ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

'ଭୈୟା ଜି' ଟ୍ରେଲର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ

ମୁମ୍ବାଇ,୯।୫:  ବଲିଉଡ ସୁପରଷ୍ଚାର ଅନୁରାଗ ବାଜପେୟୀ ଫିଲ୍ମ 'ଭୈୟା ଜି' ସହିତ ପରଦାରୁ ଫେରୁଛନ୍ତି। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ମନୋଜଙ୍କୁ ଭୈୟା ଜି ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମଟି ଆକ୍ସନ ଡ୍ରାମାରେ ଭରପୁର ରହିଛି । ସେପଟେ ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ  ଅପେକ୍ଷା କରଛନ୍ତି । 

ଅଭିନେତା ଫିଲ୍ମକୁ ନେଇ କହିଛନ୍ତି ଯେ, 'ଭୈୟା ଜିଙ୍କ ରାଜନୀତି ବିଷୟରେ ଯଦି କହିବି ଶାସକ ଦଳର ବିରୋଧ ଓ ବିରୋଧୀଙ୍କୁ ଶାସକ ଦଳରେ ମିଶାଇବାରେ ମାଷ୍ଟରମାଇଣ୍ଡ ଭୈୟା ଜି । ସେ ଅନେକ କୁକର୍ମୀଙ୍କୁ ଏଥିରୁ ମୁକ୍ତି କରିଛନ୍ତି । ଏମିତି ଏକ ସମୟ ଥିଲା ଯେଉଁ ସମୟରେ ତାଙ୍କ ନାମ ଶୁଣି ତାଙ୍କର କୁକର୍ମକୁ ଛାଡି ଦେଉଥିଲେ । ସେହି ସମୟର ସରକାର ବି ସେ ଥିଲେ ଓ ପ୍ରଜା ବି ସେ ଥିଲେ , ବିଚାର ବି ସେ କରୁଥିଲେ ।'

ମନୋଜ ବାଜପେୟୀ ଫିଲ୍ମରେ ଦବଙ୍ଗ ରୋଲ କରୁଥିବାର ନଜର ଆସିବେ। ଫିଲ୍ମରେ ଦମଦାର ଆକ୍ସନ ଦେଖାଇବେ ମନୋଜ। ଫିଲ୍ମରେ ମନୋଜଙ୍କୁ ତାଙ୍କ ଭାଇର ପ୍ରତିଶୋଧ ନେଉଥିବାର ଦେଖିବାକୁ ମିଳିବ ।  ମନୋଜଙ୍କ ସହିତ  ଅଭିନେତ୍ରୀ ଜୋୟା ହୁସେନ , ସୁବିନ୍ଦ୍ର ବିକି ଓ ଜତିନ ଗୋସ୍ବାମୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ସିଂହ କର୍କୀ  । ଫିଲ୍ମ ଭୈୟା  ଜି ଆସନ୍ତା ମେ ମାସ ୨୪ ତାରିଖରେ ରିଲିଜ ହେବାକୁ ଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.