ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

'ସିକନ୍ଦର'ରେ ରଶ୍ମିକାଙ୍କ ଏଣ୍ଟ୍ରି, ଭାଇଜାନଙ୍କ ସହ ଆସିବେ ନଜର

ମୁମ୍ବାଇ,୯।୫: ପୁଣିଥରେ ଇଦରେ ଧମାକା କରିବାକୁ ଯାଉଛନ୍ତି ଭାଇଜାନ ସଲମାନ ଖାନ । ଅଭିନେତା ତାଙ୍କର ଆଗାମୀ ଫିଲ୍ମ 'ସିକନ୍ଦର' ସହ ଫେରୁଛନ୍ତି । ତେବେ ଇଦରେ ଅଭିନେତା ଫିଲ୍ମର ଟାଇଟଲ ଓ ରିଲିଜ ତାରିଖ ଘୋଷଣା କରିଥିବା ବେଳେ  ଫିଲ୍ମରେ ସଲମାନ ଖାନଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ନଜର ଆସିବେ ଜାଣିବା ପାଇଁ ପ୍ରଶଂସକମାନେ ଅପେକ୍ଷା କରିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ଫିଲ୍ମର ଅଭିନେତ୍ରୀଙ୍କ ନାଁ ପ୍ରକାଶ କରିଛନ୍ତି । ସିକନ୍ଦରରେ ଏକ ନିଆରା ଯୋଡି ଦେଖିବାକୁ ମିଳିବ । ଏହି ଫିଲ୍ମରେ ରଶ୍ମିକା ମନ୍ଦାନା ସଲମାନଙ୍କ ସହ ସ୍କ୍ରିନ ସେୟାର କରିବେ ।

ଏନେଇ ଏକ୍ସରେ ସାଜିଦ ନାଦିଆଡୱାଲା ସଲମାନ ଖାନ ଏବଂ ଏଆର ମୁରୁଗାଦୋସଙ୍କ ସହ ରଶ୍ମିକାଙ୍କ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ''ସିକନ୍ଦରରେ ସଲମାନ ଖାନଙ୍କ ସହ ଅଭିନୟ କରିବାକୁ ରଶ୍ମିକା ମନ୍ଦନାଙ୍କୁ ସ୍ୱାଗତ । ଇଦ୍ ୨୦୨୫ରେ ତାଙ୍କର ଅନ୍-ସ୍କ୍ରିନ୍ ମ୍ୟାଜିକ୍ ଦେଖିବାକୁ ଅପେକ୍ଷାରେ ରହିଛୁ। '' ସେପଟେ ରଶ୍ମିକା ମଧ୍ୟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାନ ପୋଷ୍ଟ ସେୟାର କରିଛନ୍ତି । ଏହାକୁ ସେୟାର କରି ସେ ଲେଖିଛନ୍ତି, ଆପଣମାନେ ମୋତେ ପଚାରୁଥିଲେ କ'ଣ ସରପ୍ରାଇଜ ଦେବି ବୋଲି । ଏ ହେଉଛି ସେହି ସରପ୍ରାଇଜ । ମୁଁ 'ସିକନ୍ଦର' ଫିଲ୍ମର ଏକ ଅଂଶ ହୋଇଥିବାରୁ ବେଶ ଖୁସି ଏବଂ ନିର୍ମାତାଙ୍କୁ କୃତଜ୍ଞତା ଜଣାଉଛି ।

ରଶ୍ମିକା ଏବଂ ସଲମାନ ଜୁନ ମାସରୁ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ସଲମାନ ଏବଂ ସାଜିଦ ପୁଣିଥରେ ସିକନ୍ଦରଙ୍କ ସହ ଏକାଠି କାମ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଦୁହେଁ କିକ୍‌ରେ ଏକାଠି କାମ କରିଥିଲେ । ଗଜିନି ନିର୍ଦ୍ଦେଶକ ଆର୍ ମୁରୁଗାଦୋସ୍ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ବର୍ତ୍ତମାନ ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ନିର୍ଦ୍ଦେଶକ । ଏଥିସହ ରଶ୍ମିକାଙ୍କ ସହିତ ମଧ୍ୟ ସଲମାନଙ୍କ ପ୍ରଥମ ଥର ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.