ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍କିଙ୍କ ବିସ୍ପୋରକ ବୟାନ। କହିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷର ଚକ୍ରାନ୍ତରେ ସାମିଲ ଅଛନ୍ତି। ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ମାର-ଏ-ଲାଗୋରେ ହେଉଥିବା ଏକ ସମ୍ମିଳନୀରେ ଯୋଗଦେଇ ଜେଲେନ୍କିଙ୍କ ଆପ୍ରୁଭାଲ ରେଟିଂ ଆଉ ମାତ୍ର ଚାରି ପ୍ରତିଶତ ବଞ୍ଚିଛି ବୋଲି କହିଥିଲେ। ଏହାର ଜବାବରେ ଜେଲେନ୍କି ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ କରି ଏଥିରେ ଋଷର ଚକ୍ରାନ୍ତ ରହିଛି ବୋଲି କହିଛନ୍ତି। ଏହି ଚକ୍ରାନ୍ତରେ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଫଶିଛନ୍ତି ବୋଲି ସେ ଏହି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି।
ୟୁକ୍ରେନରେ ନିର୍ବାଚନର ଆବଶ୍ୟକତା ରହିଛି ବୋଲି ଟ୍ରମ୍ପ କହିଛନ୍ତି। ଯୁଦ୍ଧ ଓ ଦେଶରେ ଲାଗୁ ହୋଇଥିବା ମାର୍ଶଲ ଲ ପାଇଁ ବର୍ତ୍ତମାନଯାଏ ଯୁକ୍ରେନରେ ନିର୍ବାଚନ ହୋଇପାରି ନାହିଁ। ତେଣୁ ୟୁକ୍ରେନର ସମ୍ବିଧାନ ଅନୁସାରେ ଜଲଦି ନିର୍ବାଚନର ଆବଶ୍ୟକତା ରହିଛି ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏହାର ଉତ୍ତରରେ ଜେଲେନ୍କି କହିଛନ୍ତି ଯୁଦ୍ଧର କାରଣ ୟୁକ୍ରେନବାସିଙ୍କ ଆପ୍ରୁଭାଲ ରେଟିଂକୁ ଜାୟି କରାଯାଇ ପାରିବ ନାହିଁ। ଆମେରିକୀୟ ବିଶେଷ ରାଷ୍ଟ୍ରଦୂତ କିଥ କେଲାଙ୍ଗ ବୁଧବାର କିଭ୍ ରେ ପହଞ୍ଚିବା ପରେ ଜେଲେନ୍କି ଏହି ରାୟ ପ୍ରଦାନ କରିଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମନରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆଶା ଆକାଙ୍ଖ୍ୟା ବୃଦ୍ଧି ପାଇଛି। ତେବେ କେଲାଙ୍ଗ ୟୁକ୍ରେନ ଅଧିକାରିମାନଙ୍କ ସହ ସୈନ୍ୟ କମାଣ୍ଡରମାନଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି।
ଟ୍ରମ୍ପ ମଙ୍ଗଳବାର ଯୁଦ୍ଧ ପାଇଁ କିଭର ଦୋଷ ରହିଛି ବୋଲି କହିଛନ୍ତି। ସାଉଦି ଆରବରେ ଆମେରିକା ଓ ଋଷ ମଧ୍ୟରେ ହୋଇଥିବା ମିଳିତ ବୌଠକକୁ ୟୁକ୍ରେନ କିମ୍ୱା କୌଣସି ୟୁରୋପିୟ ସହଯୋଗିଙ୍କୁ ସାମିଲ କରାଯାଇ ନଥିଲା। ଟ୍ରମ୍ପଙ୍କ ଏହି ବୟାନ ପରେ ୟୁକ୍ରେନର ଅଧିକାରୀମାନଙ୍ଖ ମଧ୍ୟରେ ଅସନ୍ତୋଷ ବୃଦ୍ଧି ହୋଇଥିବାର ସମ୍ଭାବନା ରହିଛି। ତେବେ ୨୪ ଫେବୃଆରୀ ୨୦୨୨ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା। ସେବେଠୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି।
ବିଗତ କିଛି ମାସ ମଧ୍ୟରେ ଯୁଦ୍ଧସ୍ଥଳରୁ ଅନେକ ଗମ୍ଭୀର ଖବର ସାମ୍ନାକୁ ଆସୁଛି। ୟୁକ୍ରେନର ପୂର୍ବ ଅଞ୍ଚଳରେ ଋଷ ଆକ୍ରମଣ ତିବ୍ର କରିବା ପରେ ସେହି ଅଞ୍ଚଳରେ ୟୁକ୍ରେନ ଧିରେଧିରେ ହାରୁଥିବା ନଜରକୁ ଆସୁଛି। କାରଣ ୟୁକ୍ରେନୀୟ ସୈନିକ ମାନେ ପ୍ରକୃତ ସୀମାଠୁ କିଛି ବାଟ ପଛକୁ ଚାଲି ଆସିଛନ୍ତି ବୋଲି ସୂଚନା ମିଳିଛି। ଫ୍ଲୋରିଡାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଟ୍ରମ୍ଫ ୟୁକ୍ରେନକୁ ସମାଲୋଚନା କରିଥିଲେ। ପ୍ରଥମତଃ ୟୁକ୍ରେନକୁ ଯୁଦ୍ଧ କରିବାର ନଥିଲା। ଋଷ ଯୁଦ୍ଧ ଆରମ୍ଭ କରିବା ପରେ ୟୁକ୍ରେନକୁ ବୁଝାମଣା କରିବାର ଆବଶ୍ୟକତା ରହିତିଲା ବୋଲି ଟ୍ରମ୍ପ କହିଥିଲେ। ତେବେ ଆମେରିକା ବିଶେଷ ଦୁତ କିଭ୍ରେ ପହଞ୍ଚିବା ପରେ ଯୁଦ୍ଧକୁ ଶୀଘ୍ର ବନ୍ଧ କରିବା ଆମର ପ୍ରାଥମିକ ପ୍ରୟାସ ରହିବ ବୋଲି କହିଛନ୍ତି।