ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ଅଭିଶପ୍ତ ମୋବାଇଲ୍‌ ନମ୍ବର, ବ୍ୟବହାର କରି ଅକାଳରେ ଯାଇଛି ୩ ଜୀବନ

ନୂଆଦିଲ୍ଲୀ ୦୬/୦୫:  ସମୟ ସମୟରେ ସାରା ବିଶ୍ୱରେ ଏମିତି କିଛି ଘଟଣା ଘଟିଥାଏ ଯାହାର ସ୍ପଷ୍ଟୀକରଣ ରଖିବା ମଣିଷ ପକ୍ଷରେ ସମ୍ଭବପର ହୋଇନଥାଏ । ଏପରିସ୍ଥଳେ ସେହି ଘଟଣା ଲୋକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଯାଏ । ବୁଲଗେରିଆର ମୋବିଟେଲ୍‌ କଂପାନିର ଏକ ମୋବାଇଲ୍‌ ନମ୍ବର ୩୫୯୮୮୮୮୮୮୮୮୮ ହେଉଛି ଉପରୋକ୍ତ କଥାର ପ୍ରକୃଷ୍ଟ ଉଦାହରଣ । ଦେଶର ୩ ଜଣ ଲୋକ ଏହି ମୋବାଇଲ୍‌ ନମ୍ବରକୁ ବ୍ୟବହାର କରିଥିବାବେଳେ କିଛି ଦିନ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅଭିଶପ୍ତ ବୋଲି ମନେ କରାଯାଉଥିବା ଏହି ମୋବାଇଲ୍‌ ନମ୍ବରକୁ ସେଠାରେ ବାଜ୍ୟାପ୍ତ କରି ଦିଆଯାଇଛି ।

ଏହି ମୋବାଇଲ୍‌ ନମ୍ବରର ପ୍ରଥମ ମାଲିକ ଥିଲେ ବୁଲଗେରିଆର ମୋବାଇଲ୍‌ ଫୋନ୍‌ କଂପାନି ମୋବିଟେଲ୍‌ର ପୂର୍ବତନ ସିଇଓ ଭ୍ଲାଦିମିର ଗ୍ରାସ୍ନୋଭ୍‌ । ସେ ନିଜପାଇଁ ଏହି ନମ୍ବରକୁ ଜାରି କରାଇଥିଲେ । ୨୦୦୧ରେ ମାତ୍ର ୪୮ ବର୍ଷ ବୟସରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଜଣେ ପ୍ରତିଯୋଗୀଙ୍କ ଦ୍ୱାରା ରେଡିଓଆକ୍ଟିଭ୍‌ ବିଷ ଦିଆଯିବାରୁ ତାଙ୍କୁ କର୍କଟ ହୋଇଥିଲା ବୋଲି ସେତେବେଳେ ଗୁଜବ ଉଠିଥିଲା । 

ପରେ ଏହି ନମ୍ବର ମାଫିଆ କୋନ୍‌ଷ୍ଟାନିନ୍‌ ଦିମିତ୍ରୋଭଙ୍କ ନିକଟକୁ ଯାଇଥିଲା । ୨୦୦୩ରେ ଦିମିତ୍ରୋଭ ନେଦରଲାଣ୍ଡସ୍‌ ଯାଇଥିବାବେଳେ ସେଠାରେ ତାଙ୍କୁ ହତ୍ୟା କରାଯାଇଥିଲା । ସେତେବେଳକୁ ୩୧ ବର୍ଷୀୟ ଦିମିତ୍ରୋଭ ଜଣେ ମଡେଲଙ୍କ ସହିତ ଖାଦ୍ୟ ଖାଉଥିଲେ । ତାଙ୍କର ସାମ୍ରାଜ୍ୟ ପ୍ରାୟ ୫୦୦ ନିୟୁତ ପାଉଣ୍ଡ ମୂଲ୍ୟର ହୋଇଥିବାବେଳେ ସେଥିଯୋଗୁ ଇର୍ଷାନ୍ୱିତ ଥିବା ରୁଷ୍‌ର କିଛି ମାଫିଆ ତାଙ୍କୁ ହତ୍ୟା କରିଥିବା କୁହାଯାଏ । ହତ୍ୟାକାଣ୍ଡ ସମୟରେ ଦିମିତ୍ରୋଭଙ୍କ ନିକଟରେ ସେହି ଫୋନ୍‌ ନମ୍ବରଟି ରହିଥିଲା । 

ପରବର୍ତ୍ତୀ ସମୟରେ ବ୍ୟବସାୟୀ ଡିଶଲିଭ୍‌ ଏହି ନମ୍ବରଟିକୁ କିଣିଥିଲେ । ଦୁର୍ଭାଗ୍ୟକୁ ୨୦୦୫ରେ ଦେଶର ରାଜଧାନୀ ସୋଫିଆରେ ଏକ ଭାରତୀୟ ରେସ୍ତୋରାଁ ବାହାରେ ତାଙ୍କୁ ହତ୍ୟା କରାଯାଇଥିଲା । ରିପୋର୍ଟ ଅନୁସାରେ ଡିଶଲିଭ୍‌ ଗୋପନରେ ଏକ କୋକୋନ୍‌ ଚାଲାଣକାରୀ ଅପରେସନ୍‌ ଚଳାଉଥିଲେ । ୩୫୯୮୮୮୮୮୮୮୮୮ ମୋବାଇଲ୍‌ ନମ୍ବର ବ୍ୟବହାର କରୁଥିବା ୩ ଜଣ ଲୋକଙ୍କର ଏଭଳି ଭାବେ ମୃତ୍ୟୁ ହେବା ପରେ ସେଠାରେ ଏହି ନମ୍ବରକୁ ବାଜ୍ୟାପ୍ତ କରିଦିଆଯାଇଥିଲା । ଏବେ ସେହି ନମ୍ବରକୁ କଲ୍‌ କଲେ ଏହା ନେଟ୍‌ୱର୍କ କ୍ଷେତ୍ର ବାହାରେ ଅଛି ବୋଲି ଏକ ରେକର୍ଡ କରାଯାଇଥିବା ବାର୍ତ୍ତା ଶୁଣିବାକୁ ମିଳିଥାଏ । ଏ ସଂପର୍କରେ ମୋବାଇଲ୍‌ କଂପାନି ମୋବିଟେଲ୍‌ର ମୁଖପାତ୍ର କିନ୍ତୁ କୌଣସି ସ୍ପଷ୍ଟୀକରଣ ରଖିବାକୁ ମନା କରିଦେଇଛନ୍ତି । ବ୍ୟକ୍ତିଗତ ନମ୍ବର ସଂପର୍କରେ ଆମେ ଆଲୋଚନା କରୁନା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.