୍କକୁ ବାର୍ତ୍ତା ପଠାଇଥାଉ କି ଆମେ ଖାଇବାକୁ ପ୍ରସ୍ତୁତ , ଯାହା ପାଚନ ପ୍ରକ୍ରିୟା ପାଇଁ ଆମର ପେଟ ଓ ଅନ୍ୟ ପାଚନ ଅଙ୍ଗକୁ ପ୍ରସ୍ତୁତ କରିଥାଏ। 

ବିଜ୍ଞାନ ଅନୁସାରେ-  

ବିଜ୍ଞାନ ଅନୁସାରେ , ହାତରେ ଖାଦ୍ୟ ଖାଇବା ଦ୍ୱାରା ପାଚନରେ ସୁଧାର ଆସିଥାଏ ,କାରଣ ହାତରେ କିଛି ଏମିତି ବ୍ୟାକ୍ଟେରିଆ ଥାନ୍ତି , ଯାହା ହାନିକାରକ ହୋଇ ନଥାନ୍ତି , କିନ୍ତୁ ପରିବେଶରେ ବିଭିନ୍ନ ହାନିକାରକ ଜୀବାଣୁରେ ଶରୀରକୁ ସୁରକ୍ଷା ପ୍ରଦାନ କରନ୍ତି । ହେଲେ ଏହି ପରାମର୍ଶ ଦିଆଯାଏ କି ଖାଦ୍ୟ ଖାଇବା ପୂର୍ବରୁ ନିଜ ହାତକୁ  ଭଲ ଭାବେ ସଫା କରନ୍ତୁ । 

ଆହୁରି ଅନେକ ଫାଇଦା ମିଳେ –

ହାତରେ ଖାଦ୍ୟ ଖାଇବା ଦ୍ୱାରା ଏହି କଥାକୁ ଅଧିକ ଧ୍ୟାନ ଦେବାରେ ସାହାଯ୍ୟ ମିଳିଥାଏ କି , ଆମେ କଣ ଖାଉଛେ , କେତେ ଖାଉଛେ ଓ କେତେ ଶୀଘ୍ର ଖାଉଛେ , ଯାହା ସୁସ୍ଥ ପାଚନ ପାଇଁ ସବୁଠୁ ଅଧିକ ଜରୁରି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.