ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଗରମ ନୁହେଁ ନରମ ରହିବ ପାଗ: ଖରା କମ୍‌, କାଳବୈଶାଖୀ ଦେବ ଆଶ୍ୱସ୍ତି, ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦/୦୫: ଗରମ ନୁହେଁ ନରମ ରହିବ ପାଗ । ପ୍ରଥମ ପର୍ଯ୍ୟାୟ ଭୋଟରେ ପାଗ ଭଲ ରହିବ । ବେଶି ଖରା କି ଗୁଳୁଗୁଳି କଷ୍ଟ ଦେବନି । ଏମିତି ପୂର୍ବାନୁମାନ ଦେଖାଇଛନ୍ତି ପାଣିପାଗ ବିଶେଷଜ୍ଞ । 

ବଡ଼ କଥା ହେଲା, ପ୍ରଥମ ପର୍ଯ୍ୟାୟରେ ଭୋଟ ହେବାକୁ ଥିବା ୪ ଲୋକସଭା କ୍ଷେତ୍ରରେ ଗୁରୁବାର ପାଗ ଲୋକଙ୍କୁ ସୁହାଇଲା ଭଳି ଥିଲା । କୋରାପୁଟ ତାପମାତ୍ରା ୩୨.୫ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ସନ୍ଧ୍ୟା ସୁଦ୍ଧା ୨୬.୨ ମିଲିମିଟର ବର୍ଷା ହୋଇଛି । ରାୟଗଡ଼ା ତାପମାତ୍ରା ୩୬ ଡିଗ୍ରୀ ଥିବାବେଳେ ହାଲୁକା ବର୍ଷା ହୋଇଛି । ଗୋପାଳପୁରରେ ବି ହାଲୁକା ବର୍ଷା ରେକର୍ଡ ହୋଇଛି । ସେହିପରି ଅନ୍ୟ ଅଞ୍ଚଳ ମଧ୍ୟରେ ଖୋର୍ଦ୍ଧାରେ ୧୧ ମିମି, ତାଳଚେରରେ ୧୩ ମିିମି ଝାରସୁଗୁଡ଼ାରେ ୧୧.୪, କେନ୍ଦୁଝରରେ ୯.୨ ମିମି ବର୍ଷା ସହ ନୟାଗଡ଼, ଦାରିଙ୍ଗିବାଡ଼ି, ସୋନପୁର, ଅନୁଗୁଳ, ଭଦ୍ରକରେ ହାଲୁକା ବର୍ଷା ହୋଇଛି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଆସନ୍ତା ୧୮/୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗରେ ବଡ଼ ପରିବର୍ତ୍ତନ ସମ୍ଭାବନା କମ୍‌ । ତାତି କମ୍‌ ରହିବ । ମଝିରେ ମଝିରେ ଗରମ ବଢ଼ିଲେ ବି ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ୍‌ ଓ ଉପକୂଳରେ ୩୬-୩୭ ଡିଗ୍ରୀ ଭିତରେ ରହିବ ତାପମାତ୍ରା । ବର୍ତ୍ତମାନ ପ୍ରତିଦିନ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ୧୨/୧୩ ତାରିଖବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ରହିଛି । 

ପାଣିପାଗ ବିଭାଗର ଆକଳନ ହେଲା, ୧୦ ତାରିଖ (ରବିବାର) ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣର ସ୍ଥାନେ ସ୍ଥାନେ ବି ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ବାଲେଶ୍ୱରରେ ଗୋଟିଏ ଗୋଟିଏ ଜାଗାରେ ପ୍ରବଳ ବର୍ଷା ସହ ୩୦-୪୦ କିଲୋମିଟର ବେଗରେ ପବନ ସହ ଧୂଳିଝଡ଼ ଏବଂ ବଜ୍ରପାତ ଆଶଙ୍କା ରହିଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ବୌଦ୍ଧ ଏବଂ କନ୍ଧମାଳରେ କାଳବୈଶାଖୀ ପ୍ରଭାବରେ ୩୦-୪୦ କିଲୋମିଟର ପବନ ହୋଇପାରେ । 

୧୧ ତାରିଖରେ ଉପକୂଳ, ଉତ୍ତର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣରେ ବର୍ଷା ସମ୍ଭାବନା ଅଛି । ମୁଖ୍ୟତଃ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତିରେ ପ୍ରବଳ ବର୍ଷା ଓ ୪୦ରୁ ୫୦ କିମି ବେଗରେ ପବନ ମାଡ଼ ହୋଇପାରେ । କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ୩୦ରୁ ୪୦ କିମି ପବନ ଆଶଙ୍କା ଅଛି । 

୧୨ ତାରିଖରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସହ ଦକ୍ଷିଣ ଆଭ୍ୟନ୍ତରୀଣର ଅଳ୍ପ କିଛି ଜାଗା ଏବଂ ଉତ୍ତର ଆଭ୍ୟନ୍ତରୀଣର ସ୍ଥାନେ ସ୍ଥାନେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ କାଳବୈଶାଖୀ ହୋଇପାରେ । ୧୩ ତାରିଖରେ ଅଳ୍ପ କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିରେ ଘଡ଼ଘଡ଼ି ସହ କାଳବୈଶାଖୀ ଆଶଙ୍କା ରହିଛି । ୧୪ ଓ ୧୫ ତାରିଖରେ ଉପକୂଳ, ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତରର କିଛି ସ୍ଥାନରେ ବର୍ଷା ହୋଇପାରେ । 

ଗୁରୁବାର ରାଜ୍ୟର ୬ଟି ସ୍ଥାନରେ ୪୦ ଡିଗ୍ରୀ ସେଲସିୟସ୍‌ କିମ୍ବା ତା’ଠାରୁ ଅଧିକ ଥିଲା ତାପମାତ୍ରା । ନୂଆପଡ଼ାରେ ୪୧.୪, ସୋନପୁରରେ ୪୦.୪, ବଲାଙ୍ଗୀରରେ ୪୦.୨, ଅନୁଗୁଳରେ ୪୦.୧, ଝାରସୁଗୁଡ଼ାରେ ୪୦.୧, ଟିଟିଲାଗଡ଼ ୪୦ ଓ ବୌଦ୍ଧରେ ୩୯.୮ ଡିଗ୍ରୀ ସେଲସିୟସ୍‌ ଥିଲା ତାପମାତ୍ରା । ଉପକୂଳରେ ପାରଦ ୩୫-୩୬ ଡିଗ୍ରୀ ରହିଥିଲା ଗୁରୁବାର ।

  • PrameyaOdia
  • prameya
  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.