ପ୍ରମୂଖ ଖବର
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଶୁକ୍ରବାର ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟ୍‌: କୋଣାର୍କ ସୂର୍ଯ୍ୟସ୍‌-ମଣିପାଲ ଟାଇଗର୍ସ ମଧ୍ୟରେ ଉଦ୍‌ଘାଟନୀ ଲଢ଼େଇ

ଯୋଧପୁର,୨୦/୦୯(ସୁକେଶ ବେହେରା):  ଲିଜେଣ୍ଡସ ଲିଗ୍‌ କ୍ରିକେଟ୍‌ (ଏଲ୍‌ସିସି)ର ତୃତୀୟ ସଂସ୍କରଣ ଶୁକ୍ରବାରଠୁ ଯୋଧପୁରରେ  ଆରମ୍ଭ ହେବାକୁ ଯାଉଛି । ଏଥର ୬ଟି ଦଳ ସାମିଲ ହୋଇଛନ୍ତି । ପୂର୍ବତନ ଷ୍ଟାର୍‌ ଅଲ୍‌ରାଉଣ୍ଡର ଇରଫାନ୍‌ ପଠାନ୍‌, ଦୁର୍ଦ୍ଧର୍ଷ ବ୍ୟାଟର୍‌ ୟୁସୁଫ୍‌ ପଠାନ୍‌,  ରସ୍‌ ଟେଲର୍‌, ଅମ୍ବାତି ରାୟୁଡୁଙ୍କ ଭଳି ଦକ୍ଷ ଓ  ଅଭିଜ୍ଞ ଖେଳାଳିଙ୍କୁ ସାଥିରେ ନେଇ ଶୁକ୍ରବାର ପଦାର୍ପଣ କରିବ ଓଡ଼ିଶା ମାଟିର ଫ୍ରାଞ୍ଚାଇଜ୍‌ ‘କୋଣାର୍କ ସୂର୍ଯ୍ୟସ ଓଡ଼ିଶା’ । ଦଳ ଉଦ୍‌ଘାଟନୀ ଲଢ଼େଇରେ ମଣିପାଲ ଟାଇଗର୍ସକୁ ଭେଟିବ ।  

ଇରଫାନ୍‌ ପଠାନ କୋଣାର୍କ ସୂର୍ଯ୍ୟସର ନେତୃତ୍ୱ  ନେଉଛନ୍ତି । ହରଭଜନ ସିଂହଙ୍କ ନେତୃତ୍ୱାଧୀନ  ମଣିପାଲ୍‌ ଟାଇଗର୍ସ ବିପକ୍ଷରେ ଦଳ ପ୍ରଥମ ମ୍ୟାଚ୍‌  ଖେଳିବା ନେଇ ପୂରା ପ୍ରସ୍ତୁତ  ରହିଛି । କୋଣାର୍କ ସୂର୍ଯ୍ୟସ  ଦଳ ଆଜି ଏଠାରେ ପହଞ୍ଚି  ଅପରାହ୍ଣରେ ଅଭ୍ୟାସ କରିଥିଲା ।  ପ୍ରଥମେ ଫିଲ୍ଡିଂ ସାରିବା ପରେ  ନେଟ୍‌ସ୍‌କୁ ଯାଇ ଖେଳାଳିମାନେ  ବ୍ୟାଟିଂ ଓ ବୋଲିଂ ଅଭ୍ୟାସ କରିଥିଲେ । ପାଖାପାଖି  ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଖେଳାଳି ମାନେ  ଫୁଲ୍‌ ଦମ୍‌ରେ ନେଟ୍ସରେ ଝାଳ ବୁହାଇଥିଲେ । ରସ୍‌ ଟେଲର୍‌, ଅମ୍ବାତି ରାୟୁଡୁ, ୟୁସୁଫ ପଠାନ୍‌, ନ୍ୟୁଜିଲାଣ୍ଡର ପୂର୍ବତନ ବାମହାତୀ ଓପନର୍‌ ଜେସି  ରାଇଡରଙ୍କ ସମେତ ଅନ୍ୟମାନେ ପର୍ଯ୍ୟାୟ କ୍ରମିକ  ଭାବେ ବ୍ୟାଟିଂ କରିଥିଲେ । ସେହିପରି ଇରଫାନ୍‌ ପଠାନ୍‌, ସାହାବାଜ୍‌ ନଦିମ୍‌, ବିନୟ କୁମାର, ପ୍ରବୀଣ  ତାମ୍ବେ ପ୍ରମୁଖ ବୋଲିଂ ଭାଗ ସମ୍ଭାଳିଥିଲେ ।  

ଅନ୍ୟପକ୍ଷରେ ମଣିପାଲ୍‌ ଟାଇଗର୍ସ ଦଳ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇଛି । ଡିଫେଣ୍ଡିଂ  ଚାମ୍ପିଅନ୍‌ ମଣିପାଲ୍‌ ଟାଇଗର୍ସ ଏଥର ପୁଣି ଥରେ  ଚମତ୍କାର ଦେଖାଇବ ବୋଲି ଆଶା କରାଯାଉଛି । ଏହି  ଦଳ ମଧ୍ୟ ଷ୍ଟାର୍‌ ଖଚିତ । ସୌରଭ ତିୱାରୀ, ରବିନ୍‌  ଉଥପ୍ପା, ଆଞ୍ଜେଲୋ ପରେରା, ହରଭଜନ ସିଂହ,  ଥିସାରା ପରେରାଙ୍କ ଭଳି ଖେଳାଳିଙ୍କୁ ନେଇ ଦଳ  ଆସନ୍ତାକାଲି ଓଡ଼ିଶାକୁ ଟକ୍କର ଦେବ । ଯେହେତୁ  ଓଡ଼ିଶା ପ୍ରଥମଥର  ଲାଗି ଲିଗ୍‌ରେ ସାମିଲ୍‌  ହୋଇଛି ତେଣୁ ଦୁଇ  ଦଳ ମଧ୍ୟରେ ପୁରୁଣା  ରେକର୍ଡ କିଛି ନାହିଁ । ତେଣୁ ଶୁକ୍ରବାର  କିଏ କାହା ଉପରେ ଭାରି ପଡିବ ତାକୁ ନେଇ  ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ପ୍ରଥମଥର ଲାଗି ଜିଜେଣ୍ଡସ୍‌  କ୍ରିକେଟ ଲିଗ୍‌ରେ ଓଡ଼ିଆ କ୍ରିକେଟରଙ୍କୁ ଦେଖିବାକୁ  ମିଳିଛି । ପୂର୍ବତନ ଷ୍ଟାର୍‌ ରଣଜୀ ତାରକା ନଟରାଜ  ବେହେରା ଦଳରେ ରହିଛନ୍ତି । ତାଙ୍କୁ ପ୍ରଥମ ମ୍ୟାଚରେ ଦଳର ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବା ନେଇ  ସମ୍ଭାବନା ରହିଛି । ପ୍ରଥମଥର ସେ ଲିଗ୍‌ ଖେଳୁଥିବାରୁ  ବେଶ୍‌ ଉତ୍ସାହିତ ରହିଛନ୍ତି । ଆଜି ଅଭ୍ୟାସ ବେଳେ ମଧ୍ୟ  ତାଙ୍କୁ ସାଥୀ ଖେଳାଳିଙ୍କ ସହ ଦେଖିବାକୁ ମିଳିଥିଲା ।  ତାଙ୍କ ସହ ପୂର୍ବତନ ରଣଜୀ ଖେଳାଳି ଦୀପକ ମଙ୍ଗରାଜ, ବର୍ତ୍ତମାନର ରଣଜୀ ଖେଳାଳି ଅରବିନ୍ଦ  ସିଂହ ମଧ୍ୟ ଦଳ ସହ ସାମିଲ୍‌ ହୋଇଛନ୍ତି । ଏମାନେ  ଦୁହେଁ କୋଚିଂ ଦାୟିତ୍ୱ ନେଇଛନ୍ତି ।

ଓଡ଼ିଶାର ନାଁ ରଖିବୁ : ଇରଫାନ୍‌ 

‘ପ୍ରଥମଥର ଓଡ଼ିଶାର ନିଜସ୍ୱ ଫ୍ରାଞ୍ଚାଇଜ୍‌ କୋଣାର୍କ  ସୂର୍ଯ୍ୟସ ସହିତ ଜଡ଼ିତ ହୋଇଛୁ । ଆମ ମନପସନ୍ଦର  ଏକ ଟିମ୍‌ ମଧ୍ୟ ପାଇଛୁ । ଦଳକୁ ନେଇ ଓଡ଼ିଶାବାସୀଙ୍କ  ମନରେ ପ୍ରବଳ ଉତ୍ସାହ ଦେଖିବାକୁ ପାଉଛି । ତେଣୁ  ଆମେ ନିରାଶ କରିବୁ ନାହିଁ । ନିଶ୍ଚିତ ଭାବେ ଓଡ଼ିଶାର ନାଁ ରଖିବୁ ବୋଲି ଅଧିନାୟକ ଇରଫାନ୍‌ ପଠାନ୍‌ କହିଛନ୍ତି ।  

ଅଭ୍ୟାସ ପରେ ସେ କହିଥିଲେ, ‘ଗତ ତିନି  ସପ୍ତାହ ହେଲାଣି ଆମେ ଅଭ୍ୟାସ କରିଛୁ । ଆସନ୍ତା  ମାସେ ଯାଏଁ ଆମେ ଗୋଟିଏ ଦଳ ହୋଇ ଖେଳିବୁ ।  ଦଳରେ ବହୁତ ଅଭିଜ୍ଞ ଖେଳାଳି ଯେମିତି ଟେଲର୍‌,  ରାଇଡର୍‌, ରାୟୁଡୁ, ୟୁସୁଙ୍କ ସମେତ ଅନ୍ୟମାନେ  ରହିଛନ୍ତି । ସନ୍ତୁଳନ ଦେଖିଲେ ଆମର ସବୁଠାରୁ  ଭଲ ଦଳ । ତେଣୁ ଏଥର ସିଜନ୍‌ରେ ଆମ ଦଳ  ନିଶ୍ଚିତ ଭାବେ ଭଲ କରିବ । ଆମ ପାଖରେ ନିଜସ୍ୱ  ଯୋଜନା ରହିଛି । ତେଣୁ କେଉଁ ଖେଳାଳି କେଉଁ  ଭୂମିକା ନେବ ତାକୁ ନେଇ ଆମର ବିଚାର ବିମର୍ଶ  ଜାରି ରଖିଛୁ । ଆଶା କରୁଛି ସମସ୍ତେ ନିଜ ନିଜ ଭୂମିକା ଠିକ୍‌ ଭାବେ ନିର୍ବାହ କରିବେ ଏବଂ ଏହା  ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ।’ ଦଳ ସହ ସାନପ୍ରିୟା ଗ୍ରୁପ୍‌ର ସିଓଓ ଏନାକ୍ଷୀ ପ୍ରିୟମ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଶ୍ରେୟ ଗୁପ୍ତା ରହିଛନ୍ତି ।  ଉଦ୍‌ଘାଟନୀ ମ୍ୟାଚ୍‌ ପାଇଁ ଉଭୟ ଦଳକୁ ଶୁଭେଚ୍ଛା  ଜଣାଇଛନ୍ତି । 

ନୂଆ ଟିମ୍‌, ନୂଆ ଉତ୍ସାହ : ରସ୍‌ ଟେଲର୍‌ 

‘କୋଣାର୍କ ସୂର୍ଯ୍ୟସ ସହିତ ନୂଆ ଭାବେ ଯୋଡ଼ି  ହୋଇଛି । ନୂଆ ଟିମ୍‌ ଗଠନ କରାଯାଇଛି ଏବଂ  ଉତ୍ସାହ ବି ସମ୍ପୂର୍ଣ୍ଣ ନୂଆ ରହିଛି ବୋଲି ନ୍ୟୁଜିଲାଣ୍ଡର  ପୂର୍ବତନ ବ୍ୟାଟର୍‌ ରସ୍‌ ଟେଲର୍‌ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଦଳକୁ ନେଇ ତାଙ୍କ ଭିତରେ ବେଶ୍‌  ଉତ୍ସାହ ରହିଛି । ଏଥିରେ ଅନେକ ଖେଳାଳି ରହିଛନ୍ତି  ଯେଉଁମାନଙ୍କ ସହ ପୂର୍ବରୁ ଅନେକ କ୍ରିକେଟ  ଖେଳିଛି । ଆଇପିଏଲ୍‌ରେ ମଧ୍ୟ ଖେଳିବାର ସୁଯୋଗ ମିଳିଛି । ତେଣୁ ଏଥର ଆମ ଦଳ କିଛି କମାଲ୍‌  କରି ଦେଖାଇବ ବୋଲି ମୋର ବିଶ୍ୱାସ । ଅବସର  ନେଇସାରିଥିବା ଖେଳାଳି ମାନଙ୍କ ଲାଗି ଲିଜେଣ୍ଡସ୍‌  କ୍ରିକେଟ ଲିଗ୍‌ ଏକ ସୁଯୋଗ ସୃଷ୍ଟି କରିଛି । ପ୍ରତିବର୍ଷ  ଅନ୍ତତଃପକ୍ଷେ ଥରେ ପ୍ରତିଯୋଗିତା ମୂଳକ କ୍ରିକେଟ  ଖେଳିବାକୁ ଆମେ ଆସୁଥିବାରୁ ବେଶ୍‌ ଭଲ ଲାଗୁଛି ।’

କୋଣାର୍କ ସୂର୍ଯ୍ୟସ୍‌ର କ୍ରୀଡ଼ା ସୂଚୀ

୨୦ ତାରିଖ: କୋଣାର୍କ ସୂର୍ଯ୍ୟସ୍‌ ଓଡ଼ିଶା ବନାମ ମଣିପାଲ ଟାଇଗର୍ସ, ଯୋଧପୁର

୨୭ ତାରିଖ: କୋଣାର୍କ ସୂର୍ଯ୍ୟସ୍‌ ଓଡ଼ିଶା ବନାମ ମଣିପାଲ ଟାଇଗର୍ସ, ସୁରଟ

୨୯ ତାରିଖ: କୋଣାର୍କ ସୂର୍ଯ୍ୟସ୍‌ ଓଡ଼ିଶା ବନାମ ଇଣ୍ଡିଆ କ୍ୟାପିଟାଲ୍ସ, ସୁରଟ

ଅକ୍ଟୋବର ୨: କୋଣାର୍କ ସୂର୍ଯ୍ୟସ୍‌ ଓଡ଼ିଶା ବନାମ ସଦର୍ଣ୍ଣ ସୁପରଷ୍ଟାର, ସୁରଟ୍‌ 

ଅକ୍ଟୋବର ୪: କୋଣାର୍କ ସୂର୍ଯ୍ୟସ୍‌ ଓଡ଼ିଶା ବନାମ ଇଣ୍ଡିଆ କ୍ୟାପିଟାଲ୍ସ, ଜମ୍ମୁ

ଅକ୍ଟୋବର ୬: କୋଣାର୍କ ସୂର୍ଯ୍ୟସ୍‌ ଓଡ଼ିଶା ବନାମ ଇଣ୍ଡିଆ କ୍ୟାପିଟାଲ୍ସ, ଜମ୍ମୁ

ଅକ୍ଟୋବର ୧୧: କୋଣାର୍କ ସୂର୍ଯ୍ୟସ୍‌ ଓଡ଼ିଶା ବନାମ ଗୁଜରାଟ, ଶ୍ରୀନଗର

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.