ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଅକ୍ଷୟ ତୃତୀୟାରେ ମେଷରେ ପ୍ରବେଶ କରିବେ ବୁଧ, ଏହି ରାଶି ଥିବା ବ୍ୟକ୍ତିଙ୍କ ବଦଳିଯିବ ଭାଗ୍ୟ

ପ୍ରତ୍ୟେକ ଗ୍ରହ ସେମାନଙ୍କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ବୁଧ ମଧ୍ୟ ତାଙ୍କ ରାଶି ପରିବର୍ତ୍ତନ କରିବେ । ଅକ୍ଷୟ ତୃତୀୟାରେ ମେଷରେ ପ୍ରବେଶ କରିବେ ବୁଧ। ବୈଦିକ ଜ୍ୟୋତିଷ ଅନୁଯାୟୀ ଗ୍ରହମାନଙ୍କ ଗମନାଗମନ ଓ ସେମାନଙ୍କ ପରିବର୍ତ୍ତନ ସେମାନଙ୍କର ରାଶି ଅନୁଯାୟୀ ଲୋକଙ୍କୁ ପ୍ରଭାବିତ କରିଥାଏ। ମେଷରେ ବୁଧ ରାଶିର ପ୍ରବେଶ ଦ୍ବାରା କିଛି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ବୁଧଙ୍କୁ ରାଜକୁମାର ମଧ୍ୟ କୁହାଯାଏ । ବୁଧଙ୍କ ଶୁଭ ଦ୍ବାରା ବ୍ୟକ୍ତିଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ। କେବେ ଆସନ୍ତୁ ଜାଣିବା ବୁଧଙ୍କ ମେଷ ରାଶିରେ ପ୍ରବେଶ ଦ୍ବାରା କେଉଁ ରାଶିର ସମୟ ବଦଳିବାକୁ ଯାଉଛି। 

ବୃଷ ରାଶି:  ମେଷରେ  ବୁଧଙ୍କ ଗୋଚର ପ୍ରଭାବରେ ବୃଷ ରାଶିର ବ୍ୟକ୍ତିମାନେ ଆତ୍ମବିଶ୍ବାଲୀ ରହିବେ । ଜୀବନସାଥୀଙ୍କ ସ୍ବାସ୍ଥ୍ୟ ପରିବର୍ତ୍ତନ ଦେଖାଯିବ । ଗାଡି କିଣିବାର ଯୋଗ ରହିଛି। କାରବାରରେ ସ୍ଥିତି ମଜବୁତ ରହିବ ।ପିତାଙ୍କ ସହାୟତା ମିଳିବ । ଖର୍ଚ୍ଚ ଅପେକ୍ଷାକୃତ କମ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ରହିଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ରହିବ । 

ମିଥୁନ ରାଶି:  ଜୀବନସାଥୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ । ଲାଭବାନ ହେବାର ସୁଯୋଗ ରହିଛି। ଚାକିରି କ୍ଷେତ୍ରରେ ଉନ୍ନତି ହେବା ସୁଯୋଗ ରହିଛି। ଘରେ କୌଣସି ଧାର୍ମିକ କାର୍ଯ୍ୟ ହେବ। ଧନପ୍ରାପ୍ତି ହେବ । ପିଲାଙ୍କ ଠାରୁ ସୁଖ ସମାଚାର ମିଳିବ । ପୁରୁଣା ସାଙ୍ଗଙ୍କ ସହ ଦେଖା ହେବେ । ଆୟ ବୃଦ୍ଧି ହେବାର ସୁଯୋଗ ରହିଛି।

ସିଂହ ରାଶି: ଆତ୍ମବିଶ୍ବାସୀ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଗାଡି କିଣିବାର ସୁଯୋଗ ରହିଛି।  ପୈତୃକ ସମ୍ପତି ପ୍ରାପ୍ତିର ଯୋଗ ରହିଛି। ଭାଇ ଭଉଣୀଙ୍କ ସହ ଦେଖା ହୋଇପାରନ୍ତି।  ଆୟ ବୃଦ୍ଧି ହେବାର ସୁଯୋଗ ରହିଛି। ପିଲାଙ୍କ ଠାରୁ ସୁଖ ସମାଚାର ମିଳିବ 

କନ୍ୟା ରାଶି: ମନ ପ୍ରସନ୍ନ ରହିବ । ଆତ୍ମବିଶ୍ବାସୀ ହେବେ। କର୍ମ କ୍ଷେତ୍ରରେ ସୁଧାର ଆସିବ । ପାରିବାରିକ ସମସ୍ୟାର ସମାଧାନ ହେବ । ଶିକ୍ଷା କ୍ଷେତ୍ରରେ ସୁଧାର ଆସିବ । ଆୟ ବୃଦ୍ଧି ହେବାର ସୁଯୋଗ ରହିଛି।  ଗାଡି କିଣିବେ । 

ବିଛା ରାଶି: ପରିବାରର ସହଯୋଗ ମିଳିବ । ବ୍ୟବସାୟ ଭଲ ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ଚାକିରିରେ ଉନ୍ନତି ହେବ । ଜୀବନସାଥୀଙ୍କ ସହଯୋଗ ମିଳିବ ।  ପିଲାଙ୍କ ଠାରୁ ସୁଖ ସମାଚାର ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.