ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ନେଇ ମତ ରଖିଲେ ଯୁବରାଜ, ରୋହିତ-ଜୈସ୍ୱାଲ କରନ୍ତୁ ଓପନିଂ, ୩ କୋହଲି ଓ ସୂର୍ଯ୍ୟ ୪ ନଂରେ କରନ୍ତୁ ବ୍ୟାଟିଂ

ନୂଆଦିଲ୍ଲୀ,୨୩/୦୫: ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ବ୍ୟାଟିଂ କ୍ରମ ଏବଂ ୱିକେଟ୍‌ କିପର ଚୟନକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ‘ ଅଧିନାୟକ ରୋହିତ ଶର୍ମାଙ୍କ ସହ ଯୁବ ତାରକା  ଶସ୍ୱୀ ଜୈସ୍ୱାଲ ଓପନ କରିବା ଉଚିତ ବୋଲି ମୁଁ  ଭାବୁଛି । ସେମିତି ବିରାଟ କୋହଲି ୩ ନମ୍ବର (ପୂର୍ବ  କ୍ରମ ଅନୁସାରେ) ଏବଂ ସୂର୍ଯ୍ୟକୁମାର ଯାଦବ ୪  ନମ୍ବର ସ୍ଥାନରେ ବ୍ୟାଟିଂ ଆସନ୍ତୁ । ବ୍ୟାଟିଂ କ୍ରମରେ ମୁଁ  ଦୁଇ ଯୋଡ଼ା ବାମ-ଡାହାଣହାତି ବ୍ୟାଟର ଦେଖିବାକୁ  ଚାହୁଁଛି । କାରଣ ଏଭଳି ସଂଯୋଗ ବିପକ୍ଷ ଦଳର  ବୋଲରଙ୍କୁ ସର୍ବଦା ସମସ୍ୟାରେ ପକାଇଥାଏ ।’ 

ଯୁବରାଜ ୨୦୦୭ ବିଶ୍ୱକପ୍‌ ଦଳର ସଦସ୍ୟ  ଥିଲେ । ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଷ୍ଟୁଆର୍ଟ  ବ୍ରଡଙ୍କୁ ଗୋଟିଏ ଓଭରରେ ଛଅ ଛକା ମାରିଥିଲେ ।  ଯେଉଁ ରେକର୍ଡ ଏବେବି ଅତୁଟ ରହିଛି । ଏଥର  ଆଇପିଏଲରେ କୋହଲି ବେଶ ଭଲ ପ୍ରଦର୍ଶନ  କରି ଚାଲିଛନ୍ତି । ଓପନିଂ କରି ଲିଗ୍‌ ପର୍ଯ୍ୟାୟର  ୧୪ଟି ମ୍ୟାଚ୍‌ରୁ ସେ ୭୦୮ ରନ୍‌ କରିଛନ୍ତି । ତେଣୁ  ବିଶ୍ୱକପ୍‌ରେ ସେ ଓପନିଂ କରିବା ଉଚିତ ବୋଲି  କିଛି ମତ ଦେଉଛନ୍ତି । କିନ୍ତୁ ଯୁବରାଜ  ବାମ ଓ ଡାହାଣହାତି ଯୋଡ଼ି ଅଧିକ  ଫଳପ୍ରଦ ହେବ ବୋଲି ଯୁକ୍ତି ବାଢ଼ିଛନ୍ତି ।  

ପନ୍ତ ୱିକେଟକିପିଂ କରନ୍ତୁ 

ଯୁବରାଜ ବିଶ୍ୱକପ୍‌ର ବ୍ରାଣ୍ଡ୍‌ଆମ୍ବାସଡର  ନିଯୁକ୍ତ ହୋଇଛନ୍ତି । ସେ କହିଛନ୍ତି, ‘ଉଭୟ ରିଷଭ  ପନ୍ତ ଓ ସଞ୍ଜୁ ସାମସନ ଭଲ ପ୍ରଦର୍ଶନ କରିଛନ୍ତି । ସଞ୍ଜୁ  ଭଲ ଫର୍ମରେ ଅଛନ୍ତି । କିନ୍ତୁ ପନ୍ତ ଜଣେ ବାମହାତୀ  ବ୍ୟାଟର । ତେଣୁ ମୋର ବିଶ୍ୱାସ ସମ୍ଭବତଃ ପନ୍ତ  ହିଁ ଦଳକୁ ମ୍ୟାଚ୍‌ ଜିତାଇବାରେ ଅଧିକ ଆବଶ୍ୟକ  ହେବେ, ଯାହା ସେ ପୂର୍ବରୁ କରି ଦେଖାଇଛନ୍ତି ।’ 

ପାଣ୍ଡ୍ୟା ‘ବିଶ୍ୱକପ୍‌ ସ୍ପେଶାଲ’ 

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପକ୍ଷ ନେଇ ଯୁକ୍ତି ବାଢ଼ିଛନ୍ତି ଯୁବରାଜ । ସେ କହିଛନ୍ତି, ‘ ପାଣ୍ଡ୍ୟା ହେଉଛନ୍ତି ‘ବିଶ୍ୱକପ୍‌ ସ୍ପେଶାଲ’ । ଜାତୀୟ ଚୟନକର୍ତ୍ତା ଉଚିତ ନିଷ୍ପତ୍ତି ନେଇଛନ୍ତି । ଦଳରେ ତାଙ୍କର  ଆବଶ୍ୟକତା ରହିଥିଲା । ଯଦି ଆଇପିଏଲ୍‌ ଫର୍ମ  ଦେଖିବା ଏଥର ସେ ଭଲ କରି ନାହାନ୍ତି । କିନ୍ତୁ  ପୂର୍ବରୁ ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବହୁ  ଭଲ ପ୍ରଦର୍ଶନ କରିଛନ୍ତି । ଏହା ଗୁରୁତ୍ୱପୂର୍ଣ୍ଣ  କଥା ପାଣ୍ଡ୍ୟା ଦଳରେ ଅଛନ୍ତି । ତାଙ୍କ ବୋଲିଂ ଏବଂ ତାଙ୍କ ଫିଟ୍‌ନେସ୍‌ ଗୁରୁତ୍ୱ ବହନ କରିବ ।’ ମୁମ୍ବାଇ ଇଣ୍ଡିଆନ୍ସ ଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ  ନେତୃତ୍ୱ ଦେଇଥିଲା । ସେ ୧୪ଟି ମ୍ୟାଚ୍‌  ଖେଳି ମାତ୍ର ୨୧୬ ରନ୍‌ କରିବାରେ ସଫଳ  ହୋଇଥିଲେ । ଗତ ବର୍ଷ ଦିନିକିଆ ବିଶ୍ୱକପ୍‌  ସମୟରେ ସେ ଆହତ ହୋଇଥିଲେ । ସେବେଠୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିଲେ । 

ଏକାଦଶରେ ଅଲରାଉଣ୍ଡରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ୨୦୦୭ରେ ଯୁବରାଜ ଏହି  ଭୂମିକା ନିର୍ବାହ କରିଥିଲେ ଏବଂ ଦଳକୁ ଚାମ୍ପିଅନ  କରାଇବାରେ ତାଙ୍କ ଯୋଗଦାନ ଅତୁଳନୀୟ ରହିଥିଲା ।  

ଆସନ୍ତା ୧ ତାରିଖରୁ ୱେଷ୍ଟଇଣ୍ଡିଜ ଓ  ଆମେରିକାର ମିଳିତ ଆୟୋଜନରେ ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି । ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ । ସେହିପରି ୯ ତାରିଖରେ ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ଼ ମୁକାବିଲା ହେବ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ  ଓ ପାକିସ୍ତାନ ନ୍ୟୁୟର୍କରେ ମୁହାଁମୁହିଁ ହେବେ ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.