ପ୍ରମୁଖ ଖବର
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଦେଶରେ ୫୬ ପ୍ରତିଶତ ରୋଗର କାରଣ ଅସ୍ବାସ୍ଥ୍ୟକର ଖାଦ୍ୟ: ଆଇସିଏମଆର

ନୂଆଦିଲ୍ଲୀ: ଅନହେଲଦି ଡାଏଟ ବା ଅସ୍ବାସ୍ଥ୍ୟକର ଖାଦ୍ୟ ଦେଶର ୫୬.୪ ପ୍ରତିଶତ ରୋଗର କାରଣ । ଏନେଇ ଆଇସିଏମଆର ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି । ସେପଟେ ଶରୀରରେ ଜରୁରି ପୋଷକ ତତ୍ତ୍ବର ଆବଶ୍ୟକତା ପୂରଣ କରିବା, ମୋଟାପଣ ଏବଂ ମଧୁମେହ ଭଳି ରୋଗକୁ ରୋକିବା ଲାଗି ଆଇସିଏମଆର ଭାରତୀୟଙ୍କ ଲାଗି ସ୍ବାସ୍ଥ୍ୟକର ଖାଦ୍ୟ ପାଇଁ ୧୭ଟି ନିର୍ଦ୍ଦେଶ ଜାରି କରିଛି । 

ସୁସ୍ଥ ଆହାର ଓ ଶାରୀରିକ କାର୍ଯ୍ୟକଳାପ କୋରୋନାରୀ ହୃଦ ରୋଗ (ସିଏଚଡି) ଓ ହାଇପରଟେନସନ (ଏଚଟିଏସ)ର ହାରକୁ ହ୍ରାସ କରିବା ସହିତ ଟାଇପ-୨ ମଧୁମେହକୁ ୮୦ ପ୍ରତିଶତ ରୋକି ପାରିବ ବୋଲି ରାଷ୍ଟ୍ରୀୟ ଅନୁସନ୍ଧାନ ସଂସ୍ଥା ଅଧିନରେ ରହିଥିବା ରାଷ୍ଟ୍ରୀୟ ପୋଷଣ ସଂସ୍ଥା (ଏନଆଇଏନ) ତରଫରୁ କୁହାଯାଇଛି । ସୁସ୍ଥ ଜୀବନଧାରଣର ପାଳନ କରି ସମୟ ପୂର୍ବରୁ ହେଉଥିବା ମୃତ୍ୟୁକୁ ରୋକାଯାଇ ପାରିବ ବୋଲି କୁହାଯାଇଛି । ସୁଗର ଓ ଫ୍ୟାଟରେ ଭରପୂର ରହିଥିବା ଖାଦ୍ୟ ଅଧିକ ଖାଇବା, ଶାରୀରିକ କାର୍ଯ୍ୟକଳାପ କମ୍ କରିବା, ସୂକ୍ଷ୍ମ ପୋଷକ ତତ୍ତ୍ୱର ଅଭାବ, ଅଧିକ ଓଜନ ସମସ୍ୟା କାରଣରୁ ସ୍ଥିତି ଆହୁରି ଖରାପ ହୋଇଯାଉଛି ।




 ଲୁଣ୍ ସେବନ ସୀମିତ କରିବା, ଅଏଲ ଓ ଫ୍ୟାଟର କମ୍ ମାତ୍ରାରେ ଉପଯୋଗ କରିବା, ଠିକରେ ବ୍ୟାୟାମ କରିବା, ଅଲଟ୍ରା-ପ୍ରୋସେସଡ୍ ଖାଦ୍ୟକୁ କମ୍ କରିବାକୁ ଏନଆଇଏନ ତରଫରୁ ପରାମର୍ଶ ଦିଆଯାଇଛି । ଆଇସିଏମଆରର ମହାନିର୍ଦ୍ଦେଶକ ଡା. ରାଜୀବ ବହଲ କହିଛନ୍ତି ଯେ, ଗତ କିଛି ଦଶନ୍ଧୀ ହେଲା ଭାରତୀୟ ଆହାର ସମ୍ବନ୍ଧୀୟ ଅଭ୍ୟାସରେ ପରିବର୍ତ୍ତନ ହୋଇଛି । ଫଳରେ ଦୁରାରୋଗ୍ୟର ମାତ୍ରା ବୃଦ୍ଧି ପାଇଛି । ସେପଟେ କୁପୋଷଣ ଜନିତ କେତକେ ସମସ୍ୟା ମଧ୍ୟ ଜାରି ରହିଛି । ଏହା ସହ ଉପରୋକ୍ତ କେତେକେ ସ୍ବାସ୍ଥ୍ୟକର ଖାଦ୍ୟ ଲାଗି ଜାରି ହୋଇଥିବା ନିର୍ଦ୍ଦେଶନାମା ଭାରତୀୟଙ୍କୁ ସହାୟକ ହେବ । 

  • health care
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.