ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଖରାଦିନ ପାଇଁ ଏନର୍ଜି ଡ୍ରିଙ୍କ୍ ଆଖୁ ରସ, ଦୈନିକ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଭୁବନେଶ୍ୱର, ୮।୫: ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳୁ ସକାଳୁ ଖରା ସହ ଗୁଳୁଗୁଳି ହେଉଥିବା ବେଳେ ଅସହ୍ୟ ହେଲାଣି ଜନଜୀବନ । ଏପରି ପରିସ୍ଥିତିରେ ବାହାରକୁ ଯିବାକୁ ଲୋକେ ଅମଙ୍ଗ ହେଉଛନ୍ତି । କିନ୍ତୁ ଯେଉଁମାନେ ଜରୁରୀ ପରିସ୍ଥିତିରେ ବାହାରକୁ ଯାଆନ୍ତି, ସେମାନେ ସୂର୍ଯ୍ୟର ଉତ୍ତାପରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଜୁସ୍ ପିଅନ୍ତି । ଏହାରି ମଧ୍ୟରେ ଆଖୁ ରସ ଅନ୍ୟତମ । ଖରା ଦିନେ ଆଖୁ ରସକୁ କିଏ ବା ପସନ୍ଦ ନ କରେ ? ଏହା କେବଳ ସ୍ବାଦିଷ୍ଟ ନୁହେଁ , ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ।  ତେବେ ଆପଣ ଜାଣନ୍ତି କି ? ଏହା ପିଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦୟକ ହୋଇଥାଏ ।

ଆଖୁ ରସରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଭିଟାମିନ ଏବଂ ଜିଙ୍କ, ଫସଫରସ, ପୋଟାସିୟମ ଏବଂ କ୍ୟାଲସିୟମ ପରି ଖଣିଜ ପଦାର୍ଥ ଭରପୁର ରହିଛି । ଏହି ପୋଷକ ତତ୍ତ୍ୱଯୁକ୍ତ ଆଖୁ ରସ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ହଜମ ପ୍ରକ୍ରିୟାରେ ଉନ୍ନତି ଠାରୁ ଆରମ୍ଭ କରି ଜଣ୍ଡିସ ଭଳି ସମସ୍ୟା ହ୍ରାସ କରିଥାଏ । ଆଖୁ ରସରେ ପୋଟାସିୟମ, ଜିଙ୍କ, ଫସଫରସ୍, କ୍ୟାଲସିୟମ ଏବଂ ଆଇରନ ପରି ଖଣିଜ ପଦାର୍ଥ ରହିଥାଏ । ଏଥିରେ ଭିଟାମିନ୍-A, Bଏବଂ C ମଧ୍ୟ ଭରପୁର ମାତ୍ରାରେ ଥାଏ । ଯାହା ଫଳରେ ଆମ ଶରୀରକୁ ଥଣ୍ଡା କରିବା ସହ ଆମକୁ ତତକ୍ଷଣାତ୍ ଶକ୍ତି ପ୍ରଦାନ କରିଥାଏ । 

ଆଖୁ ରସ ପିଇଲେ ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି ପାଇପାରିବେ । ଏଥିରେ ଫାଇବର ଅଧିକ ଥାଏ । ଯାହା ଫଳରେ ଏହା ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ହୋଇଥାଏ । ଆଖୁ ରସରେ ଥିବା ଖଣିଜ ପଦାର୍ଥ ଦାନ୍ତ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ । ଏନେଇ ବିଶେଷଜ୍ଞଙ୍କ ମତରେ ଗ୍ରୀଷ୍ମ ସମୟରେ ଆଖୁ ରସ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ  । ମଧୁମେହରେ ପୀଡ଼ିତ ଲୋକଙ୍କୁ ସପ୍ତାହରେ ଥରେ ଏକ ଗ୍ଲାସ୍ ଆଖୁ ରସ ପିଇବାକୁ ପରାମର୍ଶ ଦିଆଯାଇଛି । 

ଆଖୁ ରସରେ ଫାଇବର ଅଧିକ ଥାଏ । ଏହାକୁ ପିଇବା ଦ୍ୱାରା ପେଟ ପୂର୍ଣ୍ଣ ଅନୁଭବ କରେ ଏବଂ ଆପଣଙ୍କୁ ଭୋକିଲା କରେ ନାହିଁ । ଆଖୁ ରସ ପିଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ସ୍ତର ମଧ୍ୟ  କମିଥାଏ ଏବଂ ହୃଦୟ ସୁସ୍ଥ ରହିଥାଏ । ଆଖୁ ରସ ଆମ ଶରୀରରେ ପ୍ରୋଟିନ୍ ସ୍ତର ବଢାଇଥାଏ । ତେଣୁ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ଏହା ପିଇବା ଉଚିତ । ସେହିପରି ଜଣ୍ଡିସ ରୋଗୀଙ୍କ ପାଇଁ ଆଖୁରସ ଭଲ ଅଟେ। ଏହା ଯକୃତର କାର୍ଯ୍ୟକୁ ମଧ୍ୟ ଉନ୍ନତ କରିଥାଏ ଏବଂ ରୋଗ ସୃଷ୍ଟି କରୁଥିବା ପଦାର୍ଥକୁ ବାହାର କରିଦିଏ ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.