ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ସଫଳତା ପାଇଁ ୮ ପାହାଚ...

ଭୁବନେଶ୍ଵର, ୦୯/୦୫ ; ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଆଜିର ସଫଳ ବ୍ୟକ୍ତି ଏକଦା ଅସଫଳ ଥିଲା ଏହା ସ୍ୱୀକାର କରିବାକୁ ପଡିବ । ସେହି ଅସଫଳତାକୁ ପାଥେୟ କରି ଜୀବନରେ ଆଗକୁ ବଢିବା ସହଜ ହୋଇଥାଏ । ଏହାବ୍ୟତୀତ ଜୀବନରେ ଅନେକଗୁଡିଏ ବଦ୍‌ଅଭ୍ୟାସ ମଧ୍ୟ ସଫଳତା ବାଟରେ କଣ୍ଟା ସାଜିଥାଏ । ଯଦି ଆପଣଙ୍କ ପାଖରେ ଏମିତି କିଛି ବଦ୍‌ଅଭ୍ୟାସ ରହିଥାଏ, ତେବେ ଏହାକୁ ଦୂର କରିନିଅନ୍ତୁ । ସଫଳତା ହାସଲ କରିବା ସହଜ ହୋଇପାରେ । 

କାଲି କରିବି: ଯଦି ଲକ୍ଷ୍ୟ ହାସଲ କରିବାର ଅଛି, ତେବେ କୌଣସି କାମକୁ କାଲି କରିବି ବୋଲି ଭାବନ୍ତୁ ନାହିଁ । ଯାହା କରିବାର ଅଛି ଆଜି କରନ୍ତୁ । କାଲି କରିବି ଭାବିବା ଦ୍ୱାରା ଅନ୍ୟମାନଙ୍କଠାରୁ ପଛରେ ପଡିଯିବେ । ଫଳରେ ସଫଳତା ଆପଣଙ୍କଠାରୁ ଦୂରେଇଯିବ । 

ଭୁଲ୍‌ ଲକ୍ଷ୍ୟ ନିର୍ଦ୍ଧାରଣ: ଅନ୍ୟର ସଫଳତାକୁ ଦେଖି ବା ବାଧ୍ୟତାମୂଳକ କିମ୍ବା ଚାପରେ ପଡି କିଛି ଲୋକ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିଥାନ୍ତି, ଯାହା ପରବର୍ତ୍ତୀ ସମୟରେ ଭୁଲ୍‌ ପ୍ରମାଣିତ ହୋଇଥାଏ । ଏହାଦ୍ୱାର ଯେ କେହି ଦ୍ୱନ୍ଦ୍ୱରେ ପଡିବା ସହ ଆତ୍ମବିଶ୍ୱାସ ହରାଇଥାନ୍ତି । ତେଣୁ ଲକ୍ଷ୍ୟ ସ୍ଥିର କରିବା ସମୟରେ ବୁଝିବିଚାରି ନିଷ୍ପତ୍ତି ନେବା ଉଚିତ୍‌ । 

ନିଜକୁ ସଂଶୋଧିତ ନ କରିବା: ଯେଉଁ ଲୋକଙ୍କ ଭିତରେ ପ୍ରେରଣାର ଅଭାବ ରହିଥାଏ,ସେମାନେ ପରିଶ୍ରମ କରିବାକୁ ଡରିଥାନ୍ତି । ସେମାନେ ନିଜକୁ ସଂଶୋଧିତ କରିବାକୁ ପ୍ରୟାସ କରିନଥାନ୍ତି । ଫଳରେ ଆଗେଇ ଚାଲିଥିବା ଦୁନିଆ ସହ ତାଳଦେବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡେ । 

ଆତ୍ମବିଶ୍ୱାସର ଅଭାବ: ଯାହା ଭିତରେ ଆତ୍ମବିଶ୍ୱାର ଅଭାବ ରହିଥାଏ, ସେମାନେ ନିଜକୁ ଅନ୍ୟଠାରୁ ପଛରେ ରଖିଥାନ୍ତି । ନିଜକୁ ଦକ୍ଷ ନ ଭାବିବା ଯୋଗୁ କୌଣସି ରିସ୍କ ନେବାକୁ ପସନ୍ଦ କରିନଥାନ୍ତି । ତେଣୁ ସୁଯୋଗକୁ ହାତଛଡା କରିଥାନ୍ତି । 

ନକାରାତ୍ମକ ଭାବନା: ଯେଉଁ ଲୋକମାନେ ସବୁବେଳେ ନକାରାତ୍ମକ ଚିନ୍ତାଧାରା ଭିତରେ ବୁଡି ରହିଥାନ୍ତି । ସେମାନେ ସର୍ବଦା ଦୁଃଖୀ ରହିବା ସହ ମନରେ ହୀନଭାବନା ଆସିଥାଏ, ଯାହା ସେମାନଙ୍କୁ ସଫଳତାଠାରୁ ଦୂରେଇ ରଖିଥାଏ । 

ସମସ୍ୟା ଉପରେ ଅଧିକ ଧ୍ୟାନ : ଯେଉଁ ଲୋକମାନେ ସମସ୍ୟା ଆସିଲେ ଅଟକି ଯାଇଥାନ୍ତି । ସେମାନେ ସହଜରେ ଆଗକୁ ବଢି ପାରନ୍ତିନି । କାରଣ ସେମାନେ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିନଥାନ୍ତି । ବରଂ ସେହି ସମସ୍ୟା ଉପରେ ଅଧିକ ଫୋକସ୍‌ କରିବା ସହ ସେହିଠାରେ ଅଟକି ରହିଥାନ୍ତି । 

‘ଲୋକ କ'ଣ କହିବେ’: ପ୍ରାୟ ଲୋକଙ୍କ ଜୀବନରେ ସବୁଠାରୁ ବଡ଼ ପ୍ରଶ୍ନ ଲୋକ କ’ଣ କହିବେ? ସବୁବେଳେ ଏହି ଚିନ୍ତାରେ ରହୁଥିବା ଲୋକମାନେ ଜୀବନରେ ଅନେକ ସୁଯୋଗକୁ ହାତଛଡା କରିଥାନ୍ତି । ଫଳରେ ଏହା ସେମାନଙ୍କ ସଫଳତାରେ କଣ୍ଟା ସଜିଥାଏ । 

ଷ୍ଠଭୁଲ୍‌ରୁ ଶିଖି ନଥାନ୍ତି: ବୁଦ୍ଧିମାନ୍‌ ବ୍ୟକ୍ତି ଭୁଲ୍‌ କରିବାକୁ ଡରେନା । ବରଂ ଭୁଲ୍‌ କରିବା ପରେ ପରବର୍ତ୍ତୀ ଭୁଲ୍‌ ନ କରିବା ପାଇଁ ଶିକ୍ଷା ହାସଲ କରିଥାଏ । କିନ୍ତୁ କିଛି ଲୋକ ସାମାନ୍ୟ ଭୁଲ୍‌ ହୋଇଗଲେ ସେଥିରୁ କିଛି ଶିଖିବା ପରିବର୍ତ୍ତେ ଆଗକୁ ଯିବାକୁ ଡରିଥାନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.