ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ରୋଷେଇ ଘରର ଏହି ସବୁ ଜିନିଷ... ବିଷଠାରୁ କମ୍‌ ନୁହେଁ

ଭୁବନେଶ୍ଵର, ୦୯/୦୫ : ଗୃହିଣୀମାନେ ଘରର ଜିନିଷକୁ ସାଇତି ରଖିବା ପାଇଁ ବିଭିନ୍ନ ଜିନିଷର ସହାୟତା ନେଇଥାନ୍ତି । ଏମିତି ଅନେକ ଜିନିଷ ବ୍ୟବହାର କରିଥାଉ, ଯାହା ସମସ୍ତଙ୍କ ପାଇଁ କ୍ଷତିକାରକ । ବିଭିନ୍ନ ଘରୋଇ ଜିନିଷକୁ ସାଇତି ରଖିବା ପାଇଁ ଏହାର ବ୍ୟବହାର କରାଯାଇଥାଏ । କିନ୍ତୁ କର୍କଟ ପରି ରୋଗ ମଧ୍ୟ ସୃଷ୍ଟି କରିପାରେ । ଏସବୁ ଜିନିଷରୁ ବାହାରୁଥିବା ରାସାୟନିକ ପଦାର୍ଥ କର୍କଟ ରୋଗର କାରଣ ସାଜିଥାଏ । ତେବେ ଚାଲନ୍ତୁ ଜାଣିବା ଘରେ ବ୍ୟବହୃତ କେଉଁ ଜିନିଷ ଜୀବନ ପାଇଁ କ୍ଷତିକାରକ । 

ନନ୍‌ଷ୍ଟିକ୍‌ କୁକ୍‌ୱେର୍‌ 

ଆଜିକାଲି ପ୍ରାୟ ସମସ୍ତେ ଘରେ ନନ୍‌ଷ୍ଟିକ୍‌ କୁକୱେର୍‌ ବ୍ୟବହାର କରୁଛନ୍ତି । ଏଥିରେ ରୋଷେଇ କରିବା ଓ ସଫା କରିବା ଖୁବ୍‌ ସହଜ । ତେଣୁ ମହିଳାମାନେ ଏଥିରେ ରୋଷେଇ କରିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା ଶରୀର ଉପରେ ଖୁବ୍‌ ନକାରାତ୍ମକ ପ୍ରଭାବ ପକାଇଥାଏ । ଏହି ବାସନ ଗରମ ହେବା ସହ ଏଥିରୁ ହାନିକାରକ କେମିକାଲ କ୍ଷରଣ ହୋଇଥାଏ, ଯାହା କର୍କଟର କାରଣ ସାଜିଥାଏ । 

ଗନ୍ଧକର୍ପୂର 

ସାଇତି ରଖୁଥିବା ପୋଷାକପତ୍ରକୁ ସୁରକ୍ଷିତ ରଖିବା ପାଇଁ ଆମେ ଗନ୍ଧକର୍ପୂର ବ୍ୟବହାର କରିଥାଉ । ଏହାକୁ ବ୍ୟାଗ୍‌ ଓ ଆଲମିରା ଭିତରେ ମଧ୍ୟ ରଖିଥାଉ । ଏହା ଛୋଟ ଛୋଟ କୀଟମାନଙ୍କଠାରୁ ପୋଷାକକୁ ଦୂରେଇ ରଖିଥାଏ । ଏହା ପୋଷକପତ୍ର ପାଇଁ ଲାଭଦାୟକ, କିନ୍ତୁ ଏଥିରୁ ବାହାରୁଥିବା ବିଷାକ୍ତ ଗନ୍ଧ ଶ୍ୱାସନଳୀରେ ସମସ୍ୟା ସୃଷ୍ଟି କରିଥାଏ । ଏହା ପରୋକ୍ଷରେ ମୁଣ୍ଡବିନ୍ଧା ଓ ନର୍ଭସ୍‌ ସିଷ୍ଟମ୍‌ କ୍ଷତିର କାରଣ ସାଜିଥାଏ । 

ପ୍ଲାଷ୍ଟିକ୍‌ ଡବା 

ଏହା ପ୍ରାୟ ସମସ୍ତଙ୍କ ଘରେ ବହୁ ମାତ୍ରାରେ ରହିଥାଏ । ପ୍ଲାଷ୍ଟିକ ଡବା ଶସ୍ତା ସାଙ୍ଗକୁ ମଜଭୁତ ହୋଇଥିବାରୁ ଗୃହିଣୀମାନେ ଜିନିଷପତ୍ର ରଖିବା ପାଇଁ ଏହାର ବ୍ୟବହାରକୁ ପସନ୍ଦ କରିଥାନ୍ତି । ଏହି ଡବାରେ ମଧ୍ୟ ହାନିକାରକ ରାସାୟନିକ ରହିଥାଏ, ଯାହା କର୍କଟ ରୋଗ ସୃଷ୍ଟି କରିଥାଏ । 

ରୁମ୍‌ ଫ୍ରେସନର୍‌ 

ସମସ୍ତେ ଚାହାନ୍ତି ଘରକୁ ସୁଗନ୍ଧିତ ମହକରେ ଭରିଦେବାକୁ । ସେଥିପାଇଁ କିଛି କିଛି ମହିଳା ଘରକୁ ମହକିତ କରିବା ପାଇଁ ରୁମ୍‌ ଫ୍ରେସନର୍‌ର ବ୍ୟବହାର କରିଥାନ୍ତି । ରୁମ୍‌ ଫ୍ରେସନର୍‌ରୁ ବାହାରୁଥିବା ଭୋଲେଟାଇଲ୍‌ ଅର୍ଗାନିକ୍‌ କମ୍ପାଉଣ୍ଡସ୍‌, ଶ୍ୱାସପ୍ରଶ୍ୱାସ ପ୍ରଣାଳୀକୁ କ୍ଷତି ପହଞ୍ଚାଏ । ଏହାର ଗନ୍ଧ ମୁଣ୍ଡବିନ୍ଧା ଓ ନର୍ଭସ୍‌ ସିଷ୍ଟମ କ୍ଷତିଗ୍ରସ୍ତ ହୋଇଥାଏ । 

ଘରସଫା ପାଇଁ କ୍ଲିନର୍‌

ଘରକୁ ସଫାକରିବା ପାଇଁ ଆମେ ଅନେକ ପ୍ରକାରର କେମିକାଲ୍‌ଯୁକ୍ତ ଉତ୍ପାଦ ବ୍ୟବହାର କରିଥାଉ । ଏହାର ବ୍ୟବହାର ଦ୍ୱାରା ଘର ତ ନିଶ୍ଚୟ ସଫା ହୋଇଥାଏ । କିନ୍ତୁ ଏହାଦ୍ୱାରା ଶ୍ୱାସନଳୀ ସମ୍ବନ୍ଧୀୟ ସମସ୍ୟା, ଆଣ୍ଟି-ବାୟୋଟିକ୍‌ ରେଜିଷ୍ଟାନ୍ସ ତ୍ୱଚା ଓ ଆଖି କୁଣ୍ଡାଇହେବା ପରି ସମସ୍ୟା ଦେଖା ଦେଇଥାଏ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.