ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ରାଜଧାନୀରେ ମୋଦି ସୋ’, ସନ୍ଧ୍ୟାରେ ରାମମନ୍ଦିରରୁ ବାଣୀବିହାର ମେଗା ରୋଡ୍‌ ସୋ': ଜଗିବେ ୫୫ ପ୍ଲାଟୁନ୍‌ ଫୋର୍ସ, ୩ ଆଣ୍ଟି ଟେରର୍‌ ଗ୍ରୁପ

ଭୁବନେଶ୍ୱର,୧୦/୦୫: ବ୍ୟାପକ ପ୍ରସ୍ତୁତି ସରିଛି । ତନାଘନା ଯାଞ୍ଚ ଚାଲିଛି । ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ସନ୍ଧ୍ୟାରେ କମ୍ପିବ ଭୁବନେଶ୍ୱର । ରାଜଧାନୀ ଦେଖିବ ମେଗା ମୋଦି ସୋ’ । ରାମମନ୍ଦିର ନିକଟସ୍ଥ ବିଜେପି କାର୍ଯ୍ୟାଳୟ ସାମ୍ନାରୁ ବାଣୀବିହାର ଯାଏଁ ମୋଦି କରିବେ ରୋଡ୍‌ ସୋ’ ।

ମିଶନ ଭୁବନେଶ୍ୱର ଟାର୍ଗେଟ ନେଇ ମୋଦି ଓହ୍ଲାଇବେ ମଇଦାନକୁ । ରାଜ୍ୟ ବିଜେପି ଶିବିର ପୂରା ଉତ୍ସାହିତ । ପାର୍ଟି କାର୍ଯ୍ୟାଳୟରେ ସବୁ ରାଜ୍ୟସ୍ତରୀୟ ଓ ଭୁବନେଶ୍ୱରିଆ ନେତାଙ୍କ ଛାଉଣୀ ଲାଗିଛି । ସମସ୍ତେ ଲାଗି ପଡ଼ିଛନ୍ତି, ମୋଦିଙ୍କ ଗସ୍ତରୁ ଯେଉଁ ହାୱା ସୃଷ୍ଟି ହେବ, ସେଥିରେ କେମିତି ଭୁବନେଶ୍ୱର ଦଖଲ ହେବ । 

ଶୁକ୍ରବାର ରାତି ୮ଟା ୧୦ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ରାଜ୍ୟ ବିଜେପି ନେତାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିବେ । କାର୍ଗୋ ଗେଟ୍‌ ପଟେ ମୋଦିଙ୍କ କାରକେଡ୍‌ ବାହାରିବ । ବିମାନବନ୍ଦର ଟ୍ରାଫିକ୍‌ ଛକ ଦେଇ କ୍ୟାପିଟାଲ ହସ୍ପିଟାଲ, ଏଜି ଛକ, ପିଏମ୍‌ଜି ଛକରେ ଗାନ୍ଧିମାର୍ଗକୁ ମୋଡ଼ିବ କାରକେଡ୍‌ । 

ଗାନ୍ଧିମାର୍ଗରୁ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଦେଇ ମୋଦି ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିବେ । ସେଠାରେ ମୋଦିଙ୍କ ଉପରେ ଫୁଲ ବର୍ଷା କରିବେ ରାଜ୍ୟ ବିଜେପି କର୍ମକର୍ତ୍ତା । ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ୧୨ଟି ମଞ୍ଚ ବନ୍ଧାଯାଇଛି । ପ୍ରତି ମଞ୍ଚରେ ବିଜେପି ପକ୍ଷରୁ ଓଡ଼ିଶାର ସଂସ୍କୃତି ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାରାବାଜି ଜାରି ରହିବ । 

ପାର୍ଟି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ବାମ ପାଶ୍ୱର୍କୁ ବ୍ୟାରିକେଡ୍‌ ବନ୍ଧା ଯାଇଛି । ବ୍ୟାରିକେଡ଼ ପଛରେ ରହିବେ ହଜାର ହଜାର ମୋଦି ସମର୍ଥକ । ମୋଦି ମୋଦି ନାରାବାଜିରେ କମ୍ପିବ ଜନପଥ। ରାତି ପ୍ରାୟ ସାଢ଼େ ୯ଟା ବାଣୀବିହାର ଛକରେ ରୋଡ୍‌ ସୋ’ ସରିବ । ପରେ କାରକେଡ୍‌ ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଦେଇ ସିଧା ରାଜଭବନକୁ ମୁହାଁଇବ। ମୋଦି ସେଠାରେ ରାତ୍ରିଯାପନ କରିବେ । 

ମୋଦିଙ୍କ ରୋଡ୍‌ ସୋ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି କମିଶନରେଟ୍‌ ପୁଲିସ । ଶୁକ୍ରବାର ଅପରାହ୍ଣ ୨ଟାରୁ ରୋଡ୍‌ ସୋ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ ୪ଟାରୁ ରୋଡ୍‌ ସୋ' ଶେଷ ହେବା ଯାଏଁ ଜନପଥର ଆରପାଶ୍ୱର୍ ଅର୍ଥାତ୍‌ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତାକୁ ବନ୍ଦ କରାଯିବ । ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ସିଲ୍‌ କରାଯିବ ।

ରୋଡ୍‌ ସୋ’ ସୁରକ୍ଷା ଦାୟିତ୍ୱ କମିଶନରେଟ୍‌ ପୁଲିସ ମୁଣ୍ଡାଇଛି । ବ୍ଲୁ ବୁକ୍‌ ଅନୁସାରେ ଏସ୍‌ପିଜି (ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌) ସହ ମିଶି ପୁଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।   ଗୁରୁବାର ଦିନତମାମ ଜନପଥର ୨ ପାଶ୍ୱର୍ରେ ପଡୁଥିବା ସପିଂ ମଲ୍‌, ଉଚ୍ଚ ଅଟାଳିକାଗୁଡି଼କ ଯାଞ୍ଚ କରାଯାଇଛି । ଏସ୍‌ପିଜି କମାଣ୍ଡୋମାନେ ବାଇନାକୁଲାର ଯୋଗେ ସମ୍ବେଦନଶୀଳ ପଏଣ୍ଟ ଚିହ୍ନଟ କରିଛନ୍ତି । ସନ୍ଧ୍ୟାରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ଖୋଦ୍‌ ସୁରକ୍ଷା ଦାୟିତ୍ୱର ତଦାରଖ କରିଛନ୍ତି । ସେମାନେ ଏସ୍‌ପିଜିର ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ନେଇ ଆଲୋଚନା କରିଛନ୍ତି । 

ମୋଦିଙ୍କ ରୋଡ୍‌ ସୋ’ ପାଇଁ ମୋଟ ୫୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ । ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ୩ଟି ଆଣ୍ଟି ଟେରର୍‌ ଗ୍ରୁପ୍‌ ମଧ୍ୟ ରୋଡ୍‌ ସୋ’କୁ ଜଗିବ । 

ଶନିବାର ମୋଦିଙ୍କ ପ୍ରଚାର ରହିଛି ରାଜ୍ୟର ୩ଟି ସ୍ଥାନରେ । ୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ ମୋଦି ପ୍ରଚାର ସଭା କରିବେ । ଦିନ ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେବେ । ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । 

  • PrameyaOdia
  • prameya
  • Narendra Modi
  • bhubaneswar
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.